ଗମ୍ଭାରୀମୁଣ୍ଡା ବଜାର କମିଟିର ପୂର୍ବତନ ଉପ-ସଭାପତି ସ୍ବର୍ଗତ ସୁବଳ ସାହୁଙ୍କ ଦ୍ବାଦଶାହ ଉପଲକ୍ଷେ ସ୍ମୃତିସଭା

ଓଡ଼ିଆ ବାର୍ତ୍ତା/ ଖୋର୍ଦ୍ଧା: ଆଜି ଗମ୍ଭାରୀମୁଣ୍ଡା ଠାରେ ଗମ୍ଭାରୀମୁଣ୍ଡା ବଜାର କମିଟିର ପୂର୍ବତନ ଉପ-ସଭାପତି ସ୍ବର୍ଗତ ସୁବଳ ସାହୁଙ୍କ ଦ୍ବାଦଶାହ ଉପଲକ୍ଷେ ସ୍ମୃତିସଭା ବିଶିଷ୍ଟ ଶିକ୍ଷାବିତ୍ ଶ୍ରୀ ଗୋଲକ ବିହାରୀ ପଟ୍ଟନାୟକଙ୍କ ସଭାପତିତ୍ବରେ ଅନୁଷ୍ଠିତ ହୋଇଯାଇଅଛି। ଉକ୍ତ ସ୍ମୃତି ସଭାରେ ବିଶିଷ୍ଟ ସମାଜସେବୀ ତଥା ଚିକିତ୍ସକ ଡ଼ାଃ ସୁରେନ୍ଦ୍ର ନାଥ ଦାସ, ଜିଲ୍ଲା ଭାଜପା ସାଧାରଣ ସମ୍ପାଦକ ଶ୍ରୀ ଦୁଷ୍ମନ୍ତ ହରିଚ଼ନ୍ଦନ, ବିଶିଷ୍ଟ ଶିକ୍ଷାବିତ୍ ଶ୍ରୀ କୈଳାସ ଚନ୍ଦ୍ର ସାମନ୍ତସିଂହାର, ବିଶିଷ୍ଟ ଆଇନଜୀବୀ ଶ୍ରୀ ସଞ୍ଜୟ ରଣସିଂହ, ଗମ୍ଭାରୀମୁଣ୍ଡା ଗ୍ରା:ପର ସରପଞ୍ଚଙ୍କ ପ୍ରତିନିଧି ଶ୍ରୀ ଚ଼ିନ୍ମୟ ପଟ୍ଟନାୟକ, ବରିଷ୍ଠ ରାଜନେତା ଶ୍ରୀ ରମେଶ ଚନ୍ଦ୍ର ସାମନ୍ତସିଂହାର, ସମାଜସେବୀ ଶ୍ରୀ ନବଘନ ସାମନ୍ତରାୟ, ଶ୍ରୀ ଦାଶରଥି ସେଠୀ ପ୍ରମୁଖ ଯୋଗଦେଇ ସ୍ବର୍ଗତ ସାହୁଙ୍କ ଫଟୋଚିତ୍ରରେ ପୁଷ୍ପମାଲ୍ୟ ଅର୍ପଣ ପୂର୍ବକ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ। ଉପସ୍ଥିତ ବକ୍ତାମାନେ ସ୍ୱର୍ଗତ ସୁବଳ ସାହୁ ଜଣେ ମିଷ୍ଟଭାଷୀ, ପରୋପକାରୀ ଓ ଜନସେବା ପ୍ରତି ସମର୍ପିତ ବ୍ୟକ୍ତିତ୍ୱ ଥିଲେ ଏବଂ ଗମ୍ଭାରୀମୁଣ୍ଡା ବଜାର କମିଟିର ଉପ-ସଭାପତି ଭାବେ ତାଙ୍କର ଦୀର୍ଘଦିନର ଅବଦାନ, ସାମାଜିକ ଦାୟିତ୍ୱବୋଧ ଓ ଅଞ୍ଚଳର ସର୍ବାଙ୍ଗୀନ ବିକାଶ ପାଇଁ କରିଥିବା ନିଷ୍ଠାପୂର୍ଣ୍ଣ କାର୍ଯ୍ୟ ସମ୍ପର୍କରେ ଆଲୋକପାତ କରିଥିଲେ। କାର୍ଯ୍ୟକ୍ରମକୁ ସ୍ବର୍ଗତ ସାହୁଙ୍କ ପୁତ୍ର ମାନେ ପରିଚାଳନା କରିଥିବା ସ୍ଥଳେ ପରିବାରବର୍ଗ,ବନ୍ଧୁବାନ୍ଧବ ଓ ସ୍ଥାନୀୟ ଅଞ୍ଚଳର ବ୍ୟକ୍ତିବିଶେଷ ପ୍ରମୁଖ ଉପସ୍ଥିତ ଥିଲେ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.