ଓଡ଼ିଶାର ସିଟିଜେନ୍ ସାଇଣ୍ଟିଷ୍ଟଙ୍କ ବିଶ୍ୱସ୍ତରୀୟ ସଫଳତା

ଗ୍ରହାଣୁ ‘୨୦୨୫ ଏଫକେ୩୬’ର ପ୍ରୋଭିଜନାଲ ଆବିଷ୍କାର

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): ଡକ୍ଟର କଲାମ ବିଜ୍ଞାନ କ୍ଲବ ଓଡ଼ିଶାର ପ୍ରତିଯୋଗୀମାନେ ଅନ୍ତର୍ଜାତୀୟ ସ୍ତରରେ ଏକ ସଫଳତା ଅର୍ଜନ କରିଛନ୍ତି। ଡ଼. କଲାମ ବିଜ୍ଞାନ କ୍ଲବ, ପଠାଣି ସାମନ୍ତ ବିଜ୍ଞାନ କ୍ଲବ, ଓଡ଼ିଶା ଏବଂ ଆନ୍ତର୍ଜାତୀୟ ଜ୍ୟୋତିର୍ବିଜ୍ଞାନ ଅନୁସନ୍ଧାନ ସଂଗଠନ ତଥା ନାସାର ମିଳିତ ପ୍ରୟାସ ଆୟୋଜିତ ଗ୍ରହାଣୁ ସନ୍ଧାନ ଅଭଯାନରେ ଏମାନେ ଯୋଗଦେଇ ୨୦୨୫ ଏଫକେ ୩୬ ନାମକ ଏକ ଗ୍ରହାଣୁର ପ୍ରୋଭିଜନାଲ (ଅସ୍ଥାୟୀ) ଆବିଷ୍କାର କରି ଏହି ସଫଳତା ହାସଲ କରିଛନ୍ତି। ଏହି ଅଭିଯାନ ଦଳର ନେତୃତ୍ୱ ନେଇଥିଲେ ସମାଜବିଜ୍ଞାନୀ ପ୍ରିୟଙ୍କା ବେହେରା। ତାଙ୍କ ସହ ଜାତୀୟ ପୁରସ୍କାରପ୍ରାପ୍ତ ବିଜ୍ଞାନ ଶିକ୍ଷକ ସନ୍ତୋଷ କୁମାର କର ଏବଂ ଜୈବ ବିଜ୍ଞାନୀ ନିରଞ୍ଜନ ବେହେରା ସଦସ୍ୟ ଭାବେ ଯୋଗଦେଇଥିଲେ। ଭିନ୍ନ ଭିନ୍ନ ଶିକ୍ଷାଗତ ଓ ବୃତ୍ତିଗତ ପୃଷ୍ଠଭୂମିରୁ ଆସିଥିବା ସତ୍ତ୍ୱେ ଏହି ଦଳ ସଫଳତାର ସହ ମିଳିତ ଭାବେ କାର୍ଯ୍ୟ କରି ଏହି ଗ୍ରହାଣୁର ପ୍ରୋଭିଜନାଲ ଆବିଷ୍କାର କରିବାରେ ସକ୍ଷମ ହୋଇଛନ୍ତି। ଏହା ପ୍ରମାଣ କରିଛି ଯେ ବୈଜ୍ଞାନିକ ଜିଜ୍ଞାସା, ନିଷ୍ଠା ଓ ଦଳଗତ ପ୍ରୟାସ ବିଭିନ୍ନ ବିଷୟର ସୀମାକୁ ଅତିକ୍ରମ କରି ବିଶ୍ୱସ୍ତରୀୟ ସଫଳତା ଆଣିପାରେ। ଏହି ଉଲ୍ଲେଖନୀୟ ସଫଳତା ଓଡ଼ିଶାର ସିଟିଜେନ୍ ସାଇଣ୍ଟିଷ୍ଟମାନଙ୍କର ବିଶ୍ୱ ଜ୍ୟୋତିର୍ବିଜ୍ଞାନ ଗବେଷଣାରେ ବୃଦ୍ଧି ପାଉଥିବା ଅବଦାନକୁ ପ୍ରତିଫଳିତ କରୁଛି। ଏଥି ସହିତ ଏହା ଦେଶର ଯୁବ ବିଜ୍ଞାନପ୍ରେମୀ ଓ ଆଗାମୀ ପିଢ଼ିର ଗବେଷକମାନଙ୍କ ପାଇଁ ଏକ ପ୍ରେରଣାଦାୟକ ଉଦାହରଣ ସୃଷ୍ଟି କରିଛି।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.