ଓଡିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): ଶ୍ରୀ ଶ୍ରୀ ଜଗନ୍ନାଥଙ୍କ ଶାନ୍ତି ପୂର୍ଣ୍ଣ ରଥଯାତ୍ରା ଓ ବାହୁଡ଼ାଯାତ୍ରା ପାଇଁ ମନ୍ଦିର ପରିଚାଳନା କମିଟି ସମ୍ପାଦକ ପ୍ରକାଶ ଚନ୍ଦ୍ର ସାହୁ ଙ୍କ ଆହ୍ବାନ ଓ ନେତୃତ୍ଵ ରେ ପ୍ରସ୍ତୁତି ବୈଠକ ଏମ ରାମପୁର ଶ୍ରୀ ଜଗନ୍ନାଥ ମନ୍ଦିର ପରିସରରେ ଅନୁଷ୍ଠିତ ହୋଇଯାଇଛି। ଉକ୍ତ ବୈଠକରେ କଳାହାଣ୍ଡି ଜିଲ୍ଲାପରିଷଦ ଅଧ୍ୟକ୍ଷ ପୁଷ୍ପେନ୍ଦ୍ର ସିଂହଦେଓ, ବିଧାୟକ ପ୍ରତିନିଧି ତଥା ଆଇନଜୀବୀ ସତ୍ୟନାରାୟଣ ସାହୁ, ଯଜ୍ଞସେନ ପଣ୍ଡା, ମ.ରାମପୁର ଥାନା ଅଧିକାରୀ(ଆଇ ଆଇ ସି) ଶ୍ରୀମତୀ ପ୍ରଧାନ, ଯୁବ ଉଦ୍ୟୋଗୀ ତଥା ସାମ୍ବାଦିକ ପ୍ରଶାନ୍ତ ସାମନ୍ତରାୟ ଓ ମନ୍ଦିର ପରିଚାଳନା କମିଟି କର୍ମକର୍ତ୍ତା ଉପସ୍ଥିତିରେ ଶାନ୍ତି ଶୃଙ୍ଖଳା ର ସହିତ ମହାପ୍ରଭୁଙ୍କ ରଥଯାତ୍ରା ସମ୍ପନ୍ନ କରିବା ପାଇଁ ଆଲୋଚନା ଓ ଯୋଜନା ପ୍ରସ୍ତୁତ ହୋଇଥିଲା। ଶେଷରେ ପ୍ରଶାନ୍ତ ସାମନ୍ତରା ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ। ମହାପ୍ରଭୁଙ୍କ ଦୁର୍ଲଭ ନବଯୌବନ ଦର୍ଶନ ପାଇଁ ଭକ୍ତ ମାନଙ୍କ ଭିଡ଼ ହୋଇଥିଲା।





