‘ବିଜୟ ମାଲ୍ୟାଙ୍କ ସହ ଯୋଗାଯୋଗ ହୋଇପାରୁନି, ଓକିଲ ଭାବେ ଓହରିବାକୁ ଚାହୁଁଛି’

Omkar Vasthu
Omkar Vasthu


Pearl dental clinic
Near Ashish Medical Store, Bhawanipatna

ନୂଆଦିଲ୍ଲୀ: ପଳାତକ ବ୍ୟବସାୟୀ ବିଜୟ ମାଲ୍ୟାଙ୍କ ସମ୍ପର୍କରେ କୌଣସି ସୂଚନା ମିଳିପାରୁ ନାହିଁ କି ଯୋଗାଯୋଗ କରିହେଉ ନାହିଁ। ତେଣୁ ସେ ମାଲ୍ୟାଙ୍କ ଓକିଲ ଭାବରେ କୋର୍ଟକୁ କୌଣସି ସୂଚନା ଦେବାକୁ ଆଗାମୀ ଦିନରେ ଅସମର୍ଥ। ଏହା କହିଛନ୍ତି ବିଜୟ ମାଲ୍ୟାଙ୍କ ସୁପ୍ରିମକୋର୍ଟ ଓକିଲ। ତେଣୁ ସେ କୋର୍ଟରୁ ବିଜୟ ମାଲ୍ୟାଙ୍କ ଓକିଲ ଭାବେ ଓହରିବାକୁ ଚାହୁଁଛନ୍ତି ଏଥିପାଇଁ ଅନୁମତି ଦିଆଯାଉ ବୋଲି ବିଜୟ ମାଲ୍ୟାଙ୍କ ଓକିଲ ଇସି ଅଗ୍ରଓ୍ୱାଲ ଗୁରୁବାର ସୁପ୍ରିମକୋର୍ଟଙ୍କୁ ଅନୁରୋଧ କରିଛନ୍ତି।

Udyog Nursery
Udyogi Nursery

ଜଷ୍ଟିସ୍ ଡିଓ୍ୱାଇ ଚନ୍ଦ୍ରଚୂଡ଼ ଓ ଜଷ୍ଟିସ୍ ହିମା କୋହଲିଙ୍କ ଖଣ୍ଡପୀଠଙ୍କ ଆଗରେ ଇସି ଅଗ୍ରଓ୍ୱାଲ କହିଛନ୍ତି, ବିଜୟ ମାଲ୍ୟା ବ୍ରିଟେନରେ ରୁହନ୍ତି କିନ୍ତୁ ସେ ଏବେ ମୋ ସହିତ ଯୋଗାଯୋଗ କରୁନାହାନ୍ତି ଏବଂ ମୋ ପାଖରେ କେବଳ ତାଙ୍କର ଇମେଲ୍ ଠିକଣା ରହିଛି। ଏହି ଇ-ମେଲରେ ଯୋଗାଯୋଗ କଲେ କୌଣସି ଉତ୍ତର ଆସୁନାହିଁ। ଅନ୍ୟପଟେ ବ୍ରିଟେନରେ ତାଙ୍କର ଠିକଣା ଜଣାନାହିଁ ଏବଂ ସେ ଭାରତର କୌଣସି ସ୍ଥାନରେ ହାଜର ହୋଇନାହାନ୍ତି, ତେଣୁ ମୋତେ ତାଙ୍କ ଓକିଲ ବୋଲି ମିଳିଥିବା ଦାୟିତ୍ୱରୁ ଓହରିବାକୁ ଚାହୁଁଛି। ଆଉ କୋର୍ଟ ଏଥିପାଇଁ ଅନୁମତି ଦିଅନ୍ତୁ।

ଷ୍ଟେଟ୍ ବ୍ୟାଙ୍କ ସହ ଆର୍ଥିକ ବିବାଦକୁ ନେଇ ବିଜୟ ମାଲ୍ୟାଙ୍କ ଓକିଲ ଥିଲେ ଇସି ଅଗ୍ରଓ୍ୱାଲ। ଖଣ୍ଡପୀଠ ଓକିଲଙ୍କୁ ମାମଲାରୁ ମୁକ୍ତ କରିବା ପାଇଁ ପ୍ରକ୍ରିୟା ଅନୁସରଣ କରିବାକୁ ଅନୁମତି ଦେବା ସହ ମାଲ୍ୟାଙ୍କ ଇ-ମେଲ ଆଇଡି ଏବଂ ବର୍ତ୍ତମାନର ତାଙ୍କ ଆବାସିକ ଠିକଣା ବିଷୟରେ କୋର୍ଟ ରେଜିଷ୍ଟ୍ରିଙ୍କୁ ଜଣାଇବାକୁ ନିର୍ଦ୍ଦେଶ ଦେଇଛନ୍ତି। ଏଥିସହ ଆସନ୍ତା ବର୍ଷ ଜାନୁଆରୀରେ ଏହି ଶୁଣାଣି ପାଇଁ ତାରିଖ ସ୍ଥିର ହୋଇଛି।

ସୂଚନାଯୋଗ୍ଯ, ଚଳିତ ବର୍ଷ ଆରମ୍ଭରେ ମାଲ୍ୟାଙ୍କ ବିରୋଧରେ କୋର୍ଟ ଅବମାନନା ଅଭିଯୋଗରେ ସର୍ବୋଚ୍ଚ ଅଦାଲତ ୪ ମାସ ଜେଲ ଦଣ୍ଡାଦେଶ ଶୁଣାଇଛନ୍ତି। ମାଲ୍ୟାଙ୍କୁ ଭାରତକୁ ଆଣିବାକୁ କୋର୍ଟ ସରକାରୀ କର୍ତ୍ତୃପକ୍ଷଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ବିଜୟ ମାଲ୍ୟା ଏବେ ଭାରତ ସରକାରଙ୍କ ଦ୍ୱାରା ଆରମ୍ଭ ହୋଇଥିବା ବ୍ରିଟେନରେ ପ୍ରତ୍ୟାର୍ପଣ ପ୍ରକ୍ରିୟାର ସମ୍ମୁଖୀନ ହେଉଛନ୍ତି। ତେଣୁ ସେ ଭାରତ ଆଣିବାରେ ସକ୍ଷମ ହୋଇ ନାହାନ୍ତି କେନ୍ଦ୍ର ସରକାର।

ବ୍ରିଟେନ ହାଇକୋର୍ଟ ୨୦୨୦ ଏପ୍ରିଲରେ ମାଲ୍ୟାଙ୍କ ପ୍ରତ୍ୟର୍ପଣକୁ ମଞ୍ଜୁରୀ ଦେଇଥିଲେ ମଧ୍ୟ ଏବେ ଅଢ଼େଇ ବର୍ଷ ହେଲା ଏହି ମାମଲା ଝୁଲି ରହିଛି।



Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.