ନର୍ଲାରେ କାର୍ତ୍ତିକ ବ୍ରତ ଓ ପୁରାଣ ପୂଜା

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): ପବିତ୍ର କାର୍ତ୍ତିକ ମାସ । ଏହା ଧର୍ମର ମାସ । କାର୍ତ୍ତିକ ବ୍ରତୀ ମାନେ ମାସ ସାରା ବଡି ଭୋରରୁ ବୁଡ ପକାଇ ରାଧାକୃଷ୍ଣଙ୍କ ପୂଜା କରି କାର୍ତ୍ତିକ ବ୍ରତ ପାଳନ କରିଥାନ୍ତି । ବିଶେଷ କରି ଅଁଳା ନବମୀରୁ ଆରମ୍ଭ ହୋଇଯାଇଥାଏ କାର୍ତ୍ତିକ ବ୍ରତ ଓ ପୁରାଣ ପୂଜା କାର୍ଯ୍ୟକ୍ରମ । ବ୍ରତୀ ମାନେ ଏକ ଓଳି ହବିଷ୍ୟ କରି ପୂଜା ମଣ୍ଡପରେ ପୁରାଣ ଶୁଣି ପାଳିଥାନ୍ତି କାର୍ତ୍ତିକ ବ୍ରତ । ଏହି କ୍ରମରେ କଳାହାଣ୍ଡି ଜିଲ୍ଲା ନର୍ଲା ବ୍ଲକର ଗାଁ ଗାଁରେ ଚାଲିଛି କାର୍ତ୍ତିକ ବ୍ରତ ଓ ପୁରାଣ ପୂଜା କାର୍ଯ୍ୟକ୍ରମ । ନର୍ଲା ବ୍ଲକ ଅଞ୍ଚଳରେ ୧୫୦ ରୁ ଉଦ୍ଧ୍ୱର୍ ସ୍ଥାନରେ ଚାଲିଛି ଏହି ପଞ୍ଚୁକରେ ପୁରାଣ ପୂଜନ କାର୍ଯ୍ୟକ୍ରମ । ସେହିଭଳି ନର୍ଲା ଓ ସର୍ଗିଗୁଡା ଗ୍ରାମ ପଞ୍ଚାୟତ ଅଞ୍ଚଳରେ ବିଶେଷ କରି ସର୍ଗିଗୁଡା ପ୍ରହରୀ ମଣ୍ଡପ, ସର୍ଗିଗୁଡା ମାଝୀପଡା, ବିଞ୍ଝାଲପଡା, ଡିଗିରାପଡା, ଭଟାଙ୍ଗ, ଶାନ୍ତି ନଗର ପଡା, ପଟାଙ୍ଗପଡା, ଉଲିସିର୍କା, ବାଙ୍କେଲ, ନର୍ଲା ଗ୍ରାମ ପଞ୍ଚାୟତ ଅଞ୍ଚଳରେ ନର୍ଲା ତ୍ରୀନାଥ ମନ୍ଦିର, ରେଖପୁର, ରେଗଡିମାଳ, ଡଙ୍ଗରମାଳ, ଜୁର୍କାଭଟା ଏଭଳି ପ୍ରଭୃତି ସ୍ଥାନରେ ପଞ୍ଚୁକ ପାଇଁ କାର୍ତ୍ତିକ ବ୍ରତ ଓ ପୁରାଣ ବସା କାର୍ଯ୍ୟକ୍ରମ ମାନ ଅନୁଷ୍ଠିତ ହେଉଥିବା ଦେଖିବାକୁ ମିଳୁଛି । ଏହି ଅଧିବାସ ଦିନ ସର୍ଗିଗୁଡା ମାଝୀ ପଡାର କାର୍ତ୍ତିକ ବ୍ରତି ମାନେ କର୍ତ୍ତା ଗଣା ମାଝୀ ଓ ଗିରିସୂତା ମାଝୀ ଦମ୍ପତିଙ୍କ ନେତୃତ୍ୱରେ ସାବେତ୍ରୀ ମାଝୀ (ଭାଙ୍ଗଲି) ଙ୍କ ସହଯୋଗ କ୍ରମେ ସର୍ଗିଗୁଡା ପୁଷ୍କରିଣୀରୁ ଏକ ଭବ୍ୟ କଳସ ଯାତ୍ରାରେ ଜଳ ନେଇ ପୁରାଣ ପୂଜା ସ୍ଥଳିରେ କଳସ ସ୍ଥାପନ କରିଥିଲେ । ଗୁରୁବାର ପଞ୍ଚୁକ ଦିନ ସକାଳୁ ପୁରାଣ ଦେବତା ପୂଜନ ଓ ପୁରାଣ ପଠନ କାର୍ଯ୍ୟକ୍ରମ ଆରମ୍ଭ ହୋଇଥିଲା । ବ୍ରହ୍ମା ପଣ୍ଡିତ ଭାବରେ ବିଘ୍ନରାଜ ମିଶ୍ର ପୁରାଣ ପଠନ ଓ ପୂଜନ କାର୍ଯ୍ୟ ପରିଚାଳନା କରୁଥିବା ଜଣାପଡିଛି । ସେହିଭଳି ବିଞ୍ଝାଲପଡାରେ ଆଧ୍ୟାତ୍ମବାଦ. ଧର୍ମ ପରାୟଣ ତୀର୍ଥବାସୀ ପଧାନଙ୍କ ଉଦ୍ୟୋଗ କ୍ରମେ ଜେମାମଣି ପଧାନଙ୍କ ସହଯୋଗରେ ମାସବ୍ୟାପି ଚାଲିଛି ପୁରାଣ ପୂଜନ କାର୍ଯ୍ୟକ୍ରମ । ଏହାର ମଧ୍ୟ ପୂର୍ଣ୍ଣମି ଦିନ ପୂର୍ଣ୍ଣାହୂତି ପଡିବ । ପଞ୍ଚୁକ ପାଞ୍ଚଦିନ ବ୍ୟାପି ଏହି ପୁରାଣ ପୂଜା ଓ ପୁରାଣ ପଠନ କାର୍ଯ୍ୟକ୍ରମ ମାନ ଗାଁ ଗାଁ ରେ ଚାଲୁଥିବା ବେଳେ ଏହା କାର୍ତ୍ତିକ ପୂର୍ଣ୍ଣିମା ସକାଳେ ପୂର୍ଣ୍ଣାହୁତି ପଡିବ । ଏହା ଆଜିକାର ପରମ୍ପରା ନୁହଁ, ଆବହମାନ କାଳରୁ ଓଡିଶାର ପୁର ପଲ୍ଲୀରେ ପାଳିତ ହୋଇ ଆସୁଛି । କାର୍ତ୍ତିକ ପୂର୍ଣ୍ଣିମା ବଡି ଭୋରରୁ କାର୍ତ୍ତିକ ବ୍ରତୀ ମାନେ ବୁଡ ପକାଇ ବୋଇତ ବନ୍ଦାଣ କରି ଏହାର ପୂର୍ଣ୍ଣାହୂତି କରିବେ ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.