ଓଡ଼ିଆ ବାର୍ତ୍ତା/ କୋକସରା (ହିରଣ୍ୟ ବେହେରା): କୋକସରା ବ୍ଲକ ମୋଟେର ପଞ୍ଚାୟତ କୁସୁମଖୁଣ୍ଟି ମିନିଷ୍ଟାଡିୟମ ଠାରେ ଶ୍ରୀ ଶ୍ରୀ ନୀଳକଣ୍ଠେଶ୍ଵର କ୍ରିକେଟ କ୍ଳବ ଆନୁକୂଲ୍ୟରେ ଚାଲିଥିବା କ୍ରିକେଟ ଟୁର୍ଣ୍ଣାମେଣ୍ଟ ଫାଇନାଲ ଖେଳ ସହ ଉଦଯାପିତ ହୋଇଛି। ଫାଇନାଲ ମ୍ୟାଚ୍ ଚାରବାହାଳ ଓ କୁସୁମଖୁଣ୍ଟି ମଧ୍ୟରେ ଅନୁଷ୍ଠିତ ହୋଇଥିଲା। ଚାରବାହାଲ ଦଳ ପ୍ରଥମେ ବ୍ୟାଟିଂ କରି ନିର୍ଦ୍ଧାରିତ ୧୨ ଓଭରରେ ୯ ୱିକେଟ୍ ହରାଇ ୧୦୨ ରନ୍ ସଂଗ୍ରହ କରିଥିଲେ। ଜବାବରେ କୁସୁମଖୁଣ୍ଟି ତୋଫାନ ଇଲେଭେନ ୧୧ ଓଭରରେ ସମସ୍ତ ୱିକେଟ୍ ହରାଇ ୭୦ ରନ୍ ସଂଗ୍ରହ କରି ପରାସ୍ତ ହୋଇଥିଲା। ଏଥିରେ ଚାରବାହାଲ ଟିମ୍ ଟୁର୍ଣ୍ଣାମେଣ୍ଟ ର ବିଜେତା ହୋଇଛି। ଅମ୍ପିୟାର ଭାବରେ ହିରଣ୍ୟ ବେହେରା ଓ ଦୟା କର ଖେଳ ପରିଚାଳନା କରିଥିଲେ। କ୍ରିଷ୍ଣା କର ସ୍କୋର ବୋର୍ଡ ଦାୟିତ୍ୱରେ ରହିଥିବା ବେଲେ କ୍ଷୀରସିନ୍ଧୁ ସୁନାନୀ ଖେଳର ଧାରାବିବରଣୀ ପ୍ରଦାନ କରିଥିଲେ। ଫାଇନାଲ ଖେଳର ପୁରସ୍କାର ବିତରଣ ଉତ୍ସବରେ ପୂର୍ବତନ ମୋଟେର ସରପଞ୍ଚ ଇଂ ସୁଶୀଲ କୁମାର ଶବର ମୁଖ୍ୟ ଅତିଥି, ଘେନୁ ବେହେରା, ପଦ୍ମଲୋଚନ ଦାସ ମଙ୍ଗରାଜ ବେହେରା ସମ୍ମାନିତ ଅତିଥି ଭାବେ ଯୋଗଦେଇ ବିଜେତା ଓ ଉପ ବିଜେତା ଟିମକୁ ଟ୍ରଫି ସହ ପୁରସ୍କାର ରାଶି ପ୍ରଦାନ କରିଥିଲେ। ଆୟୋଜକ ଅନୁଷ୍ଠାନର ତୋଫାନ, ଭାଗ୍ୟ, ଆରୟାନ, ଜିତ, ଡିଙ୍ଗର ପ୍ରମୁଖ ଉପସ୍ଥିତ ରହି ପରିଚାଳନାରେ ସହଯୋଗ କରିଥିଲେ।





