ଥୁଆମୂଳ ରାମପୁର ବ୍ଲକ ସ୍ତରୀୟ କଳାହାଣ୍ଡି ଉତ୍ସବ ଉଦଜାପିତ: ଲୋକବାଦ୍ୟ ଓ ନୃତ୍ୟରେ ଦୁଲୁକି ଉଠିଲା ବାବା ଖଣ୍ଡୁଆଲ ମିନି ଷ୍ଟାଡ଼ିୟମ

ଓଡ଼ିଆ ବାର୍ତ୍ତା/ ଥୁଆମୂଳ ରାମପୁର (ଦୁର୍ଗା କୀର୍ତ୍ତି): ଲୋକଗୀତ, ଲୋକନୃତ୍ୟ ଓ ଲୋକସଂସ୍କୃତିର ସମ୍ଭାର ମଧ୍ୟରେ ଥୁଆମୂଳ ରାମପୁର ବ୍ଳକ ସ୍ଥିତ ବାବା ଖୁଣ୍ତୁଆଳ ମିନିଷ୍ଟାଡିୟମ ଠାରେ ବ୍ଲକ ସ୍ତରୀୟ ୨୫ତମ କଳାହାଣ୍ଡି ଉତ୍ସବ ଘୁମୁରା-୨୦୨୩ ଉଦଜାପିତ ହୋଇଯାଇଛି। ଅନ୍ତିମ ଦିବସ କାର୍ଯ୍ୟକ୍ରମର ବୁଧବାର ଦିନ ଉତ୍ସବର ଆବାହକ ତଥା ବ୍ଳକ ଅଧ୍ଯକ୍ଷ ଦୟାନିଧି ମାଝୀ ଓ ଉତ୍ସବର ସମ୍ପାଦକ ବିଡିଓ ଶୁଭକାନ୍ତ ନାୟକଙ୍କ ତତ୍ବାବଧାନରେ ମହାସମାରୋହରେ ଅନୁଷ୍ଠିତ ହୋଇଥିଲା। ଏହି ଦ୍ବିତୀୟ ଦିବସ କାର୍ଯ୍ଯକ୍ରମ ଅବସରରେ ଅତିଥିଙ୍କ ଦ୍ବାରା ପ୍ରଦୀପ ପ୍ରଜ୍ଜୋଳନ ଓ ମଞ୍ଚର ଉଦଘାଟନର ପରବର୍ତ୍ତୀ ସମୟରେ ଅତିଥି ମାନଙ୍କୁ ଆମନ୍ତ୍ରଣ କରାଯାଇଥିଲା।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

ମୁଖ୍ୟ ଅତିଥି ଭାବରେ ତହସିଲଦାର ଇଶ୍ଵର ଚନ୍ଦ୍ର ଦାସ, ମୁଖ୍ୟବକ୍ତା ଭାବରେ କଲେଜ ଅଧ୍ଯକ୍ଷ ସତ୍ଯନାୟଣ ମୁଣ୍ତଛିନା, ସିନ୍ଧିଦପର ପଞ୍ଚାୟତ ସମିତି ସଭ୍ଯା ଦ୍ରୌପଦୀ ମାଝୀ, ବ୍ଳକ ଉପାଧ୍ୟକ୍ଷା ଜୟନ୍ତୀ ମାଝୀ, ସ୍ଥାନୀୟ ସରପଞ୍ଚ ବିଜୟା ମାଝୀ, ସ୍ଥାନୀୟ ସମିତି ସଭ୍ଯା ପୁଷ୍ପାଞ୍ଜଳି ନାଏକ ପ୍ରମୁଖ ଯୋଗଦେଇ ମଞ୍ଚାସୀନ ରହିଥିବା ବେଳେ ମଞ୍ଚରେ ବିଭିନ୍ନ ପ୍ରକାରର କଳା ସାଂସ୍କୃତିକ ପାରମ୍ପାରିକ ନୃତ୍ୟରେ କଳାକାରଙ୍କ ଦ୍ବାରା ମଞ୍ଚ ଦୁଲୁକି ଉଠିଥିଲା। ବିଭିନ୍ନ ବିଭାଗର କାର୍ଯ୍ଯଦକ୍ଷ କର୍ମଚାରୀ ମାନଙ୍କୁ ଉତ୍ତୋରୀୟ ଟ୍ରଫି ମାନପତ୍ର ସହିତ ଅତିଥିଙ୍କ ଦ୍ବାର ସମ୍ମାନିତ କରାଯାଇଥିବା ବେଳେ । ବିଭିନ୍ନ ବିଦ୍ଯାଳୟର ଛାତ୍ରଛାତ୍ରୀ ବିଭିନ୍ନ ପ୍ରତିଯୋଗିତାରେ ଅଂଶଗ୍ରହଣ କରି ବିଜୟୀ ହୋଇଥିବା କଳାକାରଙ୍କୁ ପୁରସ୍କୃତ କରାଯାଇଥିଲା। ମାଣିକ୍ଯ ଚନ୍ଦ୍ର ନାଏକ ଓ ବବୃବାହାନ ବୁଦ୍ଧିଆ ମଞ୍ଚ ପରିଚାଳନା କରିଥିଲେ।

Udyog Nursery
Udyogi Nursery

କଳାହାଣ୍ଡି ଉତ୍ସବର ଆୟୋଜକ ଅତିରିକ୍ତ ବିଡିଓ ଭରତ ମେହେର, ଜିପିଓ ଜ୍ଞାନରଞ୍ଜନ ଭୋଇ, ଏଇ ବାଞ୍ଚାବଟ ପାଣ୍ତେ, ଜେଇ ଦେବେନ୍ଦ୍ର କୁମାର ମହାନନ୍ଦ, ଡବ୍ଳୁଇଓ ଗଙ୍ଗାଧର ବେହେରା ସହଯୋଗ କରିଥିଲେ। ପୋଲିସ ପକ୍ଷରୁ ଶାନ୍ତିଶୃଙ୍ଖଳା ରକ୍ଷା କରାଯାଇଥିଲା। ଆୟୋଜକ ଓ ବିଭିନ୍ନ ବିଭାଗର କର୍ମକର୍ତ୍ତାଙ୍କ ସହଯୋଗରେ ସୁନ୍ଦର ସରସ ଭାବରେ ଶାନ୍ତିଶୃଙ୍ଖଳା ସହିତ  ଶେଷ ହୋଇଥିଲା କଳାହାଣ୍ଡି ଉତ୍ସବ ଘୁମୁରା ୨୦୨୩।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.