ଳୁକୁପାଲିରେ ଶେଷ ହେଲା ୧୬ ପ୍ରହର ଅଖଣ୍ଡ ନାମଯଜ୍ଞ

ନୂଆପଡା,୨୨/୪ : ସଦର ବ୍ଲକ ସ୍ଥିତ ଳୁକୁପାଲି ଗାଁ ରେ ଆଜି ୧୬ ପ୍ରହର ଅଖଣ୍ଡ ନାମଯଜ୍ଞ ସମାପନ ହୋଇଯାଇଛି । ପୂର୍ଣହୁତି ସହିତ ବିଶାଳ ଆନନ୍ଦ ବଜାରରେ ସମସ୍ତ ଭକ୍ତ ଗଣଙ୍କୁ ଭୋଗ ସେବନ କରାଯାଇ ଥିଲା । ଏହି ନାମଯଜ୍ଞରେ ଗାଁର ଶ୍ରୀ କୁମାରମଣୀ ହଂସ ଓ ଧାନମତି ହଂସ କର୍ତ୍ତା ଦାଇତ୍ବ ତୁଳାଇଥିଲେ । ଏହି ନାମଯଜ୍ଞ ନବମ ବର୍ଷରେ ପଦପ୍ରାଣ କରିଛି । ସର୍ବ ମୋଟ ୭ ଟି କୀର୍ତନ ଦଳ(୫ ଟି ପୁରୁଷ ଓ ୨ ଟି ମହିଳା ଦଳ ) ଭାଗ ନେଇ ଉପସ୍ଥିତ ଭକ୍ତଙ୍କୁ ହରି ନାମ ଆସ୍ବାଦନ କରାଇଥିଲେ । ତେବେ ନାମ ଯଜ୍ଞ ଦେଖିବା ପାଇଁ ଆଖପାଖ ଗାଁରୁ ହଜାର ହଜାର ଭକ୍ତ ଗଣ ଙ୍କ ସମାବେଶ ହୋଇଥିଲା । ଯଜ୍ଞ କମିଟିର ଶରତ ହଂସ, ଦକ୍ଷ ଅଘରିଆ, ଜାମୁ ରାଉତ, ବିହାରୀ ରାଉତ, ଗଣେଶ ରାଉତ, ଦେନାଥ ରାଉତ, ପୁଷ୍କର ରାଉତ, ଅଗନୁ ରାଉତ, ଖେଦୁ ରାଉତ ଓ ସମସ୍ତ ଗ୍ରାମ ବାସୀ ବିଶେଷ ଭାବେ ସହଯୋଗ କରି ନିଜ ତତ୍ୱାବଧାନ ରେ ସମସ୍ତ ଦାଇତ୍ୱ ତୁଲାଇ କାର୍ଯ୍ୟାକ୍ରମ କୁ ପରିଚାଳନା କରିଥିଲେ ।

Omkar Vasthu
Omkar Vasthu
ନୂଆପଡା ଜିଲ୍ଲା ପ୍ରତିନିଧି ମହେନ୍ଦ୍ର କୁମାର ବାଗ (ରାହୁଲ) ଙ୍କ ରିପୋର୍ଟ odiabarta.in

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in

Leave a Reply

Your email address will not be published. Required fields are marked *

error: You are not allowed to copy this content. Thank you.