ଳୁକୁପାଲିରେ ଶେଷ ହେଲା ୧୬ ପ୍ରହର ଅଖଣ୍ଡ ନାମଯଜ୍ଞ

ନୂଆପଡା,୨୨/୪ : ସଦର ବ୍ଲକ ସ୍ଥିତ ଳୁକୁପାଲି ଗାଁ ରେ ଆଜି ୧୬ ପ୍ରହର ଅଖଣ୍ଡ ନାମଯଜ୍ଞ ସମାପନ ହୋଇଯାଇଛି । ପୂର୍ଣହୁତି ସହିତ ବିଶାଳ ଆନନ୍ଦ ବଜାରରେ ସମସ୍ତ ଭକ୍ତ ଗଣଙ୍କୁ ଭୋଗ ସେବନ କରାଯାଇ ଥିଲା । ଏହି ନାମଯଜ୍ଞରେ ଗାଁର ଶ୍ରୀ କୁମାରମଣୀ ହଂସ ଓ ଧାନମତି ହଂସ କର୍ତ୍ତା ଦାଇତ୍ବ ତୁଳାଇଥିଲେ । ଏହି ନାମଯଜ୍ଞ ନବମ ବର୍ଷରେ ପଦପ୍ରାଣ କରିଛି । ସର୍ବ ମୋଟ ୭ ଟି କୀର୍ତନ ଦଳ(୫ ଟି ପୁରୁଷ ଓ ୨ ଟି ମହିଳା ଦଳ ) ଭାଗ ନେଇ ଉପସ୍ଥିତ ଭକ୍ତଙ୍କୁ ହରି ନାମ ଆସ୍ବାଦନ କରାଇଥିଲେ । ତେବେ ନାମ ଯଜ୍ଞ ଦେଖିବା ପାଇଁ ଆଖପାଖ ଗାଁରୁ ହଜାର ହଜାର ଭକ୍ତ ଗଣ ଙ୍କ ସମାବେଶ ହୋଇଥିଲା । ଯଜ୍ଞ କମିଟିର ଶରତ ହଂସ, ଦକ୍ଷ ଅଘରିଆ, ଜାମୁ ରାଉତ, ବିହାରୀ ରାଉତ, ଗଣେଶ ରାଉତ, ଦେନାଥ ରାଉତ, ପୁଷ୍କର ରାଉତ, ଅଗନୁ ରାଉତ, ଖେଦୁ ରାଉତ ଓ ସମସ୍ତ ଗ୍ରାମ ବାସୀ ବିଶେଷ ଭାବେ ସହଯୋଗ କରି ନିଜ ତତ୍ୱାବଧାନ ରେ ସମସ୍ତ ଦାଇତ୍ୱ ତୁଲାଇ କାର୍ଯ୍ୟାକ୍ରମ କୁ ପରିଚାଳନା କରିଥିଲେ ।

ନୂଆପଡା ଜିଲ୍ଲା ପ୍ରତିନିଧି ମହେନ୍ଦ୍ର କୁମାର ବାଗ (ରାହୁଲ) ଙ୍କ ରିପୋର୍ଟ odiabarta.in

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in

Leave a Reply

Your email address will not be published. Required fields are marked *

error: You are not allowed to copy this content. Thank you.