୪ ବର୍ଷ ହେଲାଣି ଶେଷ ହୋଇ ପାରୁନି ପୋଲ କାମ

● ସୂଚନା ଫଳକ ପଡ଼ିଛି ଖାଲି

● ଜନସାଧାରଣଙ୍କୁ ସୂଚନା ଅଧିକାରରୁ ବଞ୍ଚିତ ରଖିଛି ବିଭାଗ

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): କଳାହାଣ୍ଡି ଜିଲ୍ଲା ଥୁଆମୂଳ ରାମପୁର ବ୍ଳକ ଅନ୍ତର୍ଗତ ଗୋପାଳପୁର ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ପାଡେଲଗୁଡା, ଶୁଣ୍ଢିଯୋବା, ତୁନାପାରୀ, ତୁକୁଗୁଡା ଓ ଗୁଞ୍ଜିଗୁଡା ଗ୍ରାମକୁ ସଂଯୋଗ କରୁଥିବା ଇନ୍ଦ୍ରାବତୀ ନଦୀ ଉପରେ ପୋଲର ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇ ଦୀର୍ଘ ଚାରି ବର୍ଷରୁ ଉର୍ଦ୍ଧ୍ବ ହେବ ଏପର୍ଯ୍ୟନ୍ତ ଶେଷ ହୋଇ ପାରିନାହିଁ। ଫଳରେ ସ୍ଥାନୀୟ ଲୋକଙ୍କ ମନରେ ଅସନ୍ତୋଷ ଦେଖାଦେଇଛି। ଆଦିବାସୀ ଅଧ୍ୟୁଷିତ ଭାବେ ପରିଚିତ ଥୁଆମୂଳ ରାମପୁର ବ୍ଳକ ଗୋପାଳପୁର ପଞ୍ଚାୟତ ଏକ ଆଦିବାସୀ ଜନସଂଖ୍ୟା ବହୁଳ ଅଞ୍ଚଳ ଅଟେ। ଦୀର୍ଘ ବର୍ଷ ବିତିଯାଇଥିଲେ ମଧ୍ୟ ଉପରୋକ୍ତ ଗ୍ରାମ ଠାରୁ ଗୋପାଳପୁର ପଞ୍ଚାୟତକୁ ସଂଯୋଗ କରୁଥିବା ଏହି ନଦୀ ଉପରେ ପୋଲ ନିର୍ମାଣ ପାଇଁ ଦାବି ହୋଇ ଆସୁଥିଲା। ତେବେ ସ୍ଥାନୀୟ ଲୋକଙ୍କ କହିବା ଅନୁସାରେ ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇ ଆଜିକୁ ୪ ବର୍ଷ ଅତିକ୍ରମ ହେଲାଣି କିନ୍ତୁ ପୋଲ ଶେଷ ହେବାର ନାଁ ଧରୁ ନାହିଁ।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

ଆଶ୍ଚର୍ଯ୍ୟର କଥା ଯେ, ଏଠାରେ ଲାଗିଥିବା ସୂଚନା ଫଳକ ମୁତାବକ ଏହା ବିଜୁ ସେତୁ ଯୋଜନା ଅନ୍ତର୍ଗତ ଗ୍ରାମ୍ୟ ଉନ୍ନୟନ ବିଭାଗ ଦ୍ଵାରା ନିର୍ମାଣ ହେଉଥିବା ବେଳେ ଏହାର ଅଟକଳ ପରିମାଣ, ଠିକାଦାରଙ୍କ ନାମ, କାର୍ଯ୍ୟାରମ୍ଭ ଓ ସମାପ୍ତି ତଥା କାର୍ଯ୍ୟ ଦିବସ ସମ୍ପର୍କିତ କୌଣସି ସୂଚନା ନାହିଁ। ଏହା ଦ୍ବାରା ଜନସାଧାରଣଙ୍କୁ ସୂଚନା ଅଧିକାରରୁ ଖାଲି ବଞ୍ଚିତ କରାଯାଉନାହିଁ ବରଂ ଦୁର୍ନୀତିକୁ ଖୋଲାଖୋଲି ଭାବେ ସଂସ୍ଥା ପ୍ରୋତ୍ସାହନ ଦେଉଥିବା ସାଧାରଣରେ ଚର୍ଚ୍ଚାର ବିଷୟ ପାଲଟିଛି। ଲୋକେ ସବୁଦିନିଆ ପୋଲ ଅଭାବରୁ ବହୁ କଷ୍ଟରେ ଦୈନନ୍ଦିନ କାର୍ଯ୍ୟ ଓ ପଞ୍ଚାୟତ ଅଫିସକୁ ଭତ୍ତା, ଅତ୍ୟାବଶ୍ୟକୀୟ ଖାଦ୍ୟ ସାମଗ୍ରୀ ଓ ଛାତ୍ରଛାତ୍ରୀ ବିଦ୍ୟାଳୟକୁ ଆସିବା ଦୁର୍ବିସହ ହୋଇ ପଡିଛି। ଏପରିକି ଗର୍ଭବତୀ ମହିଳାଙ୍କୁ ଡାକ୍ତରଖାନାକୁ ନେବାରେ ବହୂ ସମସ୍ୟାର ସମ୍ମୁଖିନ ହେବାକୁ ପଡିଥାଏ। ସ୍ଵାଧୀନତାର ୭୫ ବର୍ଷ ପରେ ନବୀନ ସରକାରଙ୍କ କ୍ରମାଗତ ୨୨ ବର୍ଷ ଶାସନ ପରେ ମଧ୍ୟ ଲୋକେ ମୌଳିକ ସୁବିଧାରୁ ବଞ୍ଚିତ ହେବା ସାଧାରଣରେ ସରକାରଙ୍କ ଅପାରଗତାକୁ ପଦାରେ ପକାଇ ଦେଇଛି ବୋଲି ଚର୍ଚ୍ଚା ହେଉଛି। ଜିଲ୍ଲା ପ୍ରଶାସନ ତୁରନ୍ତ ଏହି ପୋଲର ନିର୍ମାଣ କାର୍ଯ୍ୟ ସମାପ୍ତ କରିବା ପାଇଁ ସାଧାରଣରେ ଦାବି ହେଉଛି ।

Udyog Nursery
Udyogi Nursery

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.