ନର୍ଲା ଆଦିବାସୀ କର୍ମଚାରୀ ସଂଘର ନୂତନ କର୍ମକର୍ତ୍ତା ଚୟନ

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): ଆଦିବାସୀ ସଂଘ ନର୍ଲା ଶାଖାର କର୍ମକର୍ତ୍ତା ଚୟନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇ ଯାଇଛି। ଆଜି ନର୍ଲା ପେସିଫିକ ପବ୍ଲିକ ସ୍କୁଲରେ ଏ ନେଇ ପୂର୍ବତନ ସଭାପତି ନର୍ଲା ଏବିଇଓ ଗୋବର୍ଦ୍ଧନ ମାଝୀଙ୍କ ଅଧ୍ୟକ୍ଷତାରେ ଏକ ବୈଠକ ଅନୁଷ୍ଠିତ ହୋଇଥିଲା । ପ୍ରଥମେ ସଭାପତି ଶ୍ରୀ ମାଝୀ ସ୍ୱାଗତ ଭାଷଣ ପ୍ରଦାନ କରିଥିଲେ । ନର୍ଲା ଶାଖା ସଂଘର ଅଭିବୃଦ୍ଧି ନିମନ୍ତେ ବିଭିନ୍ନ ବିଷୟରେ ସଭାରେ ଆଲୋଚନା ହୋଇଥିଲା । ଏହାପରେ ନର୍ଲା ଆଦିବାସୀ କର୍ମଚାରୀ ସଂଘ ନିମନ୍ତେ ନୂତନ କର୍ମକର୍ତ୍ତା ଚୟନ କରାଯାଇଥିଲା । ଏଥିରେ ଆଦିବାସୀ ସଂଘ ଜିଲ୍ଲା ଓ ନର୍ଲାର କର୍ମକର୍ତ୍ତା ମାନେ ଉପସ୍ଥିତ ରହିଥିଲେ । କନ୍ଧ ସଂସ୍କୃତି ଗବେଷକ ମେଦିନୀଧର ଜାନୀ, କନ୍ଧାନ କବି ତଥା ଶିକ୍ଷକ କ୍ଷିତିଶଚନ୍ଦ୍ର ମାଝୀ, ନର୍ଲା ଜିଲ୍ଲା ପରିଷଦ ସଦସ୍ୟ ହରିଶଙ୍କର ମାଝୀ, ଜିଲ୍ଲା ଆଦିବାସୀ ସଭାପତି ପ୍ରକାଶ ମାଝୀ, କୁଳମଣି ମାଝୀ, ବୀର କମଲ ମୈଦାନ ସଭାପତି ଅମରସିଂ ମାଝୀ, ସଦସ୍ୟ ମାୟାଧର ମାଝୀ, ଡମ୍ବରୁଧର ମାଝୀ, ବୀରକିଶୋର ମାଝୀ, ଚୌଧୁରୀ ମାଝୀ, ଭେଙ୍କଟରମଣ ମାଝୀ ପ୍ରମୁଖ ଉପସ୍ଥିତ ରହି ମାର୍ଗଦର୍ଶନ ଦେଇଥିଲେ । ନୂତନ ସଭାପତି ଭାବରେ ନର୍ଲା ଆଦିବାସୀ କର୍ମଚାରୀ ସଂଘର ପୂର୍ବତନ ସଭାପତି ଗୋବର୍ଦ୍ଧନ ମାଝୀ ପୁଣିଥରେ ସଭାପତି ଭାବରେ ମନୋନୀତ ହୋଇଥିଲେ । ଉପସଭାପତି ଭାବରେ ଘୋଡାବନ୍ଧ ଶିକ୍ଷୟତ୍ରୀ କୁନି ମାଝୀ ସର୍ବସମ୍ମତିକ୍ରମେ ନିର୍ବାଚିତ ହୋଇଥିଲେ । ସାଧାରଣ ସମ୍ପାଦକ ଭାବରେ ମାଣ୍ଡେଲର ପ୍ରାଥମିକ ଶିକ୍ଷକ ଯୁଧିଷ୍ଠିର ମାଝୀ, ସହସମ୍ପାଦକ ଭାବରେ ଟିକ୍ରାପଡାର ପ୍ରାଥମିକ ଶିକ୍ଷକ ଗୌରୀଶଙ୍କର ମାଝୀ, କୋଷାଧ୍ୟକ୍ଷ ଭାବରେ ଉଲିକୁପାର ଶିକ୍ଷକ ଚିତ୍ରସେନ ଶବର ସର୍ବ ସମ୍ମତିକ୍ରମେ ନିର୍ବାଚିତ ହୋଇଥିଲେ । ଏଥିରେ ଶିକ୍ଷା, ସ୍ୱାସ୍ଥ୍ୟ, ଆଦିବାସୀ ପରମ୍ପରା ଓ ଭାଇଚାରା ସୃଷ୍ଟିକରି ନାରୀ ଜାଗରଣ ଉପରେ ଗୁରୁତ୍ୱ ପ୍ରଦାନ ପାଇଁ ଆଲୋଚନା କରାଯାଇ ନୂତନ କର୍ମକର୍ତ୍ତା ମାନେ ଶପଥପାଠ କରିଥିଲେ । ଶେଷରେ ସଭାପତି ଶ୍ରୀ ମାଝୀ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.