● ସାହିତ୍ୟିକ ଡମ୍ବରୁଧର ପଟ୍ଟନାୟକଙ୍କ ଦ୍ଵିତୀୟ ଶ୍ରାଦ୍ଧବାର୍ଷିକୀରେ ଆଭାସୀ କାର୍ଯ୍ୟକ୍ରମ
ଓଡ଼ିଆ ବାର୍ତ୍ତା/ ରାୟଗଡ଼ା (ଶିବ ନାରାୟଣ ଗୈାଡ): ଅନାବିଳ ବନ୍ଧୁତାର ଧନୀ, ଅତୁଳନୀୟ ସାହିତ୍ୟ ପ୍ରେମର ଉଦାହରଣ, ଓଡ଼ିଆ ଭାଷା ସାହିତ୍ୟର ମୁଖପାତ୍ର ଥିଲେ ସୀମାନ୍ତ ଦିହୁଡି ସ୍ବର୍ଗତ ଡମ୍ବରୁଧର ପଟ୍ଟନାୟକ l ଜୀବନକୁ ତିଳ ତିଳ କରି ଭୋଗିଥିବାରୁ ତାଙ୍କ ସାହିତ୍ୟ ଜୀବନ ସ୍ୱତନ୍ତ୍ର l ସମାଜବାଦ, ବାସ୍ତବଧର୍ମୀ ସାହିତ୍ୟର ଉଚ୍ଚକୋଟୀର ଦୃଷ୍ଟାନ୍ତ ଥିଲେ ଡମ୍ବରୁଧର l ରାୟଗଡାର ବିଶିଷ୍ଟ ସାହିତ୍ୟିକ ସ୍ବର୍ଗତ ଡମ୍ବରୁଧର ପଟ୍ଟନାୟକଙ୍କ ଦ୍ଵିତୀୟ ଶ୍ରାଦ୍ଧ ବାର୍ଷିକୀ ଅବସରରେ ଆୟୋଜିତ ଆଭାସୀ କାର୍ଯ୍ୟକ୍ରମରେ ଯୋଗ ଦେଇ ବକ୍ତାମାନେ ଏଭଳି ମତ ପୋଷଣ କରିଥିଲେ l ରାୟଗଡାର ଅଗ୍ରଣୀ ସାହିତ୍ୟ ଅନୁଷ୍ଠାନ ‘ଆମ ଖଟି ସାହିତ୍ୟ ବୈଠକୀ’ ଅନ୍ୟକୂଲ୍ୟରେ ଆୟୋଜିତ ଏହି ଆଭାସୀ କାର୍ଯ୍ୟକ୍ରମରେ ବିଶିଷ୍ଟ ସାହିତ୍ୟିକ ବିଘ୍ନେଶ୍ୱର ସାହୁ, କବି ଡଃ କମଳାକୃଷ୍ଣ ତ୍ରିପାଠୀ, କବି ଡଃ ପ୍ରଦୀପ କୁମାର ମିଶ୍ର, କବି ରବି ଶତପଥୀ, ଶିକ୍ଷାବିତ ଓ ସ୍ତମ୍ଭକାର ଡଃ ଦୁଷ୍ମନ୍ତ କୁମାର ମହାନ୍ତି, ସତ୍ୟନାରାୟଣ ଗନ୍ତାୟତ, ଡଃ ସାଇ ରମେଶ ରାଓ, ପ୍ରାଣକୃଷ୍ଣ ପାଣିଗ୍ରାହୀ, ଅଶ୍ୱିନୀ କୁମାର ତ୍ରିପାଠୀ, ଶ୍ରୀଧର ପଟ୍ଟନାୟକ, ରୁପେଶ ସାହୁ, ଦୁର୍ଗା ଶତପଥୀ, ଦିଲୀପ କୁମାର ପୁରୋହିତ, ତ୍ରିବେଣୀ ମିଶ୍ର, ବିମଳଚାନ୍ଦ ପଟ୍ଟନାୟକ, ପ୍ରଣବକଳ୍ପ ପଟ୍ଟନାୟକ, ରାଧାମୋହନ ପାଣିଗ୍ରାହୀ, ବିମଳା ଶଙ୍କର ଦାଶ, ନୀଳମଣି ପାଟଯୋଶୀ, ବିପିନ ବିହାରୀ ବିଶ୍ୱାଳ, ଅରୁଣ କୁମାର ପାଣିଗ୍ରାହୀ, ଅକ୍ଷୟ ରଥ, ଶିବ ପ୍ରସାଦ ସାହୁ, ସୁରଭି ଶୁଭଦର୍ଶିନୀ ପଟ୍ଟନାୟକ, ନୀଳାମ୍ବର ମିଶ୍ର ପ୍ରମୁଖ ଯୋଗଦେଇ ସ୍ବର୍ଗତ ଡମ୍ବରୁଧର ପଟ୍ଟନାୟକଙ୍କ ସ୍ମୃତି ଚାରଣ କରିଥିଲେ l ଆମ ଖଟିର ଆବାହକ କବି ତଥା ଅନୁବାଦକ ଆଶୁତୋଷ ପାତ୍ର କାର୍ଯ୍ୟକ୍ରମକୁ ସଂଚାଳନ କରିଥିବା ବେଳେ କବି ଶ୍ରୀଧର ପଟ୍ଟନାୟକ ଧନ୍ୟବାଦ ଅର୍ପଣ କରିଥିଲେ l