ଓଡିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): ନର୍ଲା ବ୍ଲକ ଛାତ୍ର ବିଜେଡି ସଭାପତି ଭାବେ ମନୋନୀତ ହୋଇଛନ୍ତି ଓମ ପ୍ରକାଶ ପୂଝାରୀ। ଏହି ଦାଇତ୍ବ ମିଳିବା ପରେ ସମଗ୍ର ଛାତ୍ର ମହଲରେ ଖୁସିର ଲହରୀ ଖେଳି ଯାଇଛି। ତାଙ୍କୁ ବିଭିନ୍ନ ମହଲରୁ ଶୁଭେଚ୍ଛାର ସୁଅ ଛୁଟିଛି। ନର୍ଲା ଅଞ୍ଚଳରେ ଜଣେ ତୃଣମୂଳ ସ୍ତରର ପ୍ରଭାବଶାଳୀ ଛାତ୍ର ନେତା ଭାବେ ଓମ ପୂଝାରୀଙ୍କ ସ୍ୱତନ୍ତ୍ର ପରିଚୟ ରହିଛି। ତେଣୁ ଏହି ନୂତନ ଦାୟିତ୍ବ ତାଙ୍କ ପାଇଁ ଯେତିକି ଗୁରୁତ୍ବପୂର୍ଣ୍ଣ ସେତିକି ବଡ଼ ଆହ୍ବାନ ମଧ୍ୟ। ବିଶେଷକରି ଛାତ୍ର ମାନଙ୍କୁ ଏକାଠି କରିବା, ସାଧାରଣ ଲୋକଙ୍କ ବିଭିନ୍ନ ସମସ୍ୟାକୁ ନେଇ ଉପସ୍ଥାପନ ଓ ସମାଧାନ କରିବା, ସଂଗଠିତ କରିବା ଏବଂ ଦଳର ବିଚାର ଧାରାକୁ ଲୋକଙ୍କ ନିକଟରେ ପହଞ୍ଚାଇବାରେ ତାଙ୍କୁ ମୁଖ୍ୟ ଭୂମିକା ଗ୍ରହଣ କରିବାକୁ ପଡିବ। ‘ମୋତେ ମୋର ପ୍ରିୟ ନେତା ନବୀନ ପଟ୍ଟନାୟକ ଯୋଗ୍ୟ ବିବେଚିତ କରି ନର୍ଲା ବ୍ଲକ ଛାତ୍ର ବିଜେଡିର ସଭାପତି ଦାୟିତ୍ୱ ପ୍ରଦାନ କରିଛନ୍ତି। ଦଳପାଇଁ ଦିନ ରାତି କାମ କରିବି। ମୋର ପ୍ରିୟ ନେତାଙ୍କ ଆସ୍ଥା ଓ ବିଶ୍ୱାସକୁ ବଳବତ୍ତର ରଖିବି। ଏଣୁ ମୋର ପ୍ରିୟ ନେତା ନବୀନ ପଟ୍ଟନାୟକଙ୍କ ନିକଟରେ କୃତଜ୍ଞତା ଜ୍ଞାପନ କରିବା ସହ ମୋର ପ୍ରିୟ ନର୍ଲା ବିଧାୟିକା ମନୋରମା ମହାନ୍ତିଙ୍କୁ ଏଥିପାଇଁ ଧନ୍ୟବାଦ ଜଣାଉଛି’ ବୋଲି ନବ ନିର୍ବାଚିତ ଛାତ୍ର ବିଜେଡି ସଭାପତି ଓମ ପ୍ରକାଶ ତାଙ୍କ ପ୍ରତିକ୍ରିୟାରେ ପ୍ରକାଶ କରିଛନ୍ତି।





