ମହୁ ମାଛି କାମୁଡାରେ ୨ଜଣ ଗୁରୁତର

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ରବୀନ୍ଦ୍ର ମିଶ୍ର): କଲମପୁର ବ୍ଲକ ଅନ୍ତର୍ଗତ ଦୁଲକିବନ୍ଧ ଏବଂ ଚୁରାଗାଁ ଠାରେ ମହୁମାଛି କାମୁଡାରେ ଦୁଇ ଜଣ ଗୁରୁତର ହୋଇଛନ୍ତି। ସେମାନଙ୍କୁ ଚିକିତ୍ସା ପାଇଁ କଲମପୁର ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଛି। ସୂଚନା ଅନୁସାରେ ଦୁଲକିବନ୍ଧ ଗୌନ୍ତିଆ ପଡା ଛକ ନିକଟରେ ଏକ ଗଛରେ ଥିବା ମହୁମାଛି ଉଡ଼ି ବୁଲି ବହୁ ଲୋକଙ୍କୁ କାମୁଡିଥିଲା । ଏହି ସମୟରେ ଦୁଲକିବନ୍ଧ ଗ୍ରାମର ଡମ୍ବରୁଧର ନାଏକ ଏକ ବାଇକ୍ ଯୋଗେ ଆସି ଛକ ନିକଟରେ ଛିଡା ହେଇଥିବା ବେଳେ କିଛି ମହୁମାଛି ଆସି କାମୁଡି ଦେଇଥିଲା। ତାଙ୍କୁ ଗୁରୁତର ଅବସ୍ଥାରେ କଲମପୁର ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରି ଚିକିତ୍ସା କରାଯାଇଥିଲା। ଏହାର ପରବର୍ତ୍ତୀ ସମୟରେ ଚୁରାଗାଁର ପର୍ଶୁରାମ ରାଉତ ନାମକ ବ୍ୟକ୍ତି ଜାଳେଣି ସଂଗ୍ରହ ପାଇଁ ନିକଟସ୍ଥ ଜଙ୍ଗଲକୁ ଯାଇଥିବା ବେଳେ ମହୁମାଛି କାମୁଡାର ଶିକାର ହେଇଥିଲେ। ଗୁରୁତର ଅବସ୍ଥାରେ ତାଙ୍କୁ ଉଦ୍ଧାର କରି ଏକ ଆମ୍ବୁଲାନ୍ସ ଯୋଗେ କଲମପୁର ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଛି।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.