ଶ୍ରମିକ ସମବାୟ ସମିତି ଗଠନ ଓ ନୂତନ କର୍ମକର୍ତ୍ତା ଚୟନ

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ହେମନ୍ତ ସାହୁ): ମ.ରାମପୁର ସ୍ଥିତ ଶିବ ମନ୍ଦିର ପରିସରରେ ଶ୍ରମିକ ସମବାୟ ସମିତିର ନୂତନ କର୍ମକର୍ତ୍ତା ଚୟନ ହେଇଯାଇଛି । ଏହି ସମିତି ମାଧ୍ୟମରେ ଆଗାମୀ ଦିନରେ ଶ୍ରମିକଙ୍କ ବିଭିନ୍ନ ସମସ୍ୟାକୁ ପ୍ରାଥମିକତା ଦେବା ସହ ତାହାର ସମାଧାନ ଦିଗ ରେ ଯତ୍ନବାନ ହେବ ବୋଲି ସଭାପତି କହିଛନ୍ତି । ଏଥିରେ ସଭାପତି ଭାବରେ ସନ୍ୟାସୀ ଭୋଇ, ଉପ ସଭାପତି ରେବତୀ ରଣା, ସମ୍ପାଦକ ନରୋତ୍ତମ ପଧାନ, ସହ ସମ୍ପାଦକ ଆଲୋକ କୁମାର ବେହେରା ଓ କୋଷାଧ୍ୟକ୍ଷ ଭାବରେ ବନୀତା ରଣା ଚୟନ ହେଇଛନ୍ତି । ଏଥିରେ ମ.ରାମପୁର ବ୍ଲକର ବିଭିନ୍ନ ଅଞ୍ଚଳରୁ ଶ୍ରମିକମାନେ ଯୋଗ ଦେଇଥିଲେ ଏବଂ ଆଗାମୀ ଦିନରେ ସମସ୍ତ ପଞ୍ଚାୟତର ଶ୍ରମିକମାନଙ୍କୁ ଏହି ସମିତିରେ ଯୋଡ଼ା ହେବ ବୋଲି ଜଣାଯାଇଛି ।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.