ଘର ଘର ବୁଲି ଲୋକଙ୍କ ସମସ୍ୟା ବୁଝି ପଲିଥିନ ପ୍ରଦାନ କଲେ ଗୋଲାମୁଣ୍ଡା ବ୍ଲକ ଅଧ୍ୟକ୍ଷ

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ସୁଶାନ୍ତ କୁମାର ଦଳେଇ): ଗୋଲାମୁଣ୍ଡା ବ୍ଲକରେ ୧୩୧ ଟି ରାଜସ୍ବ ଗ୍ରାମ ଓ ୩୧ ଟି ସଂଯୁକ୍ତ ଗ୍ରାମ (ହାମଲେଟ ଭିଲେଜ) ରହିଥିବା ବେଳେ ୨୮ ଟି ଗ୍ରାମ ପଞ୍ଚାୟତ ବିଶିଷ୍ଟ ଏକ ଲକ୍ଷ ଷାଠିଏ ହଜାର ଜନ ସଂଖ୍ୟା ବସବାସ କରୁଛନ୍ତି । ଅଞ୍ଚଳରେ ପ୍ରବଳ ବର୍ଷା ହେତୁ ଜନ ଧନ ଜୀବନ ଅସ୍ତବ୍ୟସ୍ତ ହୋଇ ପଡିଛି, କାହାର ଘର ଭୁଷୁଡି ଯାଇଛି ତ କୁଟୁମ୍ବ ପୋଷିବାର ଏକ ବର୍ଷର ଚାଉଳ ଧାନ, ବର୍ଷା ପାଣିରେ ଭିଜି ସମ୍ପୁର୍ଣ୍ଣ ନଷ୍ଟ ହେଇ ଯାଇଛି । ଏପରି ଦୁର୍ଦ୍ଦିନ  ସମୟରେ ଗୋଲାମୁଣ୍ଡା ବ୍ଲକ ଅଧ୍ୟକ୍ଷ ଶ୍ରୀମାନ ବିନ୍ଦୁ ମହାନନ୍ଦ ସମସ୍ତ ରାଜସ୍ବ ନିରୀକ୍ଷକ ଓ ତହସିଲଦାର ଅଶୋକ ପଟ୍ଟନାୟକ ସହିତ ଆଲୋଚନା କରି ଅଞ୍ଚଳର ଜଣାଶୁଣା ସମାଜସେବୀ ଶ୍ୟାମ ସୁନ୍ଦର ଅଗ୍ରୱାଲ ସହିତ ଗାଁ ଗାଁ ବୁଲି ପରିଦର୍ଶନ କରି ଲୋକଙ୍କ ସମସ୍ୟା ପଚାରି ପଲିଥିନର ବ୍ୟବସ୍ଥା କରିଥିଲେ । କ୍ଷୟ କ୍ଷତି ହୋଇଥିବା ଲୋକଙ୍କ ତଦନ୍ତ କରି କ୍ଷତି ପୂରଣ ଦେବାର ବ୍ୟବସ୍ଥା ପ୍ରଶାସନ ସହିତ ଆଲୋଚନା କରି ନିଶ୍ଚିତ ଭାବରେ କରାଯିବ ବୋଲି ବ୍ଲକ ଅଧ୍ୟକ୍ଷ ପ୍ରକାଶ କରିଛନ୍ତି ।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.