ଓଡ଼ିଆ ବାର୍ତ୍ତା/ ପୁରୁଷୋତ୍ତମପୁର (ପ୍ରସନ୍ନ କୁମାର ଦାଶ): ଚାଷୀମାନଙ୍କ ବିଲରେ ଉତ୍ତମ ଫସଲ ଓ ପାଳକ ବର୍ଷା କାମନା କରି ସ୍ଵପ୍ନେଶ୍ଵର କୃଷକ ସଙ୍ଘ ତରଫରୁ ଋଷ୍ୟଶୃଙ୍ଗ ପୁଜା ଅନୁଷ୍ଠିତ ହୋଇଯାଇଛି । ସ୍ଵପ୍ନେଶ୍ଵର ମନ୍ଦିରରେ ଆୟୋଜିତ ଉକ୍ତ କାର୍ଯ୍ୟକ୍ରମ କୃଷକ ସଙ୍ଘର ସଭାପତି ୟ ମୁକୁନ୍ଦ ରାଓଙ୍କ ସଂଯୋଜନାରେ ଆରମ୍ଭ ହୋଇ ଥିଲା | ଏଥିରେ ସମ୍ପାଦକ କିଶୋର ଚନ୍ଦ୍ର ଶାସମାଲ, ଉପଦେଷ୍ଟା ରମେଶ ଚନ୍ଦ୍ର ଗୌଡ଼, ଉପସଭାପତି ଲକ୍ଷ୍ମୀ ଚରଣ ପାଣିଗ୍ରାହୀଙ୍କ ସହିତ ବହୁ ଚାଷୀ ସହଯୋଗ କରିଥିଲେ | କାର୍ଯ୍ୟକ୍ରମରେ ଅତିଥି ଭାବେ ହିନ୍ଦୀ ପ୍ରଚାର ସଭାର କୁଳପତି ପ୍ରଫୁଲ କୁମାର ରଥ, ବରିଷ୍ଟ ବିଜେପି ନେତା ଅରୁଣ କୁମାର ପଣ୍ଡା, ଅବସର ପ୍ରାପ୍ତ ସରକାରୀ କର୍ମଚାରୀ ବରିଷ୍ଟ ନାଗରିକ ସଙ୍ଘର ସଭାପତି ନରସିଂହ ପଣ୍ଡା ପ୍ରମୁଖ ଉପସ୍ଥିତ ଥିଲେ | ପୂଜା ଵିଧି ବିଧାନ ଅନୁସାରେ ସରିବା ପରେ ଚାଷୀ ମାନେ ହୋମ ବାଲିକୁ ନେଇ ନିଜ ଚାଷ ଜମିରେ ଜମିର ଉର୍ନ୍ନତି ନିମନ୍ତେ ତାକୁ ପକେଇ ଥିଲେ | ଏବଂ ଶେଷରେ ଭୋଗ ପ୍ରସାଦକୁ ସମସ୍ତେ ଗ୍ରହଣ କରିଥିଲେ | ଏହି କାର୍ଯ୍ୟକ୍ରମ କେଉଁ କେତେ ବର୍ଷରୁ ଚାଲି ଆସୁଛି | ଏହି ପୁଜା କାର୍ଯ୍ୟରେ ଯୋଗୀ ବେହେରା, ପ୍ରହଲାଦ ଗୌଡ଼, କାଳିଆ ମହାଙ୍କୁଡ, ଲକ୍ଷ୍ମୀ ଗୌଡ଼, ବିଚି ଗୌଡ଼, କେଞ୍ଚୁ ମହାନ୍ତି, ସୀମା ମହାଙ୍କୁଡ, ବନ ବେହେରା, ତ୍ରିନାଥ ବେହେରା, ଦଣ୍ଡପାଣି ଗୌଡ଼, ଜୁତିଆ ବେହେରା, ଗନ୍ଧୀ ବେହେରା ପ୍ରମୁଖ ଚାଷୀମାନେ ଉପସ୍ଥିତ ରହି ସହଯୋଗ କରିଥିଲେ |