ଓଡ଼ିଆ ବାର୍ତ୍ତା/ ନୂଆପଡ଼ା (ରିଖିରାମ ଦଳ): ନୂଆପଡ଼ା ଜିଲ୍ଲା ଖଡ଼ିଆଳ ବ୍ଲକ ପୂର୍ତ୍ତ ଓ ଗୃହ ନିର୍ମାଣ ବିଭାଗ ବଙ୍ଗଳା ଠାରେ ଭାରତୀୟ ଜନତା ପାର୍ଟି କୋର୍ କମିଟି ବୈଠକ ଅନୁଷ୍ଠିତ ହୋଇଯାଇଅଛି। ଏହି କମିଟି ରେ ଜିଲ୍ଲା ସଭାପତି କମଲେଶ ଦୀକ୍ଷିତ ଙ୍କ ଅଧ୍ୟକ୍ଷତା ରେ ଜିଲ୍ଲା କୋର କମିଟି ବୈଠକ ଅନୁଷ୍ଠିତ ହୋଇଅଛି। ଏହି ବୈଷ୍ଠକ ରେ ଜାତୀୟ ସମ୍ପାଦକ ତଥା ଓଡ଼ିଶା ରାଜ୍ୟ ସହ ପ୍ରଭାରୀ ସ୍ୱଦେଶ ସିଂ ଯୋଗ ଦେଇଥିବା ବେଳେ ସଙ୍ଗଠନ ମନ୍ତ୍ରୀ ମାନସ ମହାନ୍ତି, ରାଜ୍ୟ ସାଧାରଣ ସମ୍ପାଦକ ଶାରଦା ପ୍ରସାଦ ଶତପଥୀ, କଳାହାଣ୍ଡି ସାଂସଦ ମାଳବିକା ଦେବୀ ପୂର୍ବତ୍ତନ ସାଂସଦ ବସନ୍ତ କୁମାର ପଣ୍ଡା, ନୂଆପଡ଼ା ବିଧାୟକ ଜୟ ଢୋଲକିଆ, ଜିଲ୍ଲା ପ୍ରଭାରୀ ଆର୍ତ୍ତତ୍ରାଣ ମହାପାତ୍ର, ଖଡ଼ିଆଳ ପୂର୍ବତ୍ତନ ବିଧାୟକ ହିତେଶ ବଗର୍ତ୍ତି, ଖଡ଼ିଆଳ ଏନଏସି ଅଧ୍ୟକ୍ଷ ଉଜ୍ଜଳ ଗୁପ୍ତା ଲ,ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଲମ୍ବୁଦର ନିଆଁଲ, ପ୍ରସନ୍ନ ପାଢ଼ୀ, ଯଦୁମଣି ପାଣିଗ୍ରାହୀ, ଗୋଲଡି ଅଗ୍ରୱାଲ, ଜିଲ୍ଲା ଉନ୍ନୟନ ପରିଷଦ ଅଧ୍ୟକ୍ଷ ହୋମ ସିଂ ମାଝୀ ପ୍ରମୁଖ ଯୋଗ ଦେଇଥିଲେ। ବିଜେପି ଦଳୀୟ ସାଂଗଠନିକ ଆଲୋଚନା ହେବା ସହ ତୃଣମୂଳ ସ୍ତରରେ ଦଳକୁ ସାଂଗଠନିକ ମଜଭୁତ୍ ପାଇଁ କାର୍ଯ୍ୟ କରିବାକୁ ଆହ୍ୱାନ କରିଛନ୍ତି।





