ଓଡ଼ିଆ ବାର୍ତ୍ତା/ କୋରାପୁଟ (ସୁନ୍ଦର କୁମାର ପାଣି): କୋଟିଆକୁ ନେଇ ପୁଣି ତେଜିଲା ଓଡ଼ିଶା-ଆନ୍ଧ୍ର ବିବାଦ। କୋଟିଆରେ ଆନ୍ଧ୍ର ପ୍ରଶାସନର ନିର୍ବାଚନୀ ଉଦ୍ୟମକୁ ନେଇ ଉଭୟ ପକ୍ଷର ଅଧିକାରୀ ଓ ନେତାଙ୍କ ମଧ୍ୟରେ ଆଲୋଚନା ହୋଇଥିଲା। ଏହାପରେ ପାର୍ବତୀପୁରମ୍ ମନ୍ୟମ ଜିଲ୍ଲାର ଏଡିଏମ ବୈଶାଳୀ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ କହିଛନ୍ତି ଯେ, “ଆମେ ପାକିସ୍ତାନୀ ନୁହେଁ, ସମସ୍ତେ ଭାରତୀୟ। ପୋଲିଂ ବୁଥ୍ ସ୍ଥାପନକୁ ଓଡ଼ିଶାର ବିରୋଧ, ତଥାପି ଭୋଟ୍ କରାଇବ ଆନ୍ଧ୍ର!” ତେବେ ଆଲୋଚନା ପରେ ଆନ୍ଧ୍ର ପ୍ରଶାସନ ନେରେଡ଼ିଭାଲସାରୁ ପୋଲିଂ ଟିମ୍କୁ ଫେରାଇ ନେଇଛି। ଏବେ ସାରିକା ଗ୍ରାମରେ ମତଦାନ କରାଇବାକୁ ଆନ୍ଧ୍ର ପକ୍ଷରୁ କୁହାଯାଉଛି।





