ସକାଳୁ ନର୍ଲା ହାଇସ୍କୁଲ ପଡ଼ିଆରେ ଚାଲିବ ବାଣ ବ୍ୟବସାୟ

ପୋଲିସର ତାଗିଦ; ଅମାନିଆ ଗଣିବ ତଣ୍ଡ

ଓଡିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): ସୁରକ୍ଷା ଦୃଷ୍ଟିରୁ ନର୍ଲା ସହରରେ ଖୋଲି ଆସୁଥିବା ବାଣ ଦୋକାନ ସବୁ ନର୍ଲା ମିନି ଷ୍ଟାଡିୟମ(ହାଇସ୍କୁଲ ଗ୍ରାଉଣ୍ଡ) ରେ ଖୋଲିଛି। ଆଜି ଧନ ତେରସ। ଆଉ ଦିନକ ପରେ ଦୀପାବଳି। ପରିବାର ସହିତ ଦୀପଜାଳି, ବାଣ ଫୁଟାଇ ଲକ୍ଷ୍ମୀ ଙ୍କୁ ସ୍ଵାଗତ କରିବା ସହ ପିତୃ ପୁରୁଷଙ୍କୁ ଆଲୋକ ଦେଖାଇ ବିଦାୟ ଦେବେ ଲୋକେ। ଏଣୁ ନର୍ଲା ଅଞ୍ଚଳର ପ୍ରାୟତଃ ସମସ୍ତଙ୍କ ଘରେ ଆଲୋକ ମାଳା ରେ ଘରକୁ ସୁସଜ୍ଜିତ କରି ଦୀପାବଳି ପର୍ବ କୁ ମାନିଥାନ୍ତି। ଆଉ ନର୍ଲା, ନର୍ଲାରୋଡ, ରୁପ୍ରାରୋଡ ପ୍ରଭୃତି ସ୍ଥାନରେ ଦୀର୍ଘ ବର୍ଷ ହେଲା ସହର ମଧ୍ୟସ୍ଥ ମୁଖ୍ୟ ରାସ୍ତା କଡରେ ବାଣ ଦୋକାନ ସବୁ ଖୋଲିଥାନ୍ତି। ଦୀପାବଳି ର ଗୋଟିଏ ସପ୍ତାହ ପୂର୍ବରୁ ନର୍ଲା ରେ ବାଣ ଦୋକାନ ସବୁ ଖୋଲି ବ୍ୟବସାୟ କରିଥାନ୍ତି ବାଣ ବ୍ୟବସାୟୀ ମାନେ। ବିଶେଷ କରି ଅବୈଧ ଭାବରେ ବାଣ ବ୍ୟବସାୟ ଚାଲି ଆସୁଥିଲା। ଗତ ବର୍ଷରୁ ପୋଲିସ ନର୍ଲାର କେତେକ ବାଣ ବ୍ୟବସାୟୀ ଙ୍କ ଗୋଦାମ ଉପରେ ଚଢ଼ାଇ କରି ଲକ୍ଷ ଲକ୍ଷ ଟଙ୍କାର ବାଣ ଜବତ କଲା। ଚଳିତ ବର୍ଷ ମଧ୍ୟ କଳାହାଣ୍ଡି ଆରକ୍ଷୀ ଅଧିକ୍ଷକ ଙ୍କ ନିର୍ଦ୍ଦେଶ କ୍ରମେ ନର୍ଲା ଆଇଆଇସି କୈବଲ୍ୟ ସେଠ ଙ୍କ ନେତୃତ୍ୱରେ ଗୋଟିଏ ସପ୍ତାହ ହୋଇଗଲା ନର୍ଲା ର ବେଆଇନ ବାଣ ବ୍ୟବସାୟୀଙ୍କ ଗୋଦାମ ଗୁଡ଼ିକ ଉପରେ ଚଢାଉ କରି ପର୍ଯ୍ୟାପ୍ତ ବାଣ ଜବତ କରିବା ସହ ଉକ୍ତ ବ୍ୟବସାୟୀ ମାନଙ୍କ ନାମରେ କେସ ଦାଏର କରିଥିବା ସୂଚନା ମିଳିଛି। ଅନେକ ସମୟରେ ବାଣ ଦୋକାନ ରେ ନିଆ ଲାଗି ଧନ ଜୀବନ ନଷ୍ଟ ହୋଇଥିବା ଉଦାହରଣ ରହିଛି। ଚଳିତ ବର୍ଷ ବାଣ ବ୍ୟବସାୟ ନିମନ୍ତେ ଲାଇସେନ୍ସ ପାଇଁ ଆବେଦନ କରିଥିବା ନର୍ଲା ର ତଥା ଜିଲ୍ଲାର ବାଣ ବ୍ୟବସାୟୀଙ୍କୁ ଶୁକ୍ରବାର, ଶନିବାର ଓ ଦୀପାବଳୀ ରବିବାର ଦିନ ବାଣ ବ୍ୟବସାୟ ନିମନ୍ତେ ଲାଇସେନ୍ସ ପ୍ରଦାନ କରିଥିବା ଜଣାପଡିଛି। ଆଜି ଏନେଇ ନର୍ଲା ଆଇଆଇସି କେଇଜଣ ସମାଜସେବୀ ଓ ବ୍ୟବସାୟୀ ମାନଙ୍କୁ ଥାନାକୁ ଡାକି ଲାଇସେନ୍ସ ପ୍ରାପ୍ତ କରିଥିବା ବ୍ୟବସାୟୀ ମାନେ ସମସ୍ତେ ହାଇସ୍କୁଲ ଗ୍ରାଉଣ୍ଡ (ମିନି ଷ୍ଟାଡିୟମ) ରେ ସେମାନଙ୍କ ବାଣ ଦୋକାନ ଗୁଡିକ ଖୋଲି ବ୍ୟବସାୟ କରନ୍ତୁ। ରାସ୍ତା କଡ଼ରେ ବାଣ ଦୋକାନ ଖୋଲିଲେ ଜରିମାନା ଦେବା ସହ ସମ୍ପୃକ୍ତ ବ୍ୟବସାୟୀ ମାନଙ୍କ ନାମରେ କେସ କରାଯିବ ବୋଲି ଚେତାବନୀ ଦେଇଥିବା ପୋଲିସ ସୂତ୍ରରୁ ଜଣା ପଡିଛି। ହେଲେ ଏତେ ଏତେ ଟଙ୍କା ଦେଇ ଲାଇସେନ୍ସ କରି, ଲକ୍ଷାଧିକ ଟଙ୍କା ବିନିଯୋଗ କରି ମାତ୍ର ଦୁଇଦିନ ବାଣ ବ୍ୟବସାୟରେ ଆମକୁ କଣ ଲାଭ ମିଳିବ। ଅଯଥା ରେ ହଇରାଣ ହେବାଟା ସାର ବୋଲି ବାଣ ବ୍ୟବସାୟୀମାନେ ଅସନ୍ତୋଷ ପ୍ରକାଶ କରୁଥିବା ଜଣାପଡିଛି।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.