ଯୁବକଙ୍କ ମୃତ ଦେହ ଠାବ, ହତ୍ୟା ଅଭିଯୋଗ ଆଣିଲେ ପରିବାର ବର୍ଗ

ଓଡ଼ିଆ ବାର୍ତ୍ତା/ କୋକସରା (ହିରଣ୍ୟ ବେହେରା): କଳାହାଣ୍ଡି ଜିଲ୍ଳା କୋକସରା ଥାନା ମୋଟେର ଫାଣ୍ଡି ଅଧିନ ଜଳତାମୁଣ୍ଡା ବାମ କେନାଲ ଡିଭିଜନ ୩୨ ନମ୍ବର ଗେଟ ରେ ସନ୍ଦେହ ଘେରରେ ଜଣେ ଯୁବକଙ୍କ ମୃତ ଦେହ ଠାବ ହୋଇଛି। ମୃତ ଯୁବକ ହେଲେ ମତୁଆଲଗୁଡା ବିଜାପଡ଼ା ର ଯୁଗସନ କରୁଆଁ ଙ୍କ ପୁଅ ଭାରତ କରୁଆଁ( ୨୫) ବୋଲି ଜଣାପଡିଛି। ଭାରତ ଗତ କାଲି ସନ୍ଧ୍ୟାରୁ ଘରୁ ବାହାରି ଆଉ ଘରକୁ ଫେରିନଥିଲେ। ନିଜ ଗାଁ ଓ ଅଞ୍ଚଳରେ ସାଂସ୍କୃତିକ କାର୍ଯ୍ୟକ୍ରମ ରହିଥିଲା ଘର ଲୋକେ କୁଆଡେ ସାଂସ୍କୃତିକ କାର୍ଯ୍ୟକ୍ରମ ଦେଖି ଯାଇଥିବ ଭାବି ଖୋଜାଖୋଜି କରିଥିଲେ। ଆଜି ସକାଳେ କିଛି ଲୋକ ଗେଟ ରେ ଯୁବକଙ୍କ ମୃତ ଦେହ ଦେଖି ମୋଟେର ଫାଣ୍ଡି ପୋଲିସ ଓ କୋକସରା ପୋଲିସ କୁ ଖବର ଦେଇଥିଲେ। ଖବର ପାଇ ମୋଟେର ଫାଣ୍ଡି ପୋଲିସ ପହଞ୍ଚି ପ୍ରାଥମିକ ତଦନ୍ତ ଆରମ୍ଭ କରିଛି। ପରିବାର ଲୋକେ କେହି ଦୁର୍ବୁତ୍ତ ମାରି ଦେଇ ବେକରେ ରଶି ଲଗାଇ ଆତ୍ମହତ୍ୟା ର ରୂପ ଦିଆଯାଇଛି ବୋଲି ଅଭିଯୋଗ କରିଛନ୍ତି। ଓ ସନ୍ଧାନୀ କୁକୁର ଓ ସାଇଣ୍ଟିଫିକ ଟିମ ସହାୟତାରେ ତଦନ୍ତ କରାଯାଉ ବୋଲି ଅଭିଯୋଗ କରିଛନ୍ତି।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.