ଉଦଯାପିତ ହେଲା ବେହେରାର ଦିବ୍ୟ ପ୍ରବଚନ କାର୍ଯ୍ୟକ୍ରମ 

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ରଜତ ବଂଶଳ): ଧର୍ମଗଡ ବ୍ଲକ ବେହେରା ଠାରେ ପବିତ୍ର ଗଣେଶ ପୂଜା ଅବସରରେ ୭ଦିନ ବ୍ୟାପି ଚାଲିଥିବା ଦିବ୍ୟ ପ୍ରବଚନ କାର୍ଯ୍ୟକ୍ରମ ଆଜି ଉଦଯାପିତ ହେଇଯାଇଛି। ବେହେରା ମାର୍କେଟ କମ୍ପ୍ଲେକ୍ସ ପୂଜା କମିଟି ଦ୍ବାରା ଆୟୋଜିତ ପବିତ୍ର ପୂଜା ଅବସରରେ ଶ୍ରୀ ଅନଙ୍ଗ ଦାସଜୀ ମହାରାଜ ପ୍ରବଚନ ମାଧ୍ଯମରେ ଜଗନ୍ନାଥ ସଂସ୍କୃତି, ରାମାୟଣ, ଶ୍ରୀମଦ ଭଗବତଗୀତା ଉପରେ ବର୍ଣ୍ଣନା କରିବା ସହିତ ପାରିବାରିକ ଖୁସି, ସଂସ୍କାର, ମାତା ପିତାଙ୍କୁ ସମ୍ମାନ କରିବା ଉପରେ ବିଶେଷ ଭାବରେ ଆଲୋକପାତ କରିଥିଲେ। ଏଥିରେ କର୍ତ୍ତା ଭାବେ ଅନିଲ ପଣ୍ଡା ଓ ତାଙ୍କ ଧର୍ମପତ୍ନୀ ସିଖାରାଣୀ ପଣ୍ଡା ଦାଇତ୍ୱ ନିର୍ବାହ କରିଥିବାବେଳେ ପୂଜକ ମୋହନ ତିୱାରୀ ପୂଜା କାର୍ଯ୍ୟ ତୁଲାଇଥିଲେ। ଉକ୍ତ କାର୍ଯ୍ୟକ୍ରମକୁ ସଭାପତି ଗୁଣନିଧି ନାଗ, ସଂପାଦକ ତ୍ରିଲୋକ ନାଥ ସିଂ, ବବଲୁ ଅଗ୍ରୱାଲ, ଚନ୍ଦ୍ରକାନ୍ତ ରଣା, ସୁରେନ୍ଦ୍ର ଗୋପାଳ, ଭିକାରୀ ଚରଣ ଗୋପାଳ, ପୂର୍ଣ୍ଣ ଚନ୍ଦ୍ର ସାହୁ, କାହ୍ନା ଭୋଇ, ଅଜୟ ତିୱାରୀ, ଗୌରଚନ୍ଦ୍ର ବାଗ, ଭୁବନେ କାଣ୍ଡ, ପିତାମ୍ବର ଗୋପାଳ ପ୍ରମୂଖ ସହଯୋଗ କରିଥିଲେ। ପ୍ରତିଦିନ ପ୍ରବଚନ କାର୍ଯ୍ୟକ୍ରମକୁ ସଂଗୀତ ମୟ କରେଇବା ପାଇଁ ତବଳା ବାଦକ କୃଷ୍ଣ ପ୍ରସାଦ ସ୍ବାଇଁ, ହାରମୋନିୟମ ବାଦକ ରାଧାକାନ୍ତ ଓଝା, ଗଣେଶ ଅଗ୍ରୱାଲ ପ୍ରମୂଖ ସହଯୋଗ କରିଥିଲେ। ଶେଷ ଦିନରେ ଶହଶହ ଶ୍ରଦ୍ଧାଳୁଙ୍କ ଭିଡ ଦେଖିବାକୁ ମିଳିଥିଲା।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.