କୁମାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ କ୍ଲଷ୍ଟରସ୍ତରୀୟ ଶିଶୁ ମହୋତ୍ସବ ସୁରଭି 

ଓଡ଼ିଆ ବାର୍ତ୍ତା/ ପୁରୁଷୋତ୍ତମପୁର (ପ୍ରସନ୍ନ କୁମାର ଦାଶ): କୁମାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଠାରେ ସିଆରସିସି ସରୋଜ କୁମାର ଦାଶଙ୍କ ସଂଯୋଜନାରେ ଶିଶୁ ମହୋତ୍ସବ ସୁରଭି ଏବଂ ଓଡିଶା ମିଲେଟସ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏଥିରେ ମୁଖ୍ୟଅତିଥି ରୂପେ ଖଲ୍ଲିକୋଟ ବିଧାୟିକା ସୂର୍ଯ୍ୟ ମଣି ବୈଦ୍ଯ,  ମୁଖ୍ୟ ବକ୍ତା ରୂପେ ପୁରୁଷୋତ୍ତମପୁର ଗୋଷ୍ଠୀ ଶିକ୍ଷାଧିକାରୀ  କିଶୋର ଚନ୍ଦ୍ର ବେହେରା, ସମ୍ମାନିତ ଆତିଥି ରୂପେ ଏନ୍.ଏ.ସି ଅଧ୍ୟକ୍ଷା ପ୍ରିୟଙ୍କା ଗୌଡ଼, ଉପାଧ୍ୟକ୍ଷ କୄଷ୍ଣଚନ୍ଦ୍ର ପଣ୍ଡା, ବ୍ଳକ ଅଧ୍ୟକ୍ଷା  ପିଙ୍କି ବେହେରା, ଏ.ବି.ଇ.ଓ ସିମାଞ୍ଚଳ ରଥ, ରାଜକିଶୋର ସାହୁ, କାଉନସିଲର ଅଶୋକ କୁମାର ମାହାଙ୍କୁଡ, ରଞ୍ଜନ ବେହେରା, ଭାସ୍କର ବେହେରା, ସମାଜସେବୀ ଜଗତବନ୍ଧୁ ପଣ୍ଡା, ସ୍କୁଲ ପରିଚାଳନା କମିଟି ଅଧ୍ୟକ୍ଷ କାଳିଆ ଗୌଡ଼ ପ୍ରମୁଖ ଯୋଗ ଦେଇଥିଲେ। କୁମାରୀ ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ ଟି. ଶାନ୍ତିଲତା ପାତ୍ର ସଭାପତି ରୂପେ ସଭାକାର୍ଯ୍ୟ ପରିଚାଳନା କରିଥିଲେ । ଏହି କାର୍ଯ୍ୟକ୍ରମରେ ଆଛୁଲି କ୍ଳଷ୍ଟରର ୯ଟି ବିଦ୍ୟାଳୟର ୧୨୦ ଜଣ ଛାତ୍ରଛାତ୍ରୀ ସଂଗୀତ, ବିତର୍କ, ପ୍ରବନ୍ଧ, ଚିତ୍ରାଙ୍କନ, କୁଇଜ୍, ସାଂସ୍କୃତିକ କାର୍ଯ୍ୟକ୍ରମ ଆଦିରେ ଅଂଶ ଗ୍ରହଣ କରିଥିଲେ। ବିଚାରକମଣ୍ଡଳୀ- ସୂର୍ଯ୍ୟ କାନ୍ତ ଚୌଧୁରୀ, ନିରଞ୍ଜନ ମହାପାତ୍ର, ସୁଦର୍ଶନ ବେହେରା, କୈଳାଶ ଚନ୍ଦ୍ର ବେହେରା, ଜୟ ଚନ୍ଦ୍ର ବେହେରା, ନାରାୟଣ ଦଳବେହେରା, ରମେଶ ଚନ୍ଦ୍ର ଲେଙ୍କା, ସତ୍ୟନାରାୟଣ ସେନାପତି, ଏ.ରାଜେଶ୍ବର ଦୋରା, ମନୋରଞ୍ଜନ ପଣ୍ଡା, ଦୋଳଗୋବିନ୍ଦ ପୋଲାଇ, ରଶ୍ମିତା ମିଶ୍ର, ରେଣୁକା ମଲ୍ଲିକ, ଭାଗ୍ଯଲତା ମହାପାତ୍ର, ସାରୀ ବେହେରା, ସଙ୍ଗୀତା ତ୍ରିପାଠି, ବେବି ସାହୁ, ରଶ୍ମିତା ମଙ୍ଗରାଜ, ସରିତା ବେହେରାଙ୍କ ଦ୍ବାରା କୃତି ଛାତ୍ର ଛାତ୍ରୀ ଚୟନ କରାଯାଇଥିଲା। ମୁଖ୍ୟ ଅତିଥି ଏବଂ ସମସ୍ତ ଅତିଥି ବୃନ୍ଦ ପ୍ରତ୍ୟେକ ବିଭାଗରେ ପ୍ରଥମ, ଦ୍ବିତୀୟ, ତୃତୀୟ ସ୍ଥାନ ହାସଲ କରିଥିବା ଛାତ୍ରଛାତ୍ରୀଙ୍କୁ ପୁରସ୍କୃତ କରିଥିଲେ। ବିଦ୍ୟାଳୟର ଶିକ୍ଷକ ନିଳକଣ୍ଠ ବେହେରା, ମୁରଲୀ ବେହେରା, ମନୋରଞ୍ଜନ ପଣ୍ଡା ଏବଂ ବିଭୁତି ଗୌଡ଼ଙ୍କ ସହଯୋଗରେ କାର୍ଯ୍ୟକ୍ରମ ସୁଚାରୁରୂପେ ସମ୍ପାଦିତ ହୋଇଥଲା। ପରିଶେଷରେ ସରୋଜ କୁମାର ଦାଶ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ। 

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.