ଉନ୍ମୋଚନ ହେଲା ରାୟଗଡା ଡାକ ମଣ୍ଡଳର “ରାୟପେକ୍ସ -୨୦୨୩”

ଓଡ଼ିଆ ବାର୍ତ୍ତା/ ରାୟଗଡା (ଶିବ ନାରାୟଣ ଗୈାଡ): ଭାରତୀୟ ଡାକ ବିଭାଗ ରାୟଗଡା ଡାକ ମଣ୍ଡଳ ପକ୍ଷରୁ ଆଜି ଉନ୍ମୋଚନ ହୋଇଛି “ରାୟପେକ୍ସ -୨୦୨୩”| ରାୟଗଡା ସହରର ନିୟୁ କଲୋନୀ ସ୍ଥିତ ହୋଟେଲ ଲୋଟସ ପାରାଡାଇଜ ସମ୍ମିଳନୀ କକ୍ଷରେ ଆଜି ଅପରାହ୍ନରେ ରାୟପେକ୍ସ- ୨୦୨୩ର ଉନ୍ମୋଚନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା | ଆସନ୍ତା ନଭେମ୍ବର ୧୮ ଓ ୧୯ ତାରିଖ ଦୁଇ ଦିନ ଧରି ସହରର କୃଷ୍ଣ ଚନ୍ଦ୍ର ନଗର ଭବନ ଠାରେ ପ୍ରଥମ ଜିଲ୍ଲା ସ୍ତରୀୟ ଡାକ ଟିକେଟ ପ୍ରଦର୍ଶନୀ ଅନୁଷ୍ଠିତ ହେବାକୁ ଯାଉଛି | ଆଉ ଏହି ପ୍ରଦର୍ଶନୀର ନାମ, ପ୍ରତୀକ ଚିହ୍ନ ଏବଂ ନିୟମାବଳୀ ସମ୍ବନ୍ଧିତ ପୁସ୍ତିକା “ରାୟପେକ୍ସ” ଲୋକାର୍ପଣ କରାଯାଇଥିଲା | ଏହି ଅବସରରେ ରାୟଗଡା ଡାକ ମଣ୍ଡଳର ଡାକ ଅଧିକ୍ଷକ ମୀନକେତନ ପ୍ରଧାନଙ୍କ ସଭାପତିତ୍ୱରେ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଥିଲା | ପ୍ରଥମ ଥର ପାଇଁ ଭାରତୀୟ ଡାକ ବିଭାଗ ରାୟଗଡାରେ ରାୟପେକ୍ସ ଭଳି ପ୍ରଦର୍ଶନୀ ଆୟୋଜିତ କରାଯାଉଥିବା ସମ୍ପର୍କରେ ସୂଚନା ପ୍ରଦାନ କରିଥିଲେ | ପ୍ରଦର୍ଶନୀରେ ଶହେରୁ ଅଧିକ ଫ୍ରେମରେ ଦେଶ ବିଦେଶର ଅନେକ ବିରଳ ଡାକ ଟିକେଟ ଏବଂ ଡାକ ଉପକରଣ ଜିଲ୍ଲା ତଥା ରାଜ୍ୟର ସଂଗ୍ରାହକଙ୍କ ଦ୍ୱାରା ପ୍ରଦର୍ଶିତ କରାଯିବ | ଭାରତୀୟ ଡାକ ବିଭାଗ ପକ୍ଷରୁ ପ୍ରତିବର୍ଷ ବିଭିନ୍ନ ଜିଲ୍ଲା ମାନଙ୍କରେ ଜିଲ୍ଲା ସ୍ତରୀୟ ଡାକ ଟିକେଟ ପ୍ରଦର୍ଶନୀ ଆୟୋଜନ କରାଯାଉଥିବା ଶ୍ରୀ ପ୍ରଧାନ ପ୍ରକାଶ କରିଥିଲେ | ରାୟଗଡାରେ ଅନୁଷ୍ଠିତ ହେବାକୁ ଥିବା ଏହି ଡାକ ଟିକେଟ ପ୍ରଦର୍ଶନୀ ସହ ବିଦ୍ୟାଳୟର ଛାତ୍ର ଓ ଛାତ୍ରୀମାନଙ୍କ ମଧ୍ୟରେ ସାଧାରଣ ଜ୍ଞାନ, ଚିତ୍ରାଙ୍କନ ଏବଂ ଲିଖନ ପ୍ରତିଯୋଗିତା ଅନୁଷ୍ଠିତ ହେବ | ଡାକ ଟିକେଟ ସଂଗ୍ରହ ଦ୍ୱାରା ଜ୍ଞାନର ବିକାଶ ହେବ ସହିତ ଯୋଗାଯୋଗର ପ୍ରଚାର ଓ ପ୍ରସାର ହୋଇପାରୁଛି ବୋଲି ଶ୍ରୀ ପ୍ରଧାନ ପ୍ରକାଶ କରିଥିଲେ | ଏହି ସାମ୍ବାଦିକ ସମ୍ମିଳନୀରେ ଅନ୍ୟ ମାନଙ୍କ ମଧ୍ୟରେ ଡାକ ଟିକେଟ ସଂଗ୍ରାହକ ଅଜିତ କୁମାର ରାଉତ, ରାୟଗଡା ଡାକ ମଣ୍ଡଳ ସହ ଅଧିକ୍ଷକ ସି. ଏଚ. ଜବାହର ରାଓ, ରାୟଗଡା ମୁଖ୍ୟ ଡାକଘର ପୋଷ୍ଟ ମାଷ୍ଟର ତାରିଣୀ ମହାନ୍ତି ପ୍ରମୁଖ ମଂଚାସୀନ ହୋଇଥିବା ବେଳେ ଡାକ ବିଭାଗ କର୍ମଚାରୀ ଲକ୍ଷ୍ମଣ ରତ୍ନାଲୁ, ଏ. ସନ୍ତୋଷ କୁମାର, ବର୍ଷାରାଣୀ ପାତ୍ର, ଏନ. ଟାଙ୍ଗାରଙ୍ଗା, ଗୌରୀ ଶଙ୍କର ମୁର୍ମୁ, ଏମ. ସୂର୍ଯ୍ୟା ରାଓ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ |

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.