ଚାମ୍ପିୟନ୍ସ ଟ୍ରଫି ପାଇଁ ଯୋଗ୍ୟତା ହାସଲ କଲା ଆଫଗାନିସ୍ତାନ

ଓଡ଼ିଆ ବାର୍ତ୍ତା/ ଦୁବାଇ: ୨୦୨୩ ଆଫଗାନିସ୍ତାନ କ୍ରିକେଟ ପାଇଁ ସର୍ବଦା ସ୍ମରଣୀୟ ହୋଇ ରହିବ । ଦିନିକିଆ ବିଶ୍ୱକପରେ ଚମତ୍କାର ପ୍ରଦର୍ଶନ କରି ଦଳ ଏବେ ସେମିଫାଇନାଲ ପ୍ରବେଶ ପାଇଁ ଉଦ୍ୟମ ଜାରୀ ରଖିଛି । ୨୦୨୫ ଚାମ୍ପିୟନ୍ସ ଟ୍ରଫି ପାଇଁ ଆଫଗାନିସ୍ତାନ ଯୋଗ୍ୟତା ହାସଲ କରିଛି । ଶ୍ରୀଲଙ୍କା ବିପକ୍ଷରେ ବାଂଲାଦେଶ ବିଜୟ ଦଳକୁ ଫାଇଦାରେ ରଖିଛି । ୨୦୨୧ରେ ଭାରତ ଚାମ୍ପିୟନ ହେବା ପରେ ଚାମ୍ପିୟନ୍ସ ଟ୍ରଫିର ଯୋଗ୍ୟତା ପର୍ଯ୍ୟାୟରେ ପରିବର୍ତନ କରାଯାଇଥିଲା । ବିଶ୍ୱକପ ପରେ ପ୍ରଥମ ୭ଟି ସ୍ଥାନରେ ଥିବା ଦଳ ସିଧାସଳଖ ଏଥିପାଇଁ ଯୋଗ୍ୟତା ଅର୍ଜନ କରିବେ । ଆୟୋଜକ ଟିମ ୮ମ ଦଳ ଭାବେ ସାମିଲ ହେବ ।ବର୍ତମାନ ବିଶ୍ୱକପରେ ୧୦ମ ସ୍ଥାନରେ ଥିବା ଇଂଲଣ୍ଡ ଏଥିପାଇଁ ଯୋଗ୍ୟତା ହାସଲ କରିବା ନେଇ ସନ୍ଦେହ ସୃଷ୍ଟି ହୋଇଛି । ବାକିଥିବା ୨ଟି ମ୍ୟାଚରେ ବିଜୟ ହାସଲ କଲେ ଇଂଲଣ୍ଡ ତାର ସମ୍ମାନ ରକ୍ଷା କରିବା ସହ ଚାମ୍ପିୟନ୍ସ ଟ୍ରଫି ପାଇଁ ଯୋଗ୍ୟତା ଅର୍ଜନ କରିବ । ୨୦୨୫ ଚାମ୍ପିୟନ୍ସ ଟ୍ରଫି ଏଥର ପାକିସ୍ତାନରେ ଆୟୋଜିତ ହେବ । ନେଦରଲାଣ୍ଡ ମଧ୍ୟ ବିଶ୍ୱକପରେ ଆଉ ଗୋଟିଏ ମ୍ୟାଚରେ ବିଜୟ ହାସଲ କରି ଯୋଗ୍ୟତା ହାସଲ କରିବା ପାଇଁ ଉଦ୍ୟମ କରିବ ।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.