କାମରାଠାରେ ଯାଦବ ଭବନର ଭିତ୍ତି ପ୍ରସ୍ତର ସ୍ଥାପନ

ଓଡ଼ିଆ ବାର୍ତ୍ତା/ ବୋରିଗୁମ୍ମା: କୋରାପୁଟ ଜିଲ୍ଲା ବୋରିଗୁମ୍ମା ବ୍ଲକ ଅନ୍ତର୍ଗତ କାମରାଠାରେ ଉତ୍କଳ ଯାଦବ ମହାସଭା କୋରାପୁଟ ଜିଲ୍ଲା ସଭାପତି ମଦନମୋହନ ନାୟକଙ୍କ ସଭାପତିତ୍ଵରେ “ଯାଦବ ଭବନ”ର ଭିତ୍ତିପ୍ରସ୍ତର ସ୍ଥାପନ ସମାରୋହ ଅନୁଷ୍ଠିତ ହୋଇଯାଇଛି। ଏନେଇ ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ନଵରଙ୍ଗପୁର ସାଂସଦ ରମେଶଚନ୍ଦ୍ର ମାଝି ଯୋଗ ଦେଇଥିବା ବେଳେ ସମ୍ମାନିତ ଅତିଥି ଭାବେ କୋଟପାଡ଼ ବିଧାୟକ ପଦ୍ମିନୀ ଦିଆଲ ଓ ଆଦିବାସୀ ଉନ୍ନୟନ ପରିଷଦର ଅଧ୍ୟକ୍ଷ ଚନ୍ଦ୍ରଶେଖର ମାଝୀ ପ୍ରମୁଖ ମଞ୍ଚାସୀନ ଥିଲେ। ଏହି ପରିପ୍ରେକ୍ଷୀରେ ଯାଦବ ଭବନ ପାଇଁ ସାଂସଦଙ୍କ ପାଣ୍ଠିରୁ ୫ଲକ୍ଷ, ବିଧାୟକ ପାଣ୍ଠିରୁ ୫ଲକ୍ଷ ଓ ରାଧା କୃଷ୍ଣ ମନ୍ଦିର ନିର୍ମାଣ ପାଇଁ ଉନ୍ନୟନ ପରିଷଦର ଅଧ୍ୟକ୍ଷ ତାଙ୍କ ପାଣ୍ଠିରୁ ୫ ଲକ୍ଷ ଅନୁଦାନ ଦେବା ପାଇଁ ପ୍ରତିଶ୍ରୁତି ଦେଇଥିଲେ। ବୋରିଗୁମ୍ମା ଵ୍ଳକ ଅଧ୍ୟକ୍ଷା ଦ୍ଵିପତିମଣୀ ନାୟକ ଵ୍ଳକ ଅନୁଦାନରୁ ନଳକୁପ ଦେଇ ସମାଜର ବିଭିନ୍ନ କାର୍ଯ୍ୟରେ କିଭଳି ସାହାଯ୍ୟ ହୋଇଥାଏ ଜଣାଇଥିଲେ। ଏହି କାର୍ଯ୍ୟକ୍ରମରେ ଅନ୍ୟ ମାନଙ୍କ ମଧ୍ୟରେ ଉପାଧ୍ୟକ୍ଷ ସାମନ୍ତରାୟ ବାବୁ, ଜିଲ୍ଲା ପରିଷଦ ସଦସ୍ୟା ମାଳତୀ ମାଝୀ, ଜିଲ୍ଲା ଯାଦବ ମହାସଭାର ସାଧାରଣ ସଂପାଦକ ରାଜେନ୍ଦ୍ର ଗୈାଡ, ବୈପାରିଗୁଡାର ଵ୍ଳକ ସଭାପତି ସାତିରାମ ନାୟକ, ନଵରଙ୍ଗପୁର ଜିଲ୍ଲା ସଙ୍ଗଠକ ସଂପାଦକ ମନୋଜ କୁମାର ମାହାଙ୍କୁଡ, ସାଧାରଣ ସଂପାଦକ ପର୍ଶୁରାମ ନାୟକ, ଅଭିଭକ୍ତ କୋରାପୁଟ ଜିଲ୍ଲା ଯୁବ ଯାଦବ ନେତା ସିମାଞ୍ଚଳ ମାହାଙ୍କୁଡ, ସାଂସଦଙ୍କ ପ୍ରତିନିଧି ଶେଷ ପଣ୍ଡା, ଘରୋଇ ବସ୍ ମାଲିକ ସଂଘ ସଦସ୍ୟ ସୋମନାଥ ଭାଇ, ଯାଦବ ସମାଜର ଆଇନ ପରାମର୍ଶ ଦାତା ସିମାଞ୍ଚଳ ଯାଦବ,ଵରିଗୁମ୍ମା ସମିତି ସଭ୍ୟ ଲଛମନ ଗୈାଡ, ପୂର୍ବତନ ସରପଞ୍ଚ ଜଗନ୍ନାଥ ଗୈାଡ ଓ ରାଜମିସ୍ତ୍ରୀ ସଂଘ ସଭାପତି ପତିରାମ ଗୈାଡଙ୍କ ସମେତ ଯାଦବ ସମାଜର ପାଞ୍ଚଶହରୁ ଉର୍ଦ୍ଧ୍ବ ଯାଦବ ମୂରବୀ ଯୋଗ ଦେଇଥିଲେ। ସୋମନାଥ ନାୟକ ଧନ୍ୟବାଦ ଅର୍ପଣ କରିଥିଲେ।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.