ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ନିଲେଶ କୁମାର ନାଗ): ଓଡ଼ିଶାର ଅଗ୍ରଣୀ ସାହିତ୍ୟ ସଂସ୍କୃତି ଅନୁଷ୍ଠାନ ଚେତାବନୀ ସାହିତ୍ୟ ସଂସଦ, କେସିଙ୍ଗା, କଳାହାଣ୍ଡି ଆୟୋଜିତ ନିଆରା କାର୍ଯ୍ୟକ୍ରମ ‘କଥା, କବିତା ଓ ଗୀତର ଫ୍ୟୁଜନ୍ : ତେଲନଦୀ ମିଲନ୍’ ତେଲନଦୀ ତୀରେ ଅନୁଷ୍ଠାନ ସଭାପତି ତଥା ବିଶିଷ୍ଟ ଗାଳ୍ପିକା ଯାଜ୍ଞସେନୀ ସାହାଙ୍କ ସଭାପତିତ୍ବରେ ଅନୁଷ୍ଠିତ ହୋଇଯାଇଛି। ଯୁବକବି ଜ୍ଞାନେନ୍ଦ୍ର ଭୋଇଙ୍କ ସଂଯୋଜନାରେ ରଞ୍ଜନ ପଣ୍ଡା, ହିମାଞ୍ଚଳ ସାହୁ, ସଂଯୁକ୍ତା ପାଢ଼ୀ, ଗୋବିନ୍ଦ ବାଗ, ଐଶ୍ୱର୍ଯ୍ୟା ପ୍ରଧାନ, ମନୋଜ ବଗର୍ତ୍ତୀ, ତପନ ଦାଶ, ଭାଗିରଥି ସିଂ, ସୂର୍ଯ୍ୟ ପ୍ରକାଶ ରଥ ପ୍ରମୁଖ ସ୍ୱରଚିତ କବିତା ପାଠ କରିଥିଲେ। କବି ରମେଶ ଜେନା କବି ଜ୍ୟୋତି ମିଶ୍ରଙ୍କ ସ୍ମୃତି ଚାରଣ ସହ ଗୋଟିଏ କବିତା ପାଠ କରିଥିଲେ। ଶେଷରେ ସାଙ୍ଗଠନିକ ଆଲୋଚନା ହୋଇଥିଲା। ଧନ୍ୟବାଦ ଅର୍ପଣ କରିଥିଲେ ଅନୁଷ୍ଠାନର ସାଙ୍ଗଠନିକ ସମ୍ପାଦକ ତଥା ଯୁବ କବି ଯାଦବେନ୍ଦ୍ର ସାହା।