ଥୁଆମୂଳ ରାମପୁରରେ ବହୁଜନ ସମାଜ ପାର୍ଟିର ଗଣଧାରଣା

ଓଡ଼ିଆ ବାର୍ତ୍ତା/ ଥୁଆମୂଳ ରାମପୁର (ପ୍ରଦୀପ କୁମାର ପଣ୍ଡା): କଳାହାଣ୍ଡି ଜିଲ୍ଲା ଥୁଆମୂଳ ରାମପୁର ବ୍ଲକର ବିଭିନ୍ନ ସମସ୍ୟାକୁ ନେଇ ବ୍ଲକର ବହୁଜନ ସମାଜ ପାର୍ଟିର ଗଣଧାରଣା କାର୍ଯ୍ୟକ୍ରମ ଅନୁଷ୍ଠିତ ହେଇଥିଲା। ପାର୍ଟିର ବ୍ଲକ ସଭାପତି ସୋମନାଥ ନାଏକଙ୍କ ନେତୃତ୍ୱରେ ବୁଧବାର ଶତାଧିକ ବି.ଏସ୍.ପି କର୍ମୀଙ୍କୁ ନେଇ ଏକ ରାଲି ମାଧ୍ୟମରେ ଆସି ପଞ୍ଚାୟତ ସମିତି କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଦେଇଥିଲେ।ଦାବୀ ମାନଙ୍କ ମଧ୍ୟରେ ସିଜି ମାଳି, କୁଟୃମାଳି ଯଦି ଖନନ କରାଯାଏ ତେବେ ଏହାର ସୀମାନ୍ତ ଅଞ୍ଚଳରେ କାରଖାନା ସ୍ଥାପନ, ଇନ୍ଦ୍ରାବତୀ ଜଳଭଣ୍ଡାର ଦ୍ବାରା ବିସ୍ଥାପିତ ଲୋକଙ୍କୁ ସେମାନଙ୍କ ବୁଡି ଯାଇଥିବା ଜମିର ଉପଯୁକ୍ତ ଟଙ୍କା ଦେବା ସହ ପ୍ରତ୍ୟେକ ପରିବାରର ଜଣକୁ ଚାକିରୀ, ଇନ୍ଦ୍ରାବତୀ ପାଣିରେ ଉତ୍ପାଦିତ ବିଦ୍ୟୁତ ଥୁଆମୂଳ ରାମପୁର ଅଞ୍ଚଳ କୁ ମାଗଣାରେ ଯୋଗାଇ ଦେବା, ଥୁଆମୂଳ ରାମପୁର ଡାକ୍ତର ଖାନାରେ ଶିଶୁ, ପ୍ରସୂତୀ ଏବଂ ଔଷଧ ବିଶେଷଜ୍ଞ ଡାକ୍ତର ନିଯୁକ୍ତ କରାଯିବା ସହିତ ଏକ୍ସ ରେ ମେସିନ ଓ ରକ୍ତ ଭଣ୍ଡାର ସ୍ଥାପନା, ବ୍ଲକର ସମସ୍ତ ବିଦ୍ୟାଳୟରେ ଖାଲି ପଡିଥିବା ଶିକ୍ଷକ ପଦବୀ ପୂରଣ, ବଫଲା ମାଳିରେ ଘରଡିହ ପଟ୍ଟା ତଥା ଜଙ୍ଗଲ ଜମି ପଟ୍ଟା ପାଇଥିବା ଲୋକଙ୍କୁ ବିସ୍ଥାପିତ ଘୋଷଣା କରି ଟଙ୍କା ଏବଂ ଚାକିରୀ ଦେବା,ମିଥ୍ୟା କେଶରେ ଫସାଇ ରଖିଥିବା ନିରୀହ ଦଳିତ ଆଦିବାସୀ ମାନଙ୍କୁ ତୁରନ୍ତ ଖଲାସ ଏଥି ସହିତ ରାଣୀପଦର ଇନ୍ଦ୍ରାବତୀ ନଦୀ, ଖମନପଡା ବାଲିଜୋର୍ ନଦୀ ଏବଂ ଚମ୍ପାଚୁଆଁ ଦୁଇମୂହାଣ ଠାରେ ପୋଲ ନିର୍ମାଣ କରାଯାଉ ଏଭଳି ୧୦ ଗୋଟି ଦାବୀ ଉପସ୍ଥାପନ କରି ବ୍ଲକ ପ୍ରଶାସନ ଜରିଆରେ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କୁ ଏକ ଦାବିପତ୍ର ପ୍ରଦାନ କରାଯାଇଛି। ବିଡିଓଙ୍କ ଅନୁପସ୍ଥିତିରେ ଏପିଓ ଶ୍ରୀ ଅଶୋକ ମୁଦି ଏହି ଦାବିପତ୍ର ଗ୍ରହଣ କରିଥିଲେ।ବହୁଜନ ସମାଜ ପାର୍ଟି ଓଡିଶା ରାଜ୍ୟ ସଂଗଠକ ଟଙ୍କଧର ବାଗ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିବା ବେଳେ ସମ୍ମାନିତ ଅତିଥି ଭାବେ ରାଜ୍ୟ ସଂଯୋଜକ ଦେବୀ ଚରଣ ଭାଟି, କଳାହାଣ୍ଡି ଜିଲ୍ଲା ସଭାପତି ଜୟସେନ ନାଏକ, ଲୋକସଭା ସଭାପତି ଖଗେଶ୍ୱର ନାଏକ, ସୁଗ୍ରୀବ ଦୀପ୍, ଥୁଆମୂଳ ରାମପୁର ବ୍ଲକ ସାଧାରଣ ସମ୍ପାଦକ ସଭା ମାଝୀ, ବ୍ଲକ କାର୍ଯ୍ୟକାରୀ ସଭାପତି ଯୌବନ ନାଏକ ଏବଂ ବ୍ଲକ ଉପସଭାପତି ରାଧାକାନ୍ତ ନାଏକ ପ୍ରମୁଖ ଉପସ୍ଥିତ ଥିଲେ।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.