ଆରମ୍ଭ ହେଲା ବାଲିପଡା ନବରାତ୍ର ଦୁର୍ଗାପୂଜା

ଓଡିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): ନର୍ଲା ବ୍ଲକ ଅଧିନସ୍ଥ ଭାନପୁର ଗ୍ରାମ ପଞ୍ଚାୟତ ବାଲିପଡାର ବହୁ ପ୍ରସିଦ୍ଧ ନବରାତ୍ର ଦୁର୍ଗାପୂଜା ଆରମ୍ଭ ହୋଇ ଯାଇଛି। ଏନେଇ ଶନିବାର ଅପରାହ୍ନ ୩ ଟା ବେଳେ ନବରାତ୍ର ପୂଜା କମିଟିର ଅଧ୍ୟକ୍ଷ ଭାନପୁର ସରପଞ୍ଚ ଅନ୍ତରାମ ମାଝୀ ଓ କମିଟିର ସଭାପତି ଲୋଚନ ସାହୁଙ୍କ ନେତୃତ୍ୱରେ ପୂଜା ପରିଚାଳନା କମିଟିର ଉପଦେଷ୍ଠା ମୁଖ୍ୟ ପରେଶ କୁମାର ପଧାନ, ଉପାଧ୍ୟକ୍ଷ ତପନ ପଧାନ, ବାଗପୁର ସରପଞ୍ଚ ଗୋପାଳ ହାତୀ, ସଭାପତି ଲୋଚନ ସାହୁ, ଉପସଭାପତି ରୋହିତ ସାହୁ, ସାଧାରଣ ସମ୍ପାଦକ କୁନ୍ତ ଭୋଇ, ପୂଜା ସମ୍ପାଦକ ଆଶୋକ କୁମାର ବାରିକ, ସହ ସମ୍ପାଦକ ଜିତୁ ପଧାନ, ମହେନ୍ଦ୍ର ସାହୁ, ପାଣ୍ଠି ସଂଗ୍ରହ ସମ୍ପାଦକ ବବଲୁ ଭୋଇ, ପ୍ରବୀଣ ରଣା, ମନୋରଞ୍ଜନ ସମ୍ପାଦକ ରତିଲାଲ ସାହୁ, ବାଲାଜୀ ବେହେରା, ମିଡ଼ିଆ ସେଲ ସମ୍ପାଦକ ଟୁକୁ ପଧାନ, ବରିଷ୍ଠ ସଦସ୍ୟ ତୁମେଶ୍ଵର୍ ସାହୁ, ତନୁ ଚନ୍ଦନ, ପ୍ରଶାନ୍ତ ବାରିକ, ସମୀର ଗୌଡ, ଅମନ ସାହୁ, ଟିକେଶ୍ୱର ରଣା, ସୁଶାନ୍ତ ନାୟକ, ଡବଲୁ ସାହୁ, ବିଶ୍ଵ ବେହେରା, ତଥା ବଣିକ ସଂଘ ର ସମସ୍ତ ସଦସ୍ୟଙ୍କ ଉପସ୍ଥିତିରେ ପାରମ୍ପରିକ ନିଶାଣ ବଜାରେ ସ୍ଥାନୀୟ ଗୋପୀ ପୁଷ୍କରିଣୀରୁ ଜଳନେଇ କଳସ ଯାତ୍ରା ଅନୁଷ୍ଠିତ ହୋଇଥିଲା। କର୍ତ୍ତା ମହେନ୍ଦ୍ର କୁମାର ସାହୁ ଓ ତାଙ୍କ ସହଧର୍ମିଣୀ ତପସ୍ଵିନୀ ସାହୁ ବର୍ଦ୍ଧନୀ କଳସ ମୁଣ୍ଡେଇ ଆଗରେ ଚାଲିଥିଲେ। ଗ୍ରାମର ଶତାଧିକ ଶ୍ରଦ୍ଧାଳୁ ମହିଳା ପୁରୁଷ କଳସ ଯାତ୍ରାରେ ସାମିଲ ହୋଇଥିଲେ। ଦୁର୍ଗା ମଣ୍ଡପରେ କଳସ ସ୍ଥାପନ ପରେ ବେଲ ବରଣ କରାଯାଇଥିଲା। ସନ୍ଧ୍ୟାରେ ଅଧିବାସ କର୍ମ ଅନୁଷ୍ଠିତ ହୋଇଥିଲା। ରବିବାର ସକାଳ ୮ ଘଣ୍ଟାରୁ ଆରମ୍ଭ ହୋଇ ଯାଇଛି ନବରାତ୍ର ଦୁର୍ଗାପୂଜା। ପୂଜକ ପଣ୍ଡିତ ଭାବରେ ଘନଶ୍ୟାମ ତ୍ରିପାଠୀ ପୂଜନ କାର୍ଯ୍ୟ ପରିଚାଳନା କରୁଥିବା ବେଳେ ନିକୁଞ୍ଜ ପାଢୀ, ତରୁପ୍ରସାଦ ପାଢୀ ଓ ଶିବ ତ୍ରିପାଠୀ ସହଯୋଗୀ ଭାବରେ ରହି ପୂଜା ପରିଚାଳନା କରୁଥିବା ଜଣାପଡ଼ିଛି। ପ୍ରତ୍ୟହ ସନ୍ଧ୍ୟାରେ ମନୋରଞ୍ଜନ କାର୍ଯ୍ୟକ୍ରମ ରହିଥିବା କମିଟି ସୂତ୍ରରୁ ଜଣା ପଡ଼ିଛି।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.