ଓଡ଼ିଆ ବାର୍ତ୍ତା/ ନୂଆପଡ଼ା (ରିଖିରାମ ଦଳ): ନୂଆପଡ଼ା ଜିଲ୍ଲା କଲେଜ ଛାତ୍ର ସଂସଦ ନିର୍ବାଚନ ନାମାଙ୍କନ ପ୍ରିକ୍ରିୟା ଶେଷ ହୋଇଥିବା ବେଳେ ପ୍ରାର୍ଥୀ ପତ୍ର ଯାଞ୍ଚ ପ୍ରକ୍ରିୟା ମଧ୍ୟଶେଷ ହୋଇଅଛି। ନୂଆପଡ଼ା ନେସନାଲ କଲେଜରେ ଦୁଇ ଜଣ ସଭାପତି ରୂପେ, ଖଡ଼ିଆଳ ସ୍ୱୟଂ ଶାସିତ ମହାବିଦ୍ୟାଳୟରେ ଦୁଇ ଜଣ ଏବିଭିପି ସମର୍ଥିତ ସଭାପତି ପ୍ରାର୍ଥୀ ପରୀ ଟଣ୍ଡନ, ବିଜୁ ଛାତ୍ର ଜନତା ଦଳ ସମର୍ଥିତ ପ୍ରାର୍ଥୀ ୟସ ଦଣ୍ଡସେନାଙ୍କ ମଧ୍ୟରେ ପ୍ରତିନ୍ଦ୍ୱନ୍ଦିତା ହେବ ନେଇ ସୁନିଶ୍ଚିତ ହୋଇଅଛି। ସାଧାରଣ ସମ୍ପାଦକ, ଉପସଭାପତି, ସହ ସମ୍ପାଦକ ମଧ୍ୟ ଦୁଇ ଜଣ ଲେଖାଏଁ ପ୍ରାର୍ଥୀ ନାମାଙ୍କନ ପତ୍ର ଦାଖଲ କରିଛନ୍ତି। ସେହିପରି ଅନ୍ୟାନ୍ୟ ପଦବୀ ପାଇଁ ଏବିଭିପି ସମର୍ଥିତ ୧୩ ଗୋଟି ପ୍ରାର୍ଥୀ ଜଣେ ଲେଖାଏଁ ପ୍ରାର୍ଥୀ ନାମାଙ୍କନ ଦାଖଲ କରିଛନ୍ତି। ଖଡ଼ିଆଳ ତୁକଲା ସ୍ନାତକ ମହାବିଦ୍ୟାଳୟର ପାଞ୍ଚ ଗୋଟି ପଦବୀ ପାଇଁ ପାଞ୍ଚ ଜଣ, ଜଣେ ଲେଖାଏଁ ପ୍ରାର୍ଥୀ ନାମାଙ୍କନ ଦାଖଲ କରିଛନ୍ତି। ନୂଆପଡ଼ା ମଡେଲ ଡିଗ୍ରୀ କଲେଜରେ ୨୭ ଜଣ ପ୍ରାର୍ଥୀ ନାମାଙ୍କନ ଦାଖଲ କରିଥିବା ବେଳେ ସଭାପତି ପଦ ପାଇଁ ୩ ଜଣ ପ୍ରାର୍ଥୀ ନାମାଙ୍କନ ଦାଖଲ କରିଥିଲେ। ସଭାପତି ଭାବରେ ସ୍ଵିଫା ବେଗମ, ଲିପିକା ପୋଡ, ମହେଶ୍ୱର ବାଗ ନାମାଙ୍କନ ପତ୍ର ଦାଖଲ କରିଛନ୍ତି। ଉପ ସଭାପତି ପାଇଁ ଦୁଇ ଜଣ ଜୁଲି ଭୋଇ, ରଞ୍ଜିତା ମାଝୀ, ସାଧାରଣ ସମ୍ପାଦକ ପାଇଁ ଦୁଇ ଜଣ ଗଜିନ୍ଦ୍ର କୁମାର ଗହୀର, ମନୋରଞ୍ଜନ ଭାଇସାଲ, ନାମାଙ୍କନ ପତ୍ର ଦାଖଲ କରିଛନ୍ତି। ସହକାରୀ ସାଧାରଣ ସମ୍ପାଦକ ତିନି ଜଣ ଲିଜା ବାଗ, ଦିବ୍ୟଂଶି ସୁନାନୀ ଓ ଲୀଳାବତୀ ପୋଡ଼ ନାମାଙ୍କନ ପତ୍ର ଦାଖଲ କରିଛନ୍ତି।





