ଜାନୁୟାରୀ ୧ରୁ ୩ ପଏଁରୀ ତିହାର-୨୦୨୪

ନୂଆ ବର୍ଷରେ ଦୁଲୁକିବ ନୂଆ ଟାଉନହଲ

ଓଡ଼ିଆ ବାର୍ତ୍ତା/ ସୁବର୍ଣ୍ଣପୁର (ରାଜ କିଶୋର ତ୍ରିପାଠୀ): ସୁବର୍ଣ୍ଣପୁର ଜିଲ୍ଲାର ଅଗ୍ରଣୀ ସାଂସ୍କୃତିକ ଅନୁଷ୍ଠାନ ପଏଁରୀର ପଏଁରୀ ତିହାର-୨୦୨୪ ଜାନୁଆରୀ ୧ ରୁ ୩ ତାରିଖ ପର୍ଯ୍ୟନ୍ତ ନୂତନ ଟାଉନହଲ ଠାରେ ମହାଆଡମ୍ବରରେ ୩ ଦିନ ଧରି ଅନୁଷ୍ଠିତ ହେବା ଏନେଇ ପଏଁରୀ କାର୍ଯ୍ୟାଳୟ ଠାରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦିଆଯାଇଛି। ଏଥିରେ ରାଜ୍ୟ ତଥା ରାଜ୍ୟ ବାହାରୁ ୨୦ ଟି ସାଂସ୍କୃତିକ ଦଳ ଏବଂ ୫୦୦ ରୁ ଊର୍ଦ୍ଧ୍ବ କଳାକାର ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି। ୧ ତାରିଖ ଦିନ ସକାଳୁ ଇଷ୍ଟଦେବୀ ମା ସୁରେଶ୍ଵରୀ ମନ୍ଦିର ଠାରୁ ସମସ୍ତ ସାଂସ୍କୃତିକ ଦଳଙ୍କୁ ନେଇ ଏକ ମଶାଲ ଶୋଭାଯାତ୍ରା ବାହାରି ନୂତନ ଟାଉନହଲକୁ ପହଞ୍ଚିବା ପରେ କାର୍ଯ୍ୟକ୍ରମ ଆରମ୍ଭ ହେବ। ଏହି ବର୍ଷ ପଏଁରୀ ସଙ୍ଗୀତ ସମ୍ମାନ ଚମ୍ପେଶ୍ୱର୍ ରାଜହଂସ, ପଏଁରୀ ନୃତ୍ୟ ସମ୍ମାନ ପ୍ରସନ୍ନ ବାଘ୍, ପଏଁରୀ ବାଦ୍ୟ ସମ୍ମାନ ଉପେନ୍ଦ୍ର ପ୍ରଧାନଙ୍କୁ ଦିଆଯିବା ନେଇ ଅନୁଷ୍ଠାନର ସଂପାଦକ ଚୌଧୁରୀ ବିଭାର ସୁଚନା ଦେଇଛନ୍ତି। ଅନୁଷ୍ଠାନର ସଭାପତି ଲଡ଼ୁକିଶୋର ମଲ୍ଲିକଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଥିବା ଏହି ସମ୍ମିଳନୀରେ ପ୍ରଥମେ ସ୍ୱାଗତ ଭାଷଣ ଦେବା ସହ ଅତିଥି ପରିଚୟ ପ୍ରଦାନ କରିଥିଲା ବେଳେ ଅନୁଷ୍ଠାନର ଉପଦେଷ୍ଟା ଅଭିମନ୍ୟୁ କୁଶଳ, ଉପଦେଷ୍ଟା ଶ୍ରୀବତ୍ସ ମଲ୍ଲିକ ପ୍ରମୁଖ ଆଗାମୀ ପଏଁରୀ ତିହାର ୨୦୨୪ ର ପ୍ରଚାର ପ୍ରସାର ପାଇଁ ସହଯୋଗ କାମନା କରିଥିଲେ। ପରେ ଅନୁଷ୍ଠାନର ସମ୍ପାଦକ ଚୌଧୁରୀ ବିଭାର ଚଳିତ ବର୍ଷର ପଏଁରୀ ତିହାର କିପରି ଆୟୋଜିତ ହେବ ସେନେଇ ବିସ୍ତୃତ ସୂଚନା ଦେଇଥିଲେ। ଉପସଭାପତି ପ୍ରଫୁଲ୍ଲ ନାଏକ ଧନ୍ୟବାଦ ଅର୍ପଣ କରିଥିଲେ। ଏଥିରେ ଅନୁଷ୍ଠାନର ସମସ୍ତ କାର୍ଯ୍ୟକର୍ତ୍ତା ଉପସ୍ଥିତ ଥିଲେ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.