ପ୍ରେମଲତା ପଟ୍ଟନାୟକଙ୍କ ପ୍ରଥମ ଶ୍ରାଦ୍ଧବାର୍ଷିକୀ

ଓଡ଼ିଆ ବାର୍ତ୍ତା/ ଭୁବନେଶ୍ୱର: ଭୁବନେଶ୍ୱର ପଟିଆରେ ସମାଜସେବୀ ତଥା ଧର୍ମପରାୟଣ ମହିଳା ସ୍ବର୍ଗତ ପ୍ରେମଲତା ପଟ୍ଟନାୟକଙ୍କ ପ୍ରଥମ ଶ୍ରାଦ୍ଧ ବାର୍ଷିକୀ ଅନୁଷ୍ଠିତ ହେଇଯାଇଛି। ଏହି ଅବସରରେ ବାସନ୍ତୀ ପବ୍ଲିକ ସେଣ୍ଟର୍ ପକ୍ଷରୁ ସ୍ମୃତି ଚାରଣ କରାଯାଇଛି। ଶ୍ରାଦ୍ଧ ବାର୍ଷିକୀ ଅବସରରେ ଅନୁଷ୍ଠାନର ସଦସ୍ୟ ମାନେ ଉପସ୍ଥିତ ରହି ସ୍ମୃତି ଚାରଣ କରିଥିଲେ। ଏହି ଅବସରରେ ତାଙ୍କର ସମାଜ ପ୍ରତି ଥିବା ଅବଦାନକୁ ସମସ୍ତେ ମନେ ପକାଇଥିଲେ। ଆଜି ବି ସ୍ବର୍ଗତ ପ୍ରେମଲତା ପଟ୍ଟନାୟକଙ୍କ ଦ୍ଵାରା ପ୍ରକାଶିତ ହୋମିଓ ବିଧାନ ପୁସ୍ତକ ଘରେ ଘରେ ବେଶ୍ ପରିଚିତ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.