ତାମିଲନାଡୁ, ଲାକ୍ଷାଦ୍ୱୀପ ଓ କେରଳ ଗସ୍ତ କରିବେ ପ୍ରଧାନମନ୍ତ୍ରୀ

ଓଡ଼ିଆ ବାର୍ତ୍ତା/ ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆସନ୍ତା ଜାନୁଆରୀ ୨ ଏବଂ ୩ ରେ ତାମିଲନାଡୁ ଏବଂ ଲାକ୍ଷାଦ୍ୱୀପ ଗସ୍ତ କରିବେ । ଜାନୁଆରୀ ୨, ୨୦୨୪ ପୂର୍ବାହ୍ନ ପ୍ରାୟ ସାଢ଼େ ୧୦ଟାରେ ପ୍ରଧାନମନ୍ତ୍ରୀ ତାମିଲନାଡୁର ତିରୁଚିରାପଲ୍ଲୀରେ ପହଞ୍ଚିବେ। ସେଠାରେ ତିରୁଚିରାପଲ୍ଲୀସ୍ଥିତ ଭାରତୀଦସନ ବିଶ୍ୱବିଦ୍ୟାଳୟର ୩୮ତମ ସମାବର୍ତ୍ତନ ସମାରୋହରେ ମୁଖ୍ୟ ଅତିଥି ଭାବେ ଯୋଗଦେବା ସହ ତାମିଲନାଡୁ କୁ ଭେଟି ଦେବେ ୧୯,୮୫୦ କୋଟି ଟଙ୍କାର ଉନ୍ନୟନ ମୂଳକ ଭେଟି। ସେଠାରେ ଏକାଧିକ ଉନ୍ନୟନ ମୂଳକ ପ୍ରକଳ୍ପର ଲୋକାର୍ପଣ ଏବଂ ଶିଳାନ୍ୟାସ କରିବେ ମୋଦୀ।

ସେଠାରୁ ଅପରାହ୍ନ ପ୍ରାୟ ୩ଟା ୧୫ରେ ପ୍ରଧାନମନ୍ତ୍ରୀ ଲାକ୍ଷାଦ୍ୱୀପର ଅଗାତିରେ ପହଞ୍ଚିବେ ଏବଂ ସେଠାରେ ଏକ ସାଧାରଣ କାର୍ଯ୍ୟକ୍ରମକୁ ସମ୍ବୋଧିତ କରିବେ। ଜାନୁଆରୀ ୪, ୨୦୨୪ ମଧ୍ୟାହ୍ନ ପ୍ରାୟ ୧୨ଟାରେ ପ୍ରଧାନମନ୍ତ୍ରୀ ଲାକ୍ଷାଦ୍ୱୀପର କବରାତିରେ ପହଞ୍ଚିବେ, ଯେଉଁଠାରେ ସେ ରାଷ୍ଟ୍ର ଉଦ୍ଦେଶ୍ୟରେ କାର୍ଯ୍ୟ କରିବେ ଏବଂ ଲାକ୍ଷାଦ୍ୱୀପରେ ଟେଲିଯୋଗାଯୋଗ, ପାନୀୟ ଜଳ, ସୌର ଶକ୍ତି ଏବଂ ସ୍ୱାସ୍ଥ୍ୟ ଆଦି କ୍ଷେତ୍ର ସହିତ ଜଡ଼ିତ ଏକାଧିକ ଉନ୍ନୟନ ମୂଳକ ପ୍ରକଳ୍ପର ଶିଳାନ୍ୟାସ କରିବେ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.