କଂସବଧ ସହ ଉଦଯାପିତ ହେଲା ସେଁପୁର ଧନୁଯାତ୍ରା

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ନିଲେଶ କୁମାର ନାଗ): ଭବାନୀପାଟଣା ବ୍ଲକର ସେଁପୁର ଠାରେ ଦୀର୍ଘ ଆଠଦିନ ଧରି ଚାଲିଥିବା ଧନୁଯାତ୍ରା ମହୋତ୍ସବ କଂସବଧ ସହ ଉଦଯାପିତ ହୋଇଛି। କଂସ ଭୂମିକାରେ ବରଗଡ ଜିଲ୍ଲା ଚିଚିଣ୍ଡାର ଝସକେତନ ପ୍ରଧାନଙ୍କ ଅଭିନୟ ଚିତ୍ତାକର୍ଷକ ରହିଥିଲା। ଶେଷ ରଜନୀରେ ମୁଖ୍ୟ ଅତିଥିଭାବେ ଯୋଗୀ ନରେଶ କ୍ଷେତ୍ରୀ ହିଆଲଙ୍କ ସମେତ କମିଟି ସଭାପତି ମାନଗୋବିନ୍ଦ ମାଝୀ, ଉପସଭାପତି ସୁଶାନ୍ତ ମାଝୀ, ସମ୍ପାଦକ ଭାଗ୍ୟବାନ ସାହୁ, କୋଷାଧକ୍ଷ କିଶୋର ସାହୁ, ଯୁଗ୍ମ ସମ୍ପାଦକ ଅଭିଷେକ ବାଗ ତଥା କମିଟିର ମୁଖ୍ୟ ଉପଦେଷ୍ଟା ରାଜେଶ ପ୍ରସାଦ ସାହୁ, ସୁଧାଂଶୁ ସାହୁ, ଯୋଗୀରାମ ବାଗ, ବୈଷମ ମାଝୀ, ବାଳକ୍ରିଷ୍ଣା ପାରି, ପଙ୍କଜ ବାଗ ପ୍ରମୁଖ ଯୋଗଦେଇ ଥିଲେ। ଏଥିରେ ବାଞ୍ଛାନିଧି ମିଶ୍ର, ଲୋକନାଥ ବଛା, ତାପସ କୁମାର ପ୍ରଧାନ, ପ୍ରସନ୍ନ ବାଗ, ଜୀବର୍ଦ୍ଦନ ଗହୀର, ମହିନ୍ଦ୍ର ବଛା, ଛନ୍ଦାଚରଣ ବାଗ, ଜନାର୍ଦ୍ଦନ ବାଗ, ଭବାନୀ ଶଙ୍କର ସାହୁ, ଯଶୋବନ୍ତ ବାଗ, ଶିବା ମାଝୀ, ଶିବା ବାଗ, ଅନିଲ ମାଝୀ, ରମେଶ ବାଗ, କ୍ରିଷ୍ଣା ବାଗ, ଶୁକୃ ବାଗ, ବରୁଣ ପାରି, ଜିତେନ୍ଦ୍ର ବାଗ, ଦେବରାଜ ବାଗ, ହରି ବାଗ, ବିଜୟ କୁମାର ସାହୁ, ଦିକଚନ ବାଗ, ମଣ୍ଟୁ ବଗର୍ତ୍ତୀ, ଭେଙ୍କେଟ ସାହୁ, ରାଜୁ ସାହୁ, ଶିଶୁପାଳ ବାଗ, ଜ୍ୟୋତି ପ୍ରସାଦ ବାଗ, ଲିଙ୍ଗରାଜ ମାଝୀ, ମନଧର ଗହୀର ଆଦି ପ୍ରମୁଖ ଧନୁଯାତ୍ରା ମହୋତ୍ସବକୁ ସଫଳ କରିବାରେ ସହଯୋଗ କରିଥିଲେ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.