ଓ୍ବାର୍ଲ୍ଡ ୱ୍ୱେଲଫର ଫାଉଣ୍ଡେସନ ପକ୍ଷରୁ କଣ୍ଠଶିଳ୍ପୀ ନିହାରିକା ପୁରସ୍କୃତ

ଓଡ଼ିଆ ବାର୍ତ୍ତା/ ରାୟଗଡ଼ା (ଶିବ ନାରାୟଣ ଗୈାଡ): ରାୟଗଡ଼ା ଜିଲ୍ଲାର ପ୍ରତିଷ୍ଠିତ ଗାୟିକା ନିହାରିକା ସାହୁଙ୍କୁ ଉଲେଖନୀୟ ପ୍ରତିଭା ପାଇଁ ମିଳିଛି ଅନ୍ତର୍ଜାତୀୟ ପୁରସ୍କାର। ତାଙ୍କର ସୁମଧୁର କଣ୍ଠସ୍ଵର ଓ ସଙ୍ଗୀତ ପାଇଁ ୱାର୍ଲଡ଼ ୱ୍ୱେଲଫର ଫାଉଣ୍ଡେସନ ପକ୍ଷରୁ ଭୁବନେଶ୍ୱରସ୍ଥିତ ଜୟଦେବ ଭବନ ଠାରେ ଆୟୋଜିତ ସ୍ୱତନ୍ତ୍ର ଉତ୍ସବରେ ସମ୍ମାନିତ କରାଯାଇଛି। ନିହାରିକାଙ୍କ ସୁମଧୁର କଣ୍ଠସ୍ୱର ଓ ସଂଗୀତ ସଫଳତା ତାଙ୍କୁ ଏହି ସମ୍ମାନଜନକ ମାନ୍ୟତା ପାଇବାକୁ ଯୋଗ୍ୟ ବିବେଚିତ କରିଛି। ନିହାରିକା ଆକାଶବାଣୀ ଜୟପୁରର ଜଣେ ବି ହାଇଗରେଡ଼ର କଳାକାର। ଅନୁଷ୍ଠାନର ନିର୍ଦେଶକ ଅମର କୁମାର ଦାଶଙ୍କ ନେତୃତ୍ୱରେ ଆୟୋଜିତ କାର୍ଯ୍ୟକ୍ରମରେ ପୂର୍ବତନ ସାଂସଦ କବି ଡ଼. ପ୍ରସନ୍ନ କୁମାର ପାଟ୍ଟଶାଣୀ ମୁଖ୍ୟ ଅତିଥି ରୁପେ ଯୋଗଦେଇଥିଲେ। ଏହି ଉତ୍ସବରେ ଜାତୀୟସ୍ତରରେ ବିଭିନ୍ନ କ୍ଷେତ୍ରରେ ଉଲେଖନୀୟ ସଫଳତା ହାସଲ କରିଥିବା ବ୍ୟକ୍ତି ବିଶେଷଙ୍କୁ ମଧ୍ୟ ସମ୍ମାନିତ କରାଯାଇଥିଲା। ରାଜ୍ୟସ୍ତରୀୟ ସ୍ୱର୍ଣ୍ଣଲକ୍ଷ୍ମୀ ରିଅଲିଟି ସୋରେ ସେମିଫାଇନାକୁ ଉତ୍ତୀର୍ଣ୍ଣ ହୋଇଥିଲେ। ପ୍ରଚ୍ଛଦପଟ ଗାୟିକା ଉଷା ଉଥାପ, ଅନୁସୟାନାଥ ଓ ଶାନ୍ତିଲତା ବାରିକଙ୍କ କଣ୍ଠକୁ ନିହାରିକା ଅନୁକରଣ କରି ମଞ୍ଚରେ ଗୀତ ଗାଉଛନ୍ତି। ଓଡ଼ିଆ, ହିନ୍ଦୀ, କୋରାପୁଟିଆ, କୁଇ ଭାଷାରେ ପ୍ରସ୍ତୁତ ସଫଳ ସଙ୍ଗୀତ ଆଲବମ ଗୁଡିକରେ କଣ୍ଠଦାନ କରିଛନ୍ତି। ଜୟପୁରର ମୂଳବାସିନ୍ଦା ନିହାରିକାଙ୍କ ଶାଶୁଘର ଗୁଣପୁର ମୋତିଲାଲ ନଗରରେ। ସେ ବର୍ତମାନ ରାୟଗଡ଼ାରେ ଗାର୍ଡନ ୯୦.୪ ଏଫଏମ କମ୍ୟୁନିଟି ରେଡ଼ିଓରେ ଆଙ୍କର ରୁପେ କାର୍ଯ୍ୟରତ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.