ଡାକକୋଟାଠାରେ ବାଲିପଟା ଉତ୍ସବ ଅନୁଷ୍ଠିତ

ଓଡ଼ିଆ ବାର୍ତ୍ତା/ ଥୁଆମୂଳ ରାମପୁର (ପ୍ରଦୀପ କୁମାର ପଣ୍ଡା): କଳାହାଣ୍ଡି ଜିଲ୍ଲାର ଆଦିବାସୀ ଅଧ୍ଯୁଷିତ ଅଞ୍ଚଳଭାବେ ପରିଚିତ ଥୁଆମୂଳ ରାମପୁର ବ୍ଲକରେ ଆଦିବାସୀଙ୍କ ମହାନ ପର୍ବ ଟୋକିମରା ପର୍ବ ବା ପୌଷ ପର୍ବ ପାଳନ ହେଉଥିବା ବେଳେ ପାରମ୍ପରିକ ରୀତିନୀତି ଅନୁଯାୟୀ ପର୍ଯ୍ୟାୟ କ୍ରମେ ବିଭିନ୍ନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥାଏ। ଏହି ଅବସରରେ ଆଜି ଗୋପାଳପୁରର ଡାକକୋଟା ଠାରେ ବାଲିପଟା ଉତ୍ସବ ଅନୁଷ୍ଠିତ ହୋଇଥିଲା। ଏହି କାର୍ଯ୍ୟକ୍ରମରେ ଆଖପାଖ ଅଞ୍ଚଳର ଶହଶହ ଲୋକଙ୍କ ସମାଗମ ହୋଇଥିଲା। ଏହି ଅବସରରେ ସ୍ଥାନୀୟ ଭାରତଯାତ୍ରା ପଡିଆରେ ବିଭିନ୍ନ ମନୋରଞ୍ଜନ ଭିଭିକ ସାଂସ୍କୃତିକ କାର୍ଯ୍ୟକ୍ରମ ସହିତ ନୃତ୍ୟଗିତର ପ୍ରତିଯୋଗୀତା ଅନୁଷ୍ଠିତ ହୋଇଥିଲା। କାର୍ଯ୍ୟକ୍ରମରେ ଅତିଥି ଭାବେ ଡିଫାଇନ କଳାହାଣ୍ଡିର ମୁଖ୍ୟ ମଧୁ ମହାନ୍ତି ଯୋଗ ଦେଇଥିବା ବେଳେ ବିଧାୟକ ପ୍ରତିନିଧି ମାଣିକ୍ୟ ଚନ୍ଦ୍ର ନାଏକ, ପୂର୍ବତନ ପଞ୍ଚାୟତ ସମିତି ଅଧ୍ୟକ୍ଷା ଦ୍ରୌପଦୀ ମାଝୀ, ପୁର୍ବତନ ମନ୍ତ୍ରୀ ତଥା ବିଜେପି ନେତା ହିମାଂଶୁ ଶେଖର ମେହେର, ଲାଞ୍ଜିଗଡ ନିର୍ବାଚନ ମଣ୍ଡଳୀ ବିଜେପି ନେତା ରମେଶ ମାଝୀ, ଯୁବ ନେତା ବିଘ୍ନରାଜ ପଣ୍ଡା, ଜିଲ୍ଲା ପରିଷଦ ସଦସ୍ୟା ଟୁନି ଖୋସ୍ଲା, ପୂର୍ବତନ ମନ୍ତ୍ରୀ ବଳଭଦ୍ର ମାଝୀ, ଥୁଆମୂଳ ରାମପୁର ପଞ୍ଚାୟତ ସମିତି ଅଧ୍ୟକ୍ଷ ଦୟାନିଧି ମାଝୀ, ସ୍ଥାନୀୟ ସରପଞ୍ଚ ବେଣୀ ମାଝୀ, ସମାଜସେବୀ ଦୂର୍ଯ୍ୟୋଧନ ନାୟକଙ୍କ ସମେତ ଅନେକ ମାନ୍ୟଗଣ୍ୟ ବ୍ୟକ୍ତି ବିଶେଷ ଉପସ୍ଥିତ ରହି ଆୟୋଜିତ କାର୍ଯ୍ୟକ୍ରମ ସମ୍ବନ୍ଧରେ ନିଜନିଜ ଅଭିଭାଷଣ ରଖିଥିଲେ। ସ୍ବାମୀ ବିବେକାନନ୍ଦ ଅନୁଷ୍ଠାନ ଦ୍ବାରା ଆୟୋଜିତ ଏପରି କାର୍ଯ୍ୟକ୍ରମକୁ ସମସ୍ତ ଅତିଥି ବୃନ୍ଦ ସ୍ବାଗତ କରିବା ସହିତ ଅନୁଷ୍ଠାନର ଉତ୍ତରୋତ୍ତର କାମନା କରିଛନ୍ତି। ଅନୁଷ୍ଠିତ ନୃତ୍ୟ ପ୍ରତିଯୋଗୀତାରେ ମୋଟ ୨୦ ଗୋଟି ଦଳ ଭାଗ ନେଇଥିବା ବେଳେ ଏଥିରେ ଧର୍ମଗଡ ଡ୍ୟାନ୍ସ ଗୃପ୍ ପ୍ରଥମ ଦ୍ୱିତୀୟ ସ୍ଥାନରେ ଥୁଆମୂଳ ରାମପୁର ମାଣିକେଶ୍ଵରୀ ଡ୍ୟାନ୍ସ ଗୃପ୍ ଏବଂ ତୃତୀୟ ସ୍ଥାନ ହାସଲ କରିଛନ୍ତି ଲଭଲୀ ପୂଜା ଡ୍ୟାନ୍ସ ଗୃପ୍ ଡାକକୋଟା। ଏହି କୃତି ଦଳ ମାନଙ୍କୁ ଅତିଥି ମାନଙ୍କ ଦ୍ବାରା ପୁରସ୍କୃତ କରାଯାଇଛି। ସ୍ଥାନୀୟ ବିବେକାନନ୍ଦ ଯୁବକ ସଂଘର ସଭାପତି ଉପେନ୍ଦ୍ର ମାଝୀ, ବିଶିଷ୍ଟ ସମାଜସେବୀ ସନାତନ ମାଝୀ, କାଳିଆ ହଂସ, ଡମ୍ବରୁଧର ମାଝୀ, ପୂର୍ବତନ ଓ୍ବାର୍ଡ ମେମ୍ବର ଗୁରୁବାରୁ ମାଝୀ, ଉପସଭାପତି ବିଶିଷ୍ଟ କର୍ମକର୍ତ୍ତା ଦିବାକର ନାଏକଙ୍କ ତତ୍ତ୍ୱାବଧାନରେ ଆୟୋଜିତ ଏହି କାର୍ଯ୍ୟକ୍ରମର ମଞ୍ଚ ପରିଚାଳନା କରିଥିଲେ ଅନୁଷ୍ଠାନର ଅନ୍ୟତମ ସଦସ୍ୟ ତଥା ବିଶିଷ୍ଟ ସାମ୍ବାଦିକ ବୀର ବଜରଙ୍ଗ ଚାରୁ ମଜୁମଦାର ନାଏକ। ଅନୁଷ୍ଠାନର ସମସ୍ତ ସଦସ୍ୟ ସହଯୋଗ କରିଥିବା ବେଳେ ପୋଲିସ ପ୍ରଶାସନ ଦ୍ବାରା ଶାନ୍ତି ଶୃଙ୍ଖଳା ରକ୍ଷା କରାଯାଇଥିଲା।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.