ତିକୁଡା ରାମ ମନ୍ଦିର ପ୍ରତିଷ୍ଠା ମହୋତ୍ସବରେ ଜୁନିୟର ରେଡ଼କ୍ରସ ତରଫରୁ ସାମାଜିକ ସେବା ଶିବିର

ଓଡିଆ ବାର୍ତ୍ତା/ ସୁବର୍ଣ୍ଣପୁର (ରାଜ କିଶୋର ତ୍ରିପାଠୀ): ସୁବର୍ଣ୍ଣପୁର ଜିଲ୍ଲା ଉଲୁଣ୍ଡା ବ୍ଲକ ଅନ୍ତର୍ଗତ ମହଦା ପଂଚାୟତ ତିକୁଡା ଗ୍ରାମରେ ରାମ ମନ୍ଦିର ପ୍ରତିଷ୍ଠା ମହୋତ୍ସବ ହୋଇଯାଇଛି ଯାହାକି ମଙ୍ଗଳବାରରେ ସମାପନ ହେବ। ଏଇ ମହୋତ୍ସବ ପଡିଆରେ କୁମାରକେଳି ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ର ୫୦ ଜଣ ଓ କୁମାରକେଳି ଉଚ୍ଚ ବିଦ୍ୟାଳୟ ର ୧୦ ଜଣ ଜୁନିଅର ମାନଙ୍କ ଦ୍ୱାରା ମିଳିତ ଭାବେ ତିନିଦିନିଆ ସାମାଜିକ ସେବା ଶିବିର ହୋଇଥିଲା ବେଳେ ମଙ୍ଗଳବାର ଦିନ ହିଙ୍ଗମା ଉଚ୍ଚ ବିଦ୍ୟାଳୟ ର ଜୁନିଅର ମାନେ ଯୋଗ ଦେବାର ସ୍ଥିରୀକୃତ ହୋଇଛି। ଜିଲ୍ଲା ଶିକ୍ଷା ଅଧିକାରୀ ଲକ୍ଷ୍ମଣ ଭୋଇ ଏହାକୁ ଉଦ୍ଘାଟନ କରିଥିବା ବେଳେ, ଜୁନିଅର ରେଡ଼କ୍ରସ ଅଫିସର ରବିଚନ୍ଦ୍ର ପଶାୟତ, ଉଲୁଣ୍ଡା ବିସିସି ପ୍ରହଲ୍ଲାଦ ନାୟକ, ବୀରମହାରାଜପୁର ବିସିସି ବୈକୁଣ୍ଠ ନାୟକ, ବରିଷ୍ଠ ସାଧନ କର୍ମୀ ଚନ୍ଦ୍ରମଣି ବାଘ, ଚନ୍ଦ୍ରମଣି ମହାପାତ୍ର, ଜଗଦୀଶ ଦାଶ, ହିଙ୍ଗମା ଉଚ୍ଚ ବିଦ୍ୟାଳୟ ର ପ୍ରଧାନ ଶିକ୍ଷକ ଦିଲ୍ଲୀପ ପାଢ଼ୀ, କୈରାଝୁଲି ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ର ପ୍ରଧାନ ଶିକ୍ଷକ ସୁରେଶ ପଧାନ ପ୍ରମୁଖ ଯୋଗଦାନ କରିଥିଲେ l ଶିବିର ରେ ଉପସ୍ଥିତ ଭକ୍ତ ମାନଙ୍କୁ ପିଇବା ପାଣି, ପ୍ରାଥମିକ ଚିକିତ୍ସା ସେବା ଯୋଗାଣ ଓ ସଫେଇ କାର୍ଯ୍ୟକ୍ରମ ସାମିଲ ଥିବାବେଳେ ରେଡ଼କ୍ରସ ଭଳି ମହାନ ସଂସ୍ଥା ର ବାର୍ତା କୁ ଜନସାଧାରଣ ଙ୍କ ପାଖରେ ପହଞ୍ଚେଇବା ର ଚେଷ୍ଟା କରାଯାଇଥିଲା। ଦ୍ଵିତୀୟ ଦିବସରେ କୋଟ ସମଳାଇ ଉଚ୍ଚ ବିଦ୍ୟାଳୟ ର ଶିକ୍ଷକ ଅନିରୁଦ୍ଧ ପାଢ଼ୀ ଓ କୁମାରକେଳି ଉଚ୍ଚ ବିଦ୍ୟାଳୟ ର ଅବସର ପ୍ରାପ୍ତ ପ୍ରଧାନ ଶିକ୍ଷକ ମନରୁଚି ଭୋଇ ଅତିଥି ଭାବେ ଯୋଗଦାନ କରି ଜୁନିୟର ମାନଙ୍କ ମନୋବଳ ବୃଦ୍ଧି କରିଥିଲେ। ଏ କାର୍ଯ୍ୟକ୍ରମ କୁ କୁମାରକେଳିର ମାର୍ଗ ଦର୍ଶକ ହୃଷିକେଶ ଚାନ୍ଦ ପରିଚାଳନା କରୁଥିବା ବେଳେ ବିଦ୍ୟାଳୟ ର ଶିକ୍ଷକ ଭରତ ହରିପାଲ, ଶିବରାମ ଚାନ୍ଦ, ଦିଲ୍ଲୀପ ପଣ୍ଡା, ଉଚ୍ଚ ବିଦ୍ୟାଳୟର ବାଚସ୍ପତି ପଣ୍ଡା, ଇନ୍ଦ୍ରମଣି ପଧାନ, ପରିଚାଳନା କମିଟି ସଭାପତି ରଞ୍ଜନ ପଧାନ, ସକ୍ରିୟ ସଦସ୍ୟ ବିନୋଦ ମହାପାତ୍ର, ସରୋଜ ସେଠୀ, ସାରଦା ନାୟକ ପ୍ରମୁଖ ସହଯୋଗ କରିଥିଲେ l ଉପସ୍ଥିତ ଭକ୍ତ ମାନଙ୍କୁ ମାସ୍କ ବଣ୍ଟନ କରାଯାଇଥିଲା ବେଳେ ଛାତ୍ର ଛାତ୍ରୀଙ୍କ ଏହି ଉଦ୍ୟମ କୁ ଯାତ୍ରା କମିଟି, ଗ୍ରାମବାସୀ ଏବଂ ଉପସ୍ଥିତ ଜନସାଧାରଣ ବେଶ ପ୍ରଶଂସା କରିଥିଲେ। ତିନିଦିନ ଧରି ଜନ ସାଧାରଣ ଏହି ଶିବିରରେ ସେବା ଗ୍ରହଣ କରିବାକୁ ସୁବର୍ଣ୍ଣପୁର ଜୁନିଅର ରେଡ଼କ୍ରସ ପରିବାର ପକ୍ଷରୁ ଅନୁରୋଧ କରଯାଇଥିଲା।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.