କୁନି ଝିଅ ସାବିତ୍ରୀର ଚିକିତ୍ସା ପାଇଁ ଅର୍ଥ ସାଜିଛି ବାଧକ

ଓଡିଆ ବାର୍ତ୍ତା/ ସୁବର୍ଣ୍ଣପୁର (ରାଜ କିଶୋର ତ୍ରିପାଠୀ): ଜନ୍ମ ହେଉ ହେଉ ଯନ୍ତ୍ରଣା ଭୋଗୁଛି କୁନି ଝିଅ ସାବିତ୍ରୀ। ପରିବାର ଲୋକ ଉପାୟଶୂନ୍ୟ। ଚିକିତ୍ସା ପାଇଁ ପାଖରେ ଟଙ୍କା ନାହିଁ। ଏଭଳି ଏକ କରୁଣ ଚିତ୍ର ଦେଖିବାକୁ ମିଳିଛି ସୁବର୍ଣ୍ଣପୁର ଜିଲ୍ଲା ଉଲୁଣ୍ଡା ବ୍ଳକ କୋଟସମଲାଇ ଗାଁର ମାହାରପଡାରେ। ଯନ୍ତ୍ରଣା ଭୋଗୁଛି କୁନି ଝିଅ ସାବିତ୍ରୀ। ଝିଅର ଏଭଳି ଅବସ୍ଥାରେ ଭାଙ୍ଗି ପଡିଲେଣି ପରିବାର ଲୋକେ। ସୁବର୍ଣ୍ଣପୁର ଜିଲ୍ଲା ଉଲୁଣ୍ଡା ବ୍ଳକ କୋଟସମଲାଇ ଗାଁର ମାହାରପଡାର ଶିବରଣାଙ୍କ ଚତୁର୍ଥ ଝିଅ ସାବିତ୍ରୀ ର ବୟସ ମାତ୍ର ୧୧ବର୍ଷ। ତାକୁ ୧୧ବର୍ଷ ରେ ଏପ୍ଲାଷ୍ଟିକ୍ ଏମୋନିଆ ଭଳି ରୋଗ ଗ୍ରାସିଛି ଯାହା ଫଳରେ ଝିଅର ରୋଗ ଭଲ କରିବାକୁ ଚିନ୍ତାରେ ପରିବାର ଲୋକେ। ସାବିତ୍ରୀକୁ ପ୍ରଥମେ ପରିବାର ଲୋକ ସୋନପୁର ଡାକ୍ତରଖାନା ପରେ ବୁର୍ଲା ନେଇଥିଲେ କିନ୍ତୁ ଅବସ୍କା ଗୁରୁତର ହେବାରୁ ତାକୁ କଟକ ଓ ଭୁବନେଶ୍ୱର ଏମ୍ସକୁ ନିଆଯାଇଥିଲେ ସୁଦ୍ଧା କିଛି ସୁଫଳ ମିଳିନାହିଁ। ଯାହା ଫଳରେ ହତାଶ ହୋଇ ଘରେ ରହି ଭାଗ୍ୟକୁ ଆଦରି ପଡ଼ି ରହିଛନ୍ତି ପରିବା ଲୋକେ। ପରିବାର ଲୋକେ ଚିନ୍ତାରେ ଭଗବାନଙ୍କୁ ଭରସା କରି ପଡିରହିଛନ୍ତି। ପାଖରେ ଥିବା ଗହଣା ଗାଣ୍ଠି ବିକ୍ରି କରି ଲୋକଙ୍କ ଠାରୁ ଧାରକରଜ କରି ଡାକ୍ତରଖାନାକୁ ନେଇଥିଲେ। ଏହି ପରିବାର ଅତି ଗରିବ ଶ୍ରେଣୀର। ଦାରିଦ୍ର୍ୟ ସୀମାରେଖା ତଳେ ଥିବା ଏହି ପରିବାର ବହୁକଷ୍ଟରେ ଜୀବନ ଯାପନ କରୁଛନ୍ତି। ସାବିତ୍ରୀର ଚିକିତ୍ସା ପାଇଁ ତାଙ୍କ ମାଆ ସହାୟତା କରିବାକୁ ସରକାରଙ୍କ ସହିତ ସହୃଦୟ ବ୍ୟକ୍ତିଙ୍କୁ ଆକୁଳ ନିବେଦନ କରିଛନ୍ତି। ଏହା ସ୍ଵାସ୍ଥ୍ୟ ମନ୍ତ୍ରୀଙ୍କ ନିଜ ଜିଲ୍ଲାର ହୋଇଥିବା ହେତୁ ସେ ଏଥିପାଇଁ କିଛି ବ୍ୟବସ୍ଥା କରିବାପାଇଁ ତଥା ମୁଖ୍ୟମନ୍ତ୍ରୀ ରିଲିଫଫଣ୍ଡରୁ ସହାୟତା ପ୍ରଦାନ ପାଇଁ ଜିଲ୍ଲାର ସଚେତନ ବର୍ଗ ଜିଲ୍ଲାପାଳଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି ।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.