ଭୀମକେଲା ଗ୍ରାମ ପଞ୍ଚାୟତରରେ ଆମ ଓଡିଶା ନବୀନ ଓଡିଶା କାର୍ଯ୍ୟକ୍ରମ

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): ନର୍ଲା ବ୍ଲକର ଭୀମକେଲା ଗ୍ରାମ ପଞ୍ଚାୟତରେ ଆରମ୍ଭ ହେଲା ଆମ ଓଡିଶା ନବୀନ ଓଡିଶା କାର୍ଯ୍ୟକ୍ରମ। ଏଥିରେ ଗ୍ରାମାଞ୍ଚଳର ଭିତ୍ତିଭୂମି ବିକାଶ ଉପରେ ଜନସଚେତନତା ସୃଷ୍ଟି କରାଯାଉଛି। ଗତ ଡିସେମ୍ବର ମାସରେ ଆରମ୍ଭ ହୋଇଥିଲା ନୂଆ ଓଡିଶା ଯୋଜନାରେ ବିଭିନ୍ନ କାର୍ଯ୍ୟକ୍ରମ। ଏଥିରେ ଯୁବ ଓଡିଶା ନବୀନ ଓଡିଶା ଯୋଜନାରେ ଗ୍ରାମାଞ୍ଚଳର ଯୁବକ ଯୁବତୀ ଓ ଯୁକ୍ତ ଦୁଇ, ଡିଗ୍ରୀ କଲେଜର ଛାତ୍ରଛାତ୍ରୀଙ୍କୁ ନେଇ କରଯାଇଥିଲା ବିଭିନ୍ନ କାର୍ଯ୍ୟକ୍ରମ। ଏଥିରେ ସାମାଜିକ, ଜନସଚେତନତା, କ୍ରୀଡା, ସାଂସ୍କୃତିକ କାର୍ଯ୍ୟକ୍ରମ କୁ ସାମିଲ କରାଯାଇ ଛାତ୍ରଛାତ୍ରୀଙ୍କ ମଧ୍ୟରେ ବିଭିନ୍ନ ପ୍ରତିଯୋଗୀତା ଗୁଡିକ କରାଯାଇଥିଲା। ଏହାପରେ ଗ୍ରାମାଞ୍ଚଳର ଯୁବକ ଯୁବତୀ ମାନଙ୍କୁ ନେଇ ଗ୍ରାମ ପଞ୍ଚାୟତରୁ ବ୍ଲକ ଓ ବ୍ଲକ ରୁ ଜିଲ୍ଲା ସ୍ତର ପର୍ଯ୍ୟନ୍ତ ଅନୁଷ୍ଠିତ ହୋଇଥିଲା ଫୁଟବଲ, ଭଲିବଲ, ଡୌଡ ଭଳି ପ୍ରତିଯୋଗୀତାର କାର୍ଯ୍ୟକ୍ରମ। ଏହାପରେ ଦ୍ୱିତୀୟ ପର୍ଯ୍ୟାୟରେ ସ୍କୁଲ ଓ କଲେଜ ଗୁଡିକର ଛାତ୍ରଛାତ୍ରୀ ମାନଙ୍କୁ ନେଇ ସାହିତ୍ୟ ପ୍ରତିଯୋଗୀତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଏବେ ତୃତୀୟ ପର୍ଯ୍ୟାୟରେ ଗ୍ରାମ ପଞ୍ଚାୟତ ସ୍ତରରେ ଗ୍ରାମାଞ୍ଚଳର ଭିତ୍ତିଭୂମି ବିକାଶ ଓ ରାଜ୍ୟ ସରକାରଙ୍କର ବିକାଶ ମୂଳକ କାର୍ଯ୍ୟକ୍ରମକୁ ନେଇ ଅନୁଷ୍ଠିତ ହେଉଛି ଗ୍ରାମ ପଞ୍ଚାୟତ ସ୍ତରୀୟ ଆମ ଓଡିଶା ନବୀନ ଓଡିଶା କାର୍ଯ୍ୟକ୍ରମ। ନର୍ଲା ବ୍ଲକର ୨୬ ଗୋଟି ଗ୍ରାମ ପଞ୍ଚାୟତରେ ଦିନକୁ ଗୋଟିଏ ଲେଖାଏଁ ଗ୍ରାମ ପଞ୍ଚାୟତରେ ଅନୁଷ୍ଠିତ ହେବାକୁ ରହିଥିବା ବେଳେ ଆଜି ବୁଧବାର ନର୍ଲା ବ୍ଲକର ଭୀମକେଲା ଗ୍ରାମ ପଞ୍ଚାୟତରେ ପ୍ରଥମ କରି ଆରମ୍ଭ ହୋଇଛି ଆମ ଓଡିଶା ନବୀନ ଓଡିଶା କାର୍ଯ୍ୟକ୍ରମ। ଏଥିରେ ଗ୍ରାମ ପଞ୍ଚାୟତ ଅଞ୍ଚଲର ସମସ୍ତ ସ୍କୁଲ, ଯୁବକ ସଂଘ, କୃଷି ବିଭାଗ, ସ୍ୱାସ୍ଥ୍ୟ ବିଭାଗ ସମସ୍ତଙ୍କୁ ସମ୍ପୃକ୍ତି କରାଯାଇ ଅନୁଷ୍ଠିତ ହୋଇଛି ଆମ ଓଡିଶା ନବୀନ ଓଡିଶା କାର୍ଯ୍ୟକ୍ରମ। ଭୀମକେଲା ସରପଞ୍ଚ ଜାନକୀ ଗୌଡଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବରେ ନର୍ଲା ଗୋଷ୍ଠୀ ଉନ୍ନୟନ ଅଧିକାରୀ ଏନ.ଜଗଜ୍ଜୀବନ ଚୌଧୁରୀ ଯୋଗଦାନ କରି ରାଜ୍ୟ ସରକାରଙ୍କ ଗ୍ରମାଞ୍ଚଳରେ ଭିତ୍ତିଭୂମି ବିକାଶ ଓ ରାଜ୍ୟ ସରକାରଙ୍କ ବିଭିନ୍ନ ଜନକଲ୍ୟାଣ ଯୋଜନା ଗୁଡିକ ଉପରେ ମାର୍ଗଦର୍ଶନ ଦେଇ ଜନସଚେତନତା ସୃଷ୍ଟି କରିଥିଲେ। ସମ୍ମାନୀତ ଅତିଥି ଭାବରେ ଜିଲ୍ଲା ପରିଷଦ ସଦସ୍ୟା ନମ୍ରତା ସାହୁ, ନାଏବ ସରପଞ୍ଚ ଜୟକିସନ ସୁନା ପ୍ରମୁଖ ମଞ୍ଚାସୀନ ରହି ରାଜ୍ୟ ସରକାରଙ୍କ ଗ୍ରାମାଞ୍ଚଳ ପ୍ରତି ରହିଥିବା ବିକାଶ ମୂଳକ କାର୍ଯ୍ୟାଧାରା ଉପରେ ବକ୍ତବ୍ୟ ପ୍ରଦାନ କରିଥିଲେ। ଶିକ୍ଷକ ଦେବଦତ୍ତ ମିଶ୍ର ମଞ୍ଚ ସଂଯୋଜନା କରିଥିବା ବେଳେ ଗ୍ରାମ ପଞ୍ଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀ ରବି ନାଏକ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ। ସମାଜସେବୀ ଜୟନ୍ତ ଗଉଡ, ଗ୍ରାମ ରୋଜଗାର ସେବକ, ଯୋଗାଣ ସହାୟକ ଓ ଅନ୍ୟ କର୍ମଚାରୀ ମାନେ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ। ଶେଷରେ ସରପଞ୍ଚ ଜାନକୀ ଗୌଡ ଧନ୍ୟବାଦ ଅର୍ପଣ କରିଥିଲେ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.