ମହଗାଁର ସୁନାମୁଖି ପୀଠକୁ ସୁବାସ ଅଗ୍ରୱାଲ ଓ ପରିବାରବର୍ଗଙ୍କ ସହଯୋଗ

ଓଡ଼ିଆ ବାର୍ତ୍ତା/ କେସିଙ୍ଗା: କଳାହାଣ୍ଡି ଜିଲ୍ଲା କେସିଙ୍ଗା ବ୍ଲକ  ଦେଓଗାଁ ପଞ୍ଚାୟତର ମହଗାଁ ନିକଟରେ ରହିଛି ସୁନାମୁଖି ଶାନ୍ତିବନ। ଏଠାରେ ପୂଜା ପାଉଛନ୍ତି ଦେବୀ ସୁନାମୁଖି। ମାଁ ସୁନାମୁଖି ଏକ ପ୍ରତକ୍ଷ୍ୟ ଦେବୀ ହୋଇଥିବାରୁ ଏହି ସ୍ଥାନକୁ ଛୁଟି ଚାଲିଛି ଶ୍ରଦ୍ଧାଳୁଙ୍କ ସୁଅ। ଦେବୀ ଭକ୍ତଙ୍କ ମନୋସ୍କାମନା ପୂରଣ କରୁଥିବାର ବିଶ୍ବାସ ରହିଛି। ଭକ୍ତଙ୍କ ଆସ୍ଥା ଓ ବିଶ୍ବାସର ମୂର୍ତ୍ତିମନ୍ତ ପ୍ରତିକ ମାଁ ସୁନାମୁଖି ଦ୍ବାପର ଯୁଗର ଦେବୀ। ସେ ଭକ୍ତ ଭାବରେ ବନ୍ଧା ହୋଇଥିବାରୁ ଜନସାଧାରଣ ତାଙ୍କ ଦର୍ଶନ କରିବା ସହ ଏହି ସ୍ଥାନର ଶୋଭା ଉପଭୋଗ କରିଥାନ୍ତି। କେସିଙ୍ଗା ଓ ନର୍ଲା ବ୍ଲକର ସୀମାନ୍ତବର୍ତ୍ତି ସ୍ଥାନରେ ଥିବା ସୁନାମୁଖି ଶାନ୍ତିବନର ପୂର୍ବ ଗୈାରବ ବଢିପାରିଛି ମହଗାଁବାସୀ ଓ ସ୍ଥାନୀୟ ଅଞ୍ଚଳର ଜନସାଧାରଣଙ୍କ ସହଯୋଗରେ। ଏହି ସ୍ଥାନରେ ବ୍ୟାପକ ବନିକରଣ  କରାଯାଉଛି। ବଣଭୋଜି ପାଇଁ ମଧ୍ୟ ଏହା ଏକ ଉତ୍ତମ ସ୍ଥାନ। ଦେବୀ ସୁନାମୁଖିଙ୍କ ଦର୍ଶନ ପାଇଁ ଶହ ଶହ ଜନତା ଆସୁଥିବାବେଳେ ଦେବୀଙ୍କ ପୀଠ ପାଇଁ ସହଯୋଗ ଯୋଗାଇ ଦେଉଛନ୍ତି ଭକ୍ତ। କେସିଙ୍ଗା ଜଗନ୍ନାଥ ପଡ଼ା କଲେଜ ରୋଡର ସୁବାଷ ଅଗ୍ରୱାଲ ଓ ପରିବାର ଦେବୀ ସୁନାମୁଖିଙ୍କ ଆଶିର୍ବାଦ ଲାଭ କରିବା ସହ ପୀଠକୁ ଚାରିଗୋଟି ପାଣି ଡ୍ରମ ଓ ଦୁଇ ଗୋଟି ଚେୟାର ଯୋଗାଇ ଦେଇଛନ୍ତି। ଏହି ସହଯୋଗ ପାଇଁ ସୁନାମୁଖି ଶାନ୍ତିବନ କମିଟି ମହଗାଁର କାର୍ଯ୍ୟକର୍ତ୍ତା ଓ ସଦସ୍ୟ ବୃନ୍ଦ ସୁବାଷ ଅଗ୍ରୱାଲ ପରିବାରକୁ କୃତଜ୍ଞତା ଜ୍ଞାପନ କରିଛନ୍ତି।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.