ଓଡ଼ିଆ ବାର୍ତ୍ତା/ ବଲାଙ୍ଗୀର (ପ୍ରମୋଦ ସେଲମା):ବଲାଙ୍ଗୀର ଜିଲ୍ଲା ସଇଁତଲା ସ୍ଥିତ ଓକିଲ ସଂଘ ଠାରେ ବୁଧବାର ସଭାଗୃହ ନବୀକରଣ ଓ ଶୀତତାପ ନିୟନ୍ତ୍ରିତ ଯନ୍ତ୍ର ଉଦଘାଟିତ ହୋଇଯାଇଛି l ଏହି ଅବସରରେ ମୁଖ୍ୟଅତିଥି ଭାବରେ ରାଜ୍ୟସଭା ସାଂସଦ ନିରଞ୍ଜନ ବିଶି ଯୋଗଦାନ କରି ନୂତନ ନବୀକରଣ ସଭାଗୃହ ଓ ୩ ଗୋଟି ନୂତନ ଶୀତତାପ ନିୟନ୍ତ୍ରିତ ଯନ୍ତ୍ର (ଏସି) କୁ ଆନୁଷ୍ଠାନିକ ଭାବେ ଉଦଘାଟନ କରିଥିଲେ l ଏହାପରେ ସଂଘ ସଭାପତି ମାନଭଞ୍ଜନ ପାଣିଗ୍ରାହୀଙ୍କ ଅଧ୍ୟକ୍ଷତାରେ ଏକ ସାଧାରଣ ସଭା ଅନୁଷ୍ଠିତ ହୋଇଥିଲା l ଏଥିରେ ମୁଖ୍ୟଅତିଥି ଶ୍ରୀ ବିଶି ଓକିଲ ସଂଘ କର୍ମକର୍ତ୍ତାଙ୍କୁ ଧନ୍ୟବାଦ ଜଣାଇବା ସହ ଆଗାମୀ ଦିନରେ ସମସ୍ତ କାର୍ଯ୍ୟ ଉପରେ ଗୁରୁତ୍ୱ ଦିଆଯିବ ବୋଲି ପ୍ରକାଶ କରିଥିଲେ l ଶେଷରେ ସମ୍ପାଦକ ଜପେଶ୍ୱର ଯାନୀ ଧନ୍ୟବାଦ ପ୍ରଦାନ କରିଥିଲେ l ଏଥିରେ ସଂଘର କର୍ମକର୍ତ୍ତା ତଥା ସଦସ୍ୟମାନେ ଉପସ୍ଥିତ ଥିଲେ l





