ଓଡ଼ିଆ ବାର୍ତ୍ତା/ ବଲାଙ୍ଗୀର (ପ୍ରମୋଦ ସେଲମା): ବଲାଙ୍ଗୀର ଜିଲ୍ଲା ସଇଁତଲା ଠାରେ ଏକ ସାମ୍ବାଦିକ ସଂଘ ଗୃହ ନିର୍ମାଣ ଅନୁଦାନ ପାଇଁ ରାଜ୍ୟସଭା ସାଂସଦ ନିରଞ୍ଜନ ବିଶିଙ୍କୁ ସଇଁତଲା ସାମ୍ବାଦିକ ସଂଘ ତରଫରୁ ଦାବିପତ୍ର ପ୍ରଦାନ କରାଯାଇଛି। ପ୍ରକାଶ ଯେ, ଏହି ବ୍ଲକର ସାମ୍ବାଦିକମାନେ ଦୀର୍ଘ ବର୍ଷ ହେବ ସାମ୍ବାଦିକ କାର୍ଯ୍ୟ କରି ଆସୁଥିବା ସହିତ ଖରା, ବର୍ଷା ଓ ଶୀତ ସମୟରେ ମଧ୍ୟ ଅଞ୍ଚଳ ଯାଇ ଖବର ସଂଗ୍ରହ କରି ଫେରୁଥିବା ବେଳେ କୋଣସି ଆଶ୍ରୟ ନେବା ପାଇଁ ଗୃହ ଟିଏ ନ ଥିବାରୁ ବସାଉଠା କରିବା ପାଇଁ ଅସୁବିଧା ସମ୍ମୁଖୀନ ହେଉଛନ୍ତି। ଏହା ପୂର୍ବରୁ ବଲାଙ୍ଗୀର ଜିଲ୍ଲାପାଳଙ୍କ ଠାରୁ ଆରମ୍ଭ କରି ଫାଇବ-ଟି ଅଧ୍ୟକ୍ଷଙ୍କୁ ମଧ୍ୟ ଦାବୀପତ୍ର ପ୍ରଦାନ କରାଯାଇଛି। ଏହି ଦାବିପତ୍ର ସମୟରେ ସାମ୍ବାଦିକ ପ୍ରମୋଦ ସେଲମା, ବିଶାଳ ଅଗ୍ରୱାଲ, ନାରାୟଣ ସାହୁ ଓ ଅନ୍ୟ ସାମ୍ବାଦିକମାନେ ଉପସ୍ଥିତ ଥିଲେ। ସେହିପରି ସଇଁତଲା ସାହୁ ସମାଜ, ସରସ୍ବତୀ ଶିଶୁ ବିଦ୍ୟାଳୟ ମନ୍ଦିର ସହ ବିଭିନ୍ନ ଅନୁଷ୍ଠାନ ତରଫରୁ ସାଂସଦ ଶ୍ରୀ ବିଶିଙ୍କୁ ଦାବିପତ୍ର ପ୍ରଦାନ କରାଯାଇଛି।





