ସମଗ୍ର ଶିକ୍ଷା ପକ୍ଷରୁ ଜାତୀୟ ଶିଶୁକନ୍ୟା ଦିବସ ପାଳିତ

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ନିଲେଶ କୁମାର ନାଗ): ବର୍ତ୍ତମାନ ସମାଜରେ ପୁରୁଷ ଓ ନାରୀର ଭୂମିକା ବିକାଶ କ୍ଷେତ୍ରରେ ଗୁରୁତ୍ୱପୂର୍ଣ୍ଣ। ତେଣୁ ଉଭୟେ ସମାନ ଭାବେ ସାମାଜିକ, ଅର୍ଥନୈତିକ, ରାଜନୈତିକ, ସାଂସ୍କୃତିକ କ୍ଷେତ୍ରରେ ଭାଗିଦାର ହେବାର ଆବଶ୍ୟକତା ରହିଛି। ସେଥିପାଇଁ ପ୍ରାରମ୍ଭିକ ସ୍ତରରେ ଶିଶୁକନ୍ୟାମାନଙ୍କୁ ସେମାନଙ୍କ ଅଧିକାର ପ୍ରଦାନ ସହ ଆବଶ୍ୟକୀୟ ସୁବିଧା ସୁଯୋଗ ପ୍ରଦାନ କରାଯାଉଛି। ଏଥିପ୍ରତି ପ୍ରତିଟି ପରିବାର ସଚେତନ ହେବାର ସମୟ ଆସିଯାଇଛି ବୋଲି ସ୍ଥାନୀୟ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ ପରିସରରେ ଜାତୀୟ ଶିଶୁକନ୍ୟା ଦିବସ ଅବସରରେ ମତପ୍ରକାଶ ପାଇଛି। ସମଗ୍ର ଶିକ୍ଷା କଳାହାଣ୍ଡି ପକ୍ଷରୁ ଆୟୋଜିତ ଏହି ଉଦଘାଟନ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଜିଲ୍ଲା ଶିକ୍ଷାଧିକାରୀ ସୁଶାନ୍ତ ଚୋପଦାର, ଭବାନୀପାଟଣା ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ ସୁନନ୍ଦା ପଣ୍ଡା, ଭବାନୀପାଟଣା ଏବିଇଓ ଜୟକୁମାର ମାଝୀ, ଜିଲ୍ଲା ବାଳିକା ଶିକ୍ଷା ସଂଯୋଜିକା ଲିପିକା ଅପରାଜିତା ପ୍ରମୁଖ ମଞ୍ଚାସୀନ ଥିଲେ। ପରେ ପରେ ୧୩ଟି ବ୍ଲକରୁ ଆସିଥିବା ଛାତ୍ରୀମାନଙ୍କ ମଧ୍ୟରେ ପ୍ରବନ୍ଧ, ଚିତ୍ରାଙ୍କନ ଓ ତର୍କ ପ୍ରତିଯୋଗିତା ଆୟୋଜିତ ହୋଇଥିଲା। ଉଭୟ ବରିଷ୍ଠ ଓ କନିଷ୍ଠ ବିଭାଗରେ ଶିକ୍ଷକ ତପନ ଦାଶ, ଚନ୍ଦନ ସାହୁ, ଶ୍ୟାମସୁନ୍ଦର ପଣ୍ଡା, ଯୁଧିଷ୍ଠିର ମୁଦୁଲି, ସଂଜୀବ ପାଢ଼ୀ, ପ୍ରତିଭା ରଥ, ସ୍ମିତା ଚୌଧୁରୀ, ଜି.ସ୍ୱାତୀ ପ୍ରମୁଖ ବିଚାରକ ଭାବେ ଦାୟିତ୍ୱ ତୁଳାଇଥିଲେ। ଉଦଯାପନୀ ସମାରୋହରେ ମୁଖ୍ୟ ଅତିଥି ଭାବେ ଅତିରିକ୍ତ ଜିଲ୍ଲା ଶିକ୍ଷାଧିକାରୀ ଟେମଲାଲ ଦୁବେ, ମୁଖ୍ୟବକ୍ତା ଭାବେ ଗବେଷକ ସତ୍ୟ ମୁଣ୍ଡଛିନା ଯୋଗଦେଇ କୃତି ପ୍ରତିଯୋଗୀଙ୍କୁ ପୁରସ୍କାର ବିତରଣ କରିଥିଲେ। ଛାତ୍ରୀମାନଙ୍କ ଦ୍ୱାରା ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା। ମଂଚ ପରିଚାଳନା ଓ ଧନ୍ୟବାଦ ଅର୍ପଣ କରିଥିଲେ ଶିକ୍ଷକ ଡିଲେଶ୍ୱର ରଣା। କାର୍ଯ୍ୟକ୍ରମରେ ଶିକ୍ଷକ ବିରେନ୍ଦ୍ର ଆଚାର୍ଯ୍ୟ, ସଞ୍ଜିତ ସାହୁ, ସଂଜୀବ ପାଢ଼ୀ, ରଂଜନ ମେହେର, ସଂଜୀବ ସାହୁ ପ୍ରମୁଖ ସହଯୋଗ କରିଥିଲେ

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.