ବଡ଼ ଖରିଡ଼ା କାଳେଶ୍ଵର ମନ୍ଦିର ହୁଣ୍ଡି ଭାଙ୍ଗି ଲକ୍ଷାଧିକ ଟଙ୍କା ନେଇଗଲେ ଚୋର

ଓଡ଼ିଆ ବାର୍ତ୍ତା/ ପୁରୁଷୋତ୍ତମପୁର (ପ୍ରସନ୍ନ କୁମାର ଦାଶ): ପୁରୁଷୋତ୍ତମପୁର ବ୍ଲକ ଅନ୍ତର୍ଗତ ବଡ଼ ଖରିଡ଼ା ଗାଁରେ ଥିବା କାଳେଶ୍ଵର ମନ୍ଦିର ଭିତରେ ଥିବା ହୁଣ୍ଡିକୁ ଭାଙ୍ଗି ଗତକାଲି ବିଳମ୍ବିତ ରାତ୍ରରେ କିଛି ଚୋର ତା ମଧ୍ୟରୁ ଲକ୍ଷାଧିକ ଟଙ୍କା ନେଇଯାଇ ପଳାଇ ଥିଲେ | ଏବଂ ସେଠାରେ ଚାବି ଭାଙ୍ଗିବା କିଛି ଲୁହା ଖଣ୍ଡ ଓ ମଦ ବୋତଲ ପକାଇ ଦେଇ ଥିଲେ | ରାତ୍ର ତିନି ଘଣ୍ଟ ସମୟରେ ମନ୍ଦିରର ସେବାୟତ ନରେଶ ମୁନୀ ପୁଜା ସେବା କରିବାକୁ ଆସି ମନ୍ଦିର କବାଟ ଖୋଲା ଥିବା ଦେଖି, ଗାଁରେ ପହଞ୍ଚି କମିଟି ମେମ୍ବର ସନ୍ତୋଷ ମୁନୀ ,ତୋଫାନ ମୁନୀ, ଅମୀୟ ଦାଶ, ଉମା ଶଙ୍କର ମୁନୀଙ୍କୁ ଉଠାଇ କହି ଥିଲେ ଏବଂ ସମସ୍ତେ ମନ୍ଦିରକୁ ଆସି ଦେଖି ଥିଲେ | ସକାଳେ କିଛି ବ୍ୟକ୍ତି କବିସୂର୍ଯ୍ୟ ନଗର ଥାନାରେ ଯାଇ ଏତଲା ଦେଇ ଥିଲେ | ଏବଂ ହୁଣ୍ଡୀ ଥିବା ବଖରା ରେ ନୁଆଁ ଚାବି ପକାଇ ଥିଲେ, କାଳେ ପୋଲିସ ତଦନ୍ତ ରେ କିଛି ଅସୁବିଧା ହେବ ବୋଲି |

ଏହା ଏକ ଲଜ୍ୟା ଓ ଦୁଃଖଦ ଘଟଣା ବୋଲି ଗ୍ରାମବାସୀ ଙ୍କ ସହିତ ଅନ୍ୟ ପଞ୍ଚାୟତ ର ବ୍ୟକ୍ତି ମାନେ ମଧ୍ୟ ଏହାକୁ ନିନ୍ଦା କରିବା ସହ ଏହା ମନ୍ଦିରର ପ୍ରଥମ ଚୋରି ଘଟଣା ବୋଲି ମତ ଦେଇ ଛନ୍ତି | ତେବେ ସେମାନେ ପ୍ରଭୁ କାଲେଶ୍ୱର ଙ୍କୁ ପାର୍ଥନା କରିଛନ୍ତି କି ଚୋର କୁ ଉପଯୁକ୍ତ ଦଣ୍ଡ ଦେଲେ ଆଉ କିଏ ମଧ୍ୟ ଏପରି କାର୍ଯ୍ୟ କରିବାକୁ ଟିକିଏ ଭାବିବ ବୋଲି କହିଛନ୍ତି | ପୋଲିସ ମଧ୍ୟ ପ୍ରକୃତ ତଦନ୍ତ କରି ଉପଯୁକ୍ତ ଚୋର କୁ ଧରିପାରିଲେ ପ୍ରକୃତ ତଥ୍ୟ ପଦାକୁ ଆସି ପାରିବ ବୋଲି ଅନୁରୋଧ କରିଛନ୍ତି |

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.