ସାଧାରଣତନ୍ତ୍ର ଦିବସ ପାଳନ ନିମନ୍ତେ ପ୍ରସ୍ତୁତି ବୈଠକ

ଓଡ଼ିଆ ବାର୍ତ୍ତା/ କୋକସରା (ହିରଣ୍ୟ ବେହେରା): କୋକସରା ବ୍ଲକ ବିଡ଼ିଓଙ୍କ କାର୍ଯ୍ୟାଳୟରେ ସାଧାରଣତନ୍ତ୍ର ଦିବସ ପାଳନ ନିମନ୍ତେ ବୁଧବାର ବ୍ଲକ ପ୍ରଶାସନର ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଛି । ବ୍ଲକ ଉପାଧ୍ୟକ୍ଷ ରାଜୀବ କୁମାର ଅଗ୍ରୱାଲଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ କୋକସରା ବିଡ଼ିଓ ସ୍ନେହପ୍ରଭା ମାଝୀ, ବ୍ଲକ ସାମାଜିକ ସୁରକ୍ଷା ଅଧିକାରୀ ଦୀପକ କୁମାର ବେହେରା, ଭାରପ୍ରାପ୍ତ ପଞ୍ଚାୟତ ସମ୍ପ୍ରସାରଣ ଅଧିକାରୀ ବିରଞ୍ଚି ଖର୍ସେଲ, କୋକସରା ଆଦର୍ଶ ବିଦ୍ୟାଳୟ ଅଧ୍ୟକ୍ଷ ଦୀନବନ୍ଧୁ କର,ଜବାହର ଉଚ୍ଚ ବିଦ୍ୟାପୀଠ ଖେଳ ଶିକ୍ଷକ ଅମିତ କୁମାର ମହାନ୍ତି, ଶିଶୁ ମନ୍ଦିର ପ୍ରଧାନ ଆଚାର୍ଯ୍ୟ ଦେବାନନ୍ଦ ରାଉତ, ମୁରଲୀଧର ମାଝୀ, ମନୋରଞ୍ଜନ ମହାନ୍ତି, ଆଶିଷ ପାଟିଲ, ଜିତେନ୍ଦ୍ର ପ୍ରଧାନୀ,ମୋହନ କୁମାର ବାଗ, କ୍ଷୀରସିନ୍ଧୁ ନେଗୀ, ସଞ୍ଜୟ କୁମାର ସିଙ୍ଗଲ, ରବିନାରାୟଣ ଦାସ, କୋକସରା ବ୍ଲକର ଗଣମାଧ୍ୟମ ପ୍ରତିନିଧି ସମେତ ବିଭିନ୍ନ ଅନୁଷ୍ଠାନର କର୍ମକର୍ତ୍ତା ମାନେ ଉପସ୍ଥିତ ରହି ସାଧାରଣତନ୍ତ୍ର ଦିବସ କେମିତି ସୁରୁଖୁରୁରେ ପାଳନ ହେବ ସେନେଇ ଆଲୋଚନା ହୋଇଥିଲା। ବିଭିନ୍ନ କ୍ଷେତ୍ରରେ ପାରଦର୍ଶିତା ଲାଭ କରିଥିବା ପ୍ରତିଭାବାନ ବ୍ୟକ୍ତି ବିଶେଷକୁ ସମ୍ମାନିତ କରିବାକୁ ନିଷ୍ପତ୍ତି ନିଆଯାଇଥିଲା।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.