ହାରାମାଲ ପଞ୍ଚାୟତ ସ୍ତରୀୟ ‘ଆମ ଓଡ଼ିଶା ନବୀନ ଓଡ଼ିଶା’ ସଚେତନତା ଶିବିର

ଓଡ଼ିଆ ବାର୍ତ୍ତା/ କଲମପୁର (ଶରତ ଚନ୍ଦ୍ର ସୁନାନୀ): କଳାହାଣ୍ଡି ଜିଲ୍ଲା କଲମପୁର ବ୍ଲକ ଅନ୍ତର୍ଗତ ହାରାମାଲ ପଂଚାୟତର ପରୁଆଗୁଡ଼ା ଛକ ଠାରେ ପଞ୍ଚାୟତସ୍ତରୀୟ ‘ଆମ ଓଡ଼ିଶା ନବୀନ ଓଡ଼ିଶା’ ସଚେତନତା ଶିବିର ଗୁରୁବାର ଦିନ ଅନୁଷ୍ଠିତ ହୋଇଯାଇଛି। ହାରାମାଲ ସରପଞ୍ଚ ସୁଶୀଳା ଦୁର୍ଗାଙ୍କ ସଭାପତିତ୍ୱରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ କଲମପୁର ଗୋଷ୍ଠୀ ଉନ୍ନୟନ ଅଧିକାରୀ ବିଜୟ କୁମାର ମାଡ଼ାଙ୍ଗି ମୁଖ୍ୟ ଅତିଥି ଭାବରେ ଯୋଗଦାନ କରି ‘ଆମ ଓଡ଼ିଶା ନବୀନ ଓଡ଼ିଶା’ ସମ୍ପର୍କରେ ଜନସାଧାରଣଙ୍କୁ ଅବଗତ କରାଇବା ସହ ରାଜ୍ୟ ସରକାରଙ୍କ ବିଭିନ୍ନ ଲୋକାଭିମୁଖି ଯୋଜନା ବିଷୟରେ ମାର୍ଗଦର୍ଶନ କରିଥିଲେ। ଏହାସହ ରାଜ୍ୟ ସରକାରଙ୍କ ଦ୍ବାରା ରୂପାନ୍ତିକରଣ, ଜଗନ୍ନାଥ ସଂସ୍କୃତିର ସଂରକ୍ଷଣ, ଧାର୍ମିକ ସ୍ଥଳୀ ଗୁଡ଼ିକର ରୂପାନ୍ତରୀକରଣ, ମହିଳା ସଶକ୍ତିକରଣ ଓ ଭିତ୍ତିଭୂମିର ବିକାଶ, ବ୍ୟାଙ୍କିଙ୍ଗ ଭିତ୍ତିଭୂମିର ବିକାଶ, ପ୍ରାଥମିକ ବିଦ୍ୟାଳୟ ଗୁଡ଼ିକର ରୂପାନ୍ତରୀକରଣ, କ୍ରୀଡ଼ା ଭିତ୍ତିଭୂମିର ବିକାଶ,

ଐତିହ୍ୟ ଭିତ୍ତିଭୂମିର ବିକାଶ, ସୁଗମ ପରିବହନ ବ୍ୟବସ୍ଥା ଉପରେ ସଚେତନତା ସୃଷ୍ଟି କରିବା ବିଷୟରେ ଲୋକ ମାନଙ୍କୁ ଏଲ୍ ଇ ଡି ମାଧ୍ୟମରେ ମଧ୍ୟ ପ୍ରଦର୍ଶନ କରାଯାଇଥିଲା।ଏହି କାର୍ଯ୍ୟକ୍ରମ ରେ ସମ୍ମାନିତ ଅତିଥି ଭାବେ ସମିତି ସଭ୍ୟା କରୁଣା ବାଗ, ଜିପିଇଓ ଜୀତେନ୍ଦ୍ର କୁମାର, ରାଜସ୍ବ ନୀରିକ୍ଷକ ସୁଭଦା ନାଏକ, ଆଇନଜିବୀ ସୁଶିଲ ରାଉତ, ବନ୍ଧକନା ସରପଞ୍ଚ ପ୍ରତିନିଧି ଶତ୍ରୁଘନ ବାଗ, କନିଷ୍ଠ ଯନ୍ତ୍ରୀ ଶ୍ରୁତି ରଞ୍ଜନ ସେଠ୍, କାର୍ଯ୍ୟ ନିର୍ବାହୀ ଅଧିକାରୀ ଲାଲ ମୋହନ ଶବର, ସମାଜସେବୀ ଭକ୍ତରାମ ଦୁର୍ଗା ପ୍ରମୁଖ ମଞ୍ଚାସିନ ଥିଲେ। ଉକ୍ତ କାର୍ଯ୍ୟକ୍ରମରେ ସରକାରଙ୍କ ବିଭିନ୍ନ ବିଭାଗ ତରଫରୁ ଅଧିକାରୀ ମାନେ ନିଜ ନିଜ ବିଭାଗରେ ଥିବା ଯୋଜନା ସମ୍ପର୍କରେ ଉପସ୍ଥାପନ କରିଥିଲେ।ଏହି ଅବସରରେ ଦର୍ଶକ ଙ୍କ ମନରଞ୍ଜନ ପାଇଁ ସଙ୍ଗୀତ ଓ ନୃତ୍ୟ ପରିବେଷଣ କରାଯାଇଥିଲା। ଏହି କାର୍ଯ୍ୟକ୍ରମର ମଞ୍ଚ ପରିଚାଳନା ସାମାଜିକ ସୁରକ୍ଷା ଅଧିକାରିଣୀ କ୍ଷିତିଶୂତା ମେହେର ଓ ସାମ୍ୱାଦିକ ପରମାନନ୍ଦ ଠାକୁର କରିଥିବା ବେଳେ ଜିଆର୍‌ଏସ୍ ପାର୍ଥ ସାରଥି ସାହୁ, ଯୋଗାଣ ସହାୟକ ଚୈତନ୍ୟ ଲହଜଲ, ସମସ୍ତ ୱାର୍ଡ଼ ମେମ୍ବର ଓ ପଞ୍ଚାୟତ କର୍ମଚାରୀ ପ୍ରମୁଖ ସହଯୋଗ କରିଥିଲେ। କାର୍ଯ୍ୟକ୍ରମରେ ଶିକ୍ଷା, ସ୍ବାସ୍ଥ୍ୟ, ବନ ବିଭାଗ, ସମନ୍ବିତ ଶିଶୁ ବିକାଶ ପ୍ରକଳ୍ପ, ଜଳ ସମ୍ପଦ ବିଭାଗ, କୃଷି, ପ୍ରାଣୀ ଆଦି ବିଭାଗ ପକ୍ଷରୁ ସ୍ବତନ୍ତ୍ର ଷ୍ଟଲ୍ ଗୁଡ଼ିକ ଖୋଲାଯାଇ ଥିବା ବେଳେ ସ୍ଵୟଂ ସହାୟକ ଗୋଷ୍ଠୀ ଦ୍ବାରା ବିଭିନ୍ନ ସାମଗ୍ରୀ ପ୍ରଦର୍ଶନ କରାଯାଇଥିଲା। ଉକ୍ତ କାର୍ଯ୍ୟକ୍ରମରେ ଏମ୍ବିକେ, ସିଆରପି, ମିଶନ ଶକ୍ତି ମହିଳା ସମେତ ଅଞ୍ଚଳର ଜନସାଧାରଣ ଉପସ୍ଥିତ ଥିଲେ

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.