ସର୍ବଭାରତୀୟ ଲାଲମନୀ ସ୍ମାରକୀ କ୍ରିକେଟ ଫାଇନାଲରେ ସମ୍ବଲପୁର ଏମଏମସିସି

ଓଡ଼ିଆ ବାର୍ତ୍ତା/ ସୁବର୍ଣ୍ଣପୁର (ରାଜ କିଶୋର ତ୍ରିପାଠୀ): ସ୍ଥାନୀୟ ଗାନ୍ଧି ପଡିଆ ରେ ଚାଲୁଥିବା ୩୫ ତମ ସର୍ବଭାରତୀୟ ଲାଲମନୀ ସ୍ମାରକୀ କ୍ରିକେଟର ଆଜି ପଞ୍ଚମ ଦିନରେ ଦୁଇଟି ମ୍ୟାଚ୍ ଖେଳାଯାଇଛି। ବର୍ଷା ଯୋଗୁଁ ଗତକାଲି ବାତିଲ ହୋଇଥିବା ପ୍ରଥମ ସେମିଫାଇନାଲ ମ୍ୟାଚ ଆଜି ଏମଏମସିସି ସମ୍ବଲପୁର ଏବଂ କରିମ ସ୍ପୋର୍ଟି ନାଗପୁର ମଧ୍ୟରେ ୧୮ ଓଭର ବିଶିଷ୍ଟ ଖେଳ ହୋଇଥିଲା ବେଳେ ନାଗପୁର ଦଳ ପ୍ରଥମେ ବ୍ୟାଟିଂକରି ୯ ଉଇକେଟ ହରାଇ ମାତ୍ର ୯୯ରନ ସଂଗ୍ରହ କରିଥିଲା। ଜବାବରେ ସମ୍ବଲପୁର ଦଳ କୌଣସି ଉଇକେଟ ନ ହରାଇ ୧୦ ଓଭରରେ ବିଜୟ ହାସଲ କରି ପ୍ରଥମ ଦଳ ଭାବେ ସମ୍ବଲପୁର ଫାଇନାଲକୁ ପ୍ରବେଶ କରିଛି। ଦ୍ଵିତୀୟ ମ୍ୟାଚ୍ ବିରାଟ ଏକାଡେମୀ କଲିକତା ଏବଂ ଏସଓସି ବାଷ୍ଟର ପଶ୍ଚିମବଙ୍ଗ ମଧ୍ୟରେ ଖେଳା ହୋଇଥିଲା। ଏଥିରେ କଲିକତା ଦଳ ପ୍ରଥମେ ବ୍ୟାଟିଂ କରି ୨୦ ଓଭରରେ ୯ ଉଇକେଟ ହରାଇ ୧୧୪ ରନ କରିଥିଲା। ଜବାବରେ ପଶ୍ଚିମବଙ୍ଗ ଦଳ ୧୬.୩ ଓଭରରେ ୫ ଉଇକେଟ ହରାଇ ୧୧୫ ରନକରି ସେମି ଫାଇନାଲକୁ ଉନ୍ନୀତ ହୋଇଥିଲା। ଆଜି ଇଣ୍ଡିଆନ ବ୍ୟାଙ୍କ ସୋନପୁର ଶାଖା ପରିଚାଳକ ସମୀର ପଟେଲ ଅତିଥି ଭାବେ ଯୋଗଦେଇ ପୁରସ୍କାର ପ୍ରଦାନ କରିଥିଲେ। ଓସିଏ ପ୍ୟାନେଲ ଆମ୍ପାୟାର ସମୀର ପାଣିଗ୍ରହୀ, ସତ୍ୟପ୍ରକାଶ ରଥ, ପୃଥ୍ବୀରାଜ ମିଶ୍ର ଖେଳ ପରିଚାଳନା କରିଥିଲେ। ବିନୋଦ ପାତ୍ର ସ୍କୋରର ଦାୟିତ୍ଵ ତୁଲାଇଥିଲା ବେଳେ ବି.ଏସ ରାଓ, ଅଚ୍ୟୁତ ମିଶ୍ର ଓ ପାର୍ଥସାରଥୀ ଦାସ ଧାରାବିବରଣୀ ପ୍ରଦାନ କରିଥିଲେ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.