(ସ୍ବର୍ଗତ ମେଦିନୀଧର ଜାନୀଙ୍କ ଏକଦଶାହ ଅବସରରେ ଶ୍ରଦ୍ଧାଞ୍ଜଳି)
ହେ ପୁଣ୍ୟାତ୍ମା ତୁମେ ଅଜର ଅମର
ସ୍ନେହ ପ୍ରେମ ଫଲଗୁ ଧାର,
ଛାଡି ଚାଲିଗଲ ବନ୍ଧୁ ପରିଜନ
ଜ୍ଞାତି କୁଟୁମ୍ବ ସକଳ।।
ତବପରି ଜ୍ଞାନୀ, ଗୁଣି, ଯେ ମଣିଷ
ଜଗତେ ମିଳିବା ଦୁଃସାଧ୍ୟ,
ଏକାଧାରରେ ଯେ କବି ଓ ଲେଖକ
ବାଗ୍ମୀ ଗବେଷକ ମଧ୍ୟ।।
କନ୍ଧ ସଂସ୍କୃତି ର ଗବେଷଣା କରି
ଅନେକ ତଥ୍ୟ ରଚିଲ,
ଲୁପ୍ତ ପ୍ରାୟ ସେହି କନ୍ଧ ସଂସ୍କୃତି କୁ
ଆଜି ଉଜ୍ଜୀବିତ କଲ।।
ଭିମା ପତ୍ରିକା ର ପ୍ରତିଷ୍ଠାତା ତୁମେ
କନ୍ଧ କୁଳ ଶିରୋମଣି,
ସମସ୍ତଙ୍କୁ ଛାଡି ଚାଲି ଗଲ ଆଜି
ଲାଗେ, ଅସ୍ତ ହେଲେ ଦିନମଣି।।
କନ୍ଧାନ୍ ଭାଷା ର ସୁରକ୍ଷା ପାଇଁ କି
ଭାଷା ଆନ୍ଦୋଳନ କଲ,
ଶୃଙ୍ଖଳିତ ସମାଜ ପ୍ରତିଷ୍ଠା ପାଇଁ କି
କେତେ କବିତା ରଚିଲ ।।
ଭାଷା ସାହିତ୍ୟ ର ଅବଦାନ ପାଇଁ
ଆଦିବାସୀ ପ୍ରତିଭା ସମ୍ମାନ ପାଇଲ
ଓଡ଼ିଶା ସର୍କାର ମୁଖ୍ୟ ମନ୍ତ୍ରୀ ହସ୍ତେ
ସମ୍ମାନିତ ହୋଇ ଥିଲ।।
ହେ ପୁଣ୍ୟ ପ୍ରତିମା ଆଜିର ଦିନରେ
କୋଟି କୋଟି ପ୍ରଣିପାତ,
ଶ୍ରଦ୍ଧାଞ୍ଜଳି ଘେନ ଏପୁଣ୍ୟ ତିଥିରେ
ତମେ ସଦା ଅମର ଓ ଜିବନ୍ତ।।





