ଦଣ୍ଡପାଟ ଯୁବ ସେବା ସଂଗଠନ ବେହେରା ପକ୍ଷରୁ ସାଧାରଣତନ୍ତ୍ର ଦିବସ ପାଳିତ

ଓଡିଆ ବାର୍ତ୍ତା/ କଳାହାଣ୍ଡି (ରଜତ ବଂଶଳ): ଧର୍ମଗଡ ବ୍ଲକ ବେହେରା ସ୍ଥିତ ଦଣ୍ଡପାଟ ଯୁବ ସେବା ସଂଗଠନ ପକ୍ଷରୁ  ୭୫ତମ ସାଧାରଣତନ୍ତ୍ର ଦିବସ ସ୍ଥାନୀୟ କାର୍ଯ୍ୟାଳୟ ପରିସରରେ ପଳିତ ହୋଇଯାଇଛି। ସଂଗଠନର ସଭାପତି ରଜତ ବଂଶଲ ଧ୍ବଜାରୋହଣ କରିବା ପରେ ଜାତୀୟ ସଂଗୀତ ଗାନ କରାଯାଇଥିଲା। ଦେଶକୁ ସ୍ବାଧୀନ କରିବା ପାଇଁ ତଥା ଗଣତନ୍ତ୍ର ଦେଶ ଗଠନ କରିଥିବା ମହାତ୍ମା ମାନଙ୍କ ସ୍ମ୍ରୁତି ଚାରଣ କରିଯାଇଥିଲା। ଏହି ଅବସରରେ ଆଖପାଖ ଲୋକ ଓ ଶିଶୁ ମାନଙ୍କୁ ମିଷ୍ଟାନ୍ନ ବଣ୍ଟନ କରାଯାଇଥିଲା। ସଂଗଠନ ସଂପାଦକ ଭୁଜବଳ ନାଏକ, ଶୁଶିଲ ଚନ୍ଦ୍ର ନାଗ, ଭିକାରୀ ଚରଣ ଗୋପାଳ, ପ୍ରକାଶ ରାମ ସାହୁ, ହେମାଳ ବିଶି, ଇଶ୍ବର ବାଣୁଆ, କ୍ଷୀରସିନ୍ଧୁ ବାଗ, ଟିକେଶ୍ବର ଭୋଇ, ରୁପେଶ ନାୟକ ପ୍ରମୂଖ ସହଯୋଗ କରିଥିଲେ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.