ସ୍ବର୍ଗତ ମେଦିନୀଧର ଜାନୀଙ୍କ ଶୋକ ସଭା

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): ଆଦିବାସୀ ସଂସ୍କୃତି ଗବେଷକ, କବି, ଲେଖକ ତଥା ଶିକ୍ଷାବିତ୍ ସ୍ବର୍ଗତ ମେଦିନୀଧର ଜାନୀଙ୍କ ଏକଦଶାହ ଅବସରରେ ସର୍ବ ଧର୍ମ ଶ୍ରଦ୍ଧାଞ୍ଜଳି ସଭା ଅନୁଷ୍ଠିତ ହୋଇଯାଇଛି। ନର୍ଲା ବ୍ଲକ ଅନ୍ତର୍ଗତ ଯୋଡ଼ାବନ୍ଧ ଗ୍ରାମ ସ୍ଥିତ ସ୍ବର୍ଗତ ଜାନୀଙ୍କ ବାସଭବନରେ ଏନେଇ ଆୟୋଜିତ କାର୍ଯ୍ୟକ୍ରମରେ  ବିଭିନ୍ନ ବର୍ଗର ଲୋକ ଯୋଗଦେଇ ସ୍ବର୍ଗତ ଜାନୀଙ୍କର ପୁଅ ଓମ ଜଗଦୀସ୍ୱର ଜାନୀ ଓ ଶୋକ ସନ୍ତତ୍ପ ପରିବାର ବର୍ଗଙ୍କୁ ସମବେଦନା ଜଣାଇ ସ୍ମୃତି ଚାରଣ କରିଥିଲେ। ସେ ଜଣେ ପ୍ରଚଣ୍ଡ ପ୍ରତିଭାର ଅଧିକାରୀ ଥିଲେ ବୋଲି ବକ୍ତା ମାନେ ମତ ବ୍ୟକ୍ତ କରିଥିଲେ। ଏକା ଧାରରେ ସେ ଜଣେ କବି, ଲେଖକ, କଳାକାର, ନାଟ୍ୟକାର, ଚିତ୍ର ଶିଳ୍ପୀ, ସୁ ବକ୍ତା, ସଂସ୍କୃତି ଗବେଷକ, ମେଳାପି ତଥା ଅବସର ପ୍ରାପ୍ତ ଶିକ୍ଷକ ଥିଲେ। ସେ ଗାୟତ୍ରୀ ପରିବାର ସଦସ୍ୟ ମଧ୍ୟ ଥିଲେ। କନ୍ଧ ସଂସ୍କୃତି ଓ କନ୍ଧ ଭାଷାର ବିକାଶ ପାଇଁ ଅନେକ ଗବେଷଣା କରି ଭିମା ପତ୍ରିକା ମାଧ୍ୟମରେ ଅନେକ ଲୁପ୍ତ ସଂସ୍କୃତିର ପୁନରୁଦ୍ଧାର କରୁଥିଲେ। ତାଙ୍କ ଶ୍ରଦ୍ଧାଞ୍ଜଳି ସଭାରେ ନର୍ଲା ବିଧାୟକ ଭୁପିନ୍ଦର ସିଂ, ଜିଲ୍ଲା ପରିଷଦ ଅଧ୍ୟକ୍ଷ ପୁଷ୍ପେନ୍ଦ୍ର ସିଂ ଦେଓ, ପୂର୍ବତନ ମନ୍ତ୍ରୀ ଡ଼ଃ ବଳଭଦ୍ର ମାଝୀ, ପୂର୍ବତନ ବିଧାୟକ କୁମାରମଣି ଶବର, ଆଦିବାସୀ ସମାଜ ଜିଲ୍ଲା ସଭାପତି ପ୍ରକାଶ ମାଝୀ, ମାଣିକେଶ୍ଵରୀ ବିଶ୍ଵ ବିଦ୍ୟାଳୟର ରେଜିଷ୍ଟାର ପିତାମ୍ବର ଭୋଇ, ବିଶିଷ୍ଟ ସାହିତ୍ୟିକ ପଦ୍ମଲୋଚନ ମିଶ୍ର, ସାହିତ୍ୟିକ ଡ଼ଃ ନିରୋଦ ଚନ୍ଦ୍ର କହଁର, କବି ପ୍ରଦୀପ କହଁର, କବି କୁଳମଣି ସାହୁ, ମୋହନ ଭଟ୍ଟ, ଗବେଷକ ଡ଼ଃ ଅଜିତ ବେହେରା, ବରିଷ୍ଠ ଆଇଜୀବୀ ଦଇତାରୀ ଭୋଇ, ସମାଜସେବୀ ବାବୁଲି ମଣ୍ଡଳ, ସମୀର ଚାନ୍ଦ, ତପନ ସାହୁ, ଅନିଲ ସାହୁ, ନୀଳମଣି ସାହୁ, ଦେବରାଜ ପାଟମାଝୀ, ନର୍ଲା ଆଦିବାସୀ ସଂଘ ସଭାପତି ତଥା ଜିଲ୍ଲା ପରିଷଦ ସଦସ୍ୟ ହରି ଶଙ୍କର ମାଝୀ, ଉମାଶଙ୍କର ପଧାନ, ସମାଜସେବୀ କୁମୁଦ ନାଏକ, ବୈଦ୍ୟରାଜ ପବିତ୍ର ଶବର, କ୍ଷିତିଶ ଚନ୍ଦ୍ର ମାଝୀ, ଦ୍ରୋଣାଚାର୍ଯ୍ୟ ମାଝୀ, ଧନସିଂ ମାଝୀ ଘୋଡ଼ା ବନ୍ଧ ସରପଞ୍ଚ ତଥା ଅନେକ ବୁଦ୍ଧିଜୀବୀ ଯୋଗ ଦେଇ ସ୍ବର୍ଗତ ଜାନୀଙ୍କ ସ୍ମୃତିଚାରଣ କରିଥିଲେ।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.